ଏପର୍ଯ୍ୟନ୍ତ ବି ଟନେଲରେ ଫସିରହିଛନ୍ତି ଶ୍ରମିକ , କ’ଣ କହିଲେ ଟନେଲ ବିଶେଷଜ୍ଞ ଜାଣନ୍ତୁ …
ସୁଡ଼ଙ୍ଗରେ ଫସି ରହିଥିବା ଶ୍ରମିକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି। ଅଗର ମେସିନ୍ ଖରାପ ହୋଇଯିବା ଫଳରେ ଏହି ପ୍ରୟାସକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତର୍ଜାତୀୟ ଟନେଲ ବିଶେଷଜ୍ଞ ଆର୍ନୋଲ୍ଡ ଡିକ୍ସ ଶନିବାର କହିଛନ୍ତି ଯେ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ନିର୍ମାଣାଧୀନ ସିଲ୍କିୟାରା ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ବ୍ୟବହୃତ ଅଗର ମେସିନ୍ ବିଫଳ ହୋଇଛି।
ଡିକ୍ସ କହିଛନ୍ତି, “ଅଗର ଭାଙ୍ଗିଯାଇ ଖରାପ ହୋଇଯାଇଛି । ଗତ କିଛି ଦିନ ହେବ ଅଗର ମେସିନ୍ ରେ ଖନନ କରିବା ସମୟରେ ଲଗାତାର ବାଧା ଉପୁଜିଥିଲା। ହାତରେ କିମ୍ବା ଅନ୍ୟ ଉପାୟରେ ଖନନ କରିବା ଭଳି ଅନ୍ୟ ବିକଳ୍ପ ବିଷୟରେ ପଚରାଯିବାରୁ ଡିକ୍ସ କହିଛନ୍ତି ଯେ ସମସ୍ତ ବିକଳ୍ପ ଉପରେ ବିଚାର କରାଯାଉଛି। “ଆମେ ଯାହା ବି ବିକଳ୍ପ ନେଉଛୁ ତାହାରଭଲ ଏବଂ ଖରାପ ପକ୍ଷ ରହିଛି । ପ୍ରଥମେ ଆମକୁ ଉଦ୍ଧାରକାରୀ ଏବଂ ଶ୍ରମିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ପଡିବ । ଗତ ନଭେମ୍ବର ୧୨ ତାରିଖରେ ଚାରିଧାମ ଯାତ୍ରା ମାର୍ଗରେ ଥିବା ସୁଡ଼ଙ୍ଗର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ଏଥିରେ କାମ କରୁଥିବା ୪୧ ଜଣ ଶ୍ରମିକ ଫସି ଯାଇଥିଲେ। ସେବେଠାରୁ ସେମାନଙ୍କୁ ବାହାର କରିବା ପାଇଁ ବିଭିନ୍ନ ଏଜେନ୍ସି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
