ହେଲୋ ଡିଆରଏସ୍ ୟେ ଥୋଡା ଜ୍ୟାଦା ନେହିଁ ହୋ ଗୟା” ରୋହିତଙ୍କ ଆଉଟ ନିଷ୍ପତିରେ ଏମିତି କହିଲେ କେଫ୍
ମୁମ୍ବାଇ : ମୁମ୍ବାଇର ୱାଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ବାଙ୍ଗାଲୋରକୁ ୬ ୱିକେଚରେ ପରାସ୍ତ କରିଛି ଘୋରାଇ ଦଳ ମୁମ୍ବାଇ । ଏହି ମ୍ୟଚରେ ତୃତୀୟ ଅମ୍ପେୟାରଙ୍କ ନିଷ୍ପତିକୁ ନେଇ ଦେଖାଦେଇଛି ବିବାଦ । ବିବାଦ ପୁଣି ମୁମ୍ବାଇ ଦଳର ଅଧିନାୟକଙ୍କ ଆଉଟକୁ ନେଇ ।ଏହି ମ୍ୟାଚର ଦ୍ବୀତିୟ ପାଳିର ଚତୁର୍ଥ ଓଭରରେ ଥାର୍ଡ ଅମ୍ପେୟାରଙ୍କ ପକ୍ଷରୁ ଦେଖାଦେଇଥିଲା ତୃଟି । ବାଙ୍ଗାଲୋର ପକ୍ଷରୁ ଏହି ଓଭରର ୪ର୍ଥ ବଲରେ କିସାନଙ୍କୁ ଆଉଟ କରନ୍ତି ୱନେନ୍ଦୁ ହସରଙ୍ଗା , ସେହି ଓଭରର ଅନ୍ତିମ ବଲରେ ଅଧିନାୟକ ରୋହିତ ଶର୍ମା ଆଗକୁ ବାହାରି ଆସି ୧ ରନ ନେବାକୁ ଚେଷ୍ଟା କରୁଥିବାବେଳେ ବଲଟି ତାଙ୍କ ପ୍ୟାଡରେ ଲାଗିଥିଲା । ଯାହାଫଳରେ ବିପକ୍ଷ ଦଳ ପଡିଆରେ ଉପସ୍ଥିତ ଥିବା ଅମ୍ପେୟାରଙ୍କ ପାଖରେ ଆଉଟ ପାଇ ଅଭିଯୋଗ କରନ୍ତି , କିନ୍ତୁ ଅମ୍ପେୟାରଙ୍କ ନିଷ୍ପତି ନଟଆଉଟ ଆସିବା ଫଳରେ ଆରସିବି ଅଧିନାୟକ ଫାଫ୍ ଡ୍ୟୁପ୍ଲେସି ୩ର୍ଡ ଅମ୍ପୟାରଙ୍କ ଦ୍ବାରସ୍ତ ହିଅନ୍ତି । ତୃତିୟ ଅମ୍ପେୟାରଙ୍କ ନିଷ୍ପତି ବଦଳିବା ପରେ ସମସ୍ତ କ୍ରୀଡାବିତ୍ ଓ ଭାସ୍ୟକାରଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ କ୍ରିକେଟ ନିୟମ ଅନୁଯାୟୀ ଯଦି କୌଣଷି ଖେଳାଳି ୩ ମିଟର ବା ତାଠାରୁ ଅଧିକ ଆଗକୁ ଆସେ ତେବେ ଏଲବିଡବଲୁ ଆଉଟ ହୁଏ ନାହଁଁ । ଯଦି ରୋହିତ ଶର୍ମା ୩ .୭ ମିଟର ଆଗକୁ ଆସିଥିଲେ ତେବେ ଆଉଟ ଦିଆଗଲେ କିପରି । ତେବେ ପୂର୍ବତନ ଭାରତୀୟ ବ୍ୟାଟର ମହମଦ୍ଦ କେଫ୍ ଏହି ନିଷ୍ପତିରେ ନିଜ ଅରାଜିଗତା ପ୍ରକାଶ କରି ଟୁଇଟ ଜରିଆରେ କହିଛନ୍ତି “ହେଲୋ ଡିଆରଏସ୍ ୟେ ଥୋଡା ଜ୍ୟାଦା ନେହିଁ ହୋ ଗୟା”