ଏଣିକି ହଳଦୀ ପତ୍ରରୁ ଲାଭବାନ୍ ହେବେ ଚାଷୀ

ଭୁବନେଶ୍ଵର ;ହଳଦୀ ଚାଷୀଙ୍କ ପାଇଁ ଏବେ ଖୁସି ଖବର । ଯେଉଁ ହଳଦୀ ଚାଷରୁ ଚାଷୀ ଦିନେ ଏତେ ମାତ୍ରାରେ ଲାଭ ପାଇପାରୁନଥିଲେ, ଏଣିକି ସେଇ ହଳଦୀର କନ୍ଦା ସହିତ ପତ୍ର ଚାଷୀଙ୍କୁ ଅଧିକ ଲାଭବାନ କରିବ । ଯାହାଦ୍ଵାରା ସେମାନେ ଅଧିକ ଅର୍ଥ ଉପାର୍ଜନ କରିପାରିବେ । ଏନେଇ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଆୟୋଜିତ ‘ୱାନ୍ ୱିକ୍ ୱାନ୍ ଲ୍ୟାବ୍’ କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ହଳଦୀ ପତ୍ରରୁ ତେଲ ଆହରଣ ପଦ୍ଧତି ପ୍ରଦର୍ଶିତ କରାଯାଇଛି । ହଳଦୀ ପତ୍ର କିପରି କାମରେ ଲାଗିପାରିବ ସେ ନେଇ ଏପରି ଏକ ପ୍ରୟାସ ଆରମ୍ଭ କରାଯାଇଛି । ଏକ ଲିଟର ହଳଦୀ ତେଲ ୭୦୦ ରୁ ୧୨୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇପାରିବ ବୋଲି ବରିଷ୍ଠ ବୈଜ୍ଞାନିକ ଶ୍ରୀ ସିଂ କହିଛନ୍ତି। ଏହି ଅଲୋଡ଼ା ସାଜିଥିବା ହଳଦୀ ପତ୍ର ଏବେ ଚାଷୀଙ୍କୁ ଅଧିକ ଆୟ ଦେବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *