Union budget 2024 ; ୩ଟି ନୂଆ ରେଳ କରିଡ଼ର ନିର୍ମାଣ ପାଇଁ ବଜେଟ ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ

ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟରେ ଦେଖିବାକୁ ମିଳିଛି ଚମତ୍କାର ଉପହାର । ଗୁରୁବାର ଦିନ ଲୋକସଭାରେ ବଜେଟ୍ ଉପସ୍ଥାପନ କରୁଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଆସନ୍ତା ବର୍ଷରେ ତିନୋଟି ନୂତନ ରେଳ ଅର୍ଥନୈତିକ କରିଡର ନିର୍ମାଣ କରାଯିବ। ଏହି କରିଡରଗୁଡିକ ଶକ୍ତି, ଖଣିଜ ପଦାର୍ଥ ଏବଂ ସିମେଣ୍ଟ ପାଇଁ ପ୍ରସ୍ତୁତ କରାଯିବ । ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଅଧୀନରେ ଏହି ପ୍ରକଳ୍ପ ଚିହ୍ନଟ କରାଯାଇଛି। ଏହା ଦ୍ବାରା ଯାତ୍ରୀବାହୀ ଟ୍ରେନ କାର୍ଯ୍ୟରେ ଉନ୍ନତି ଆଣିବ ଏବଂ ଟ୍ରେନରେ ଯାତ୍ରା କରିବା ସୁରକ୍ଷିତ ହେବ । ୪୦ ହଜାର ସାଧାରଣ ରେଳ ବଗି ବନ୍ଦେ ଭାରତ ଷ୍ଟାଣ୍ଡାର୍ଡରେ ପରିଣତ କରାଯିବ ।

ଗତ ବର୍ଷର ବଜେଟରେ ମୋଦୀ ସରକାର ରେଳବାଇ ଉପରେ ଅଧିକ ଗୁରୁତ୍ବ ଦେଇଥିଲେ । ୨୦୨୩ ବର୍ଷ ପାଇଁ ମୋଟ ୪୫ ଲକ୍ଷ କୋଟି ଟଙ୍କା ବଜେଟରେ ରେଳବାଇ ପାଇଁ ୨.୪ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି । ମୋଦୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ରେଳବାଇକୁ ବଜେଟରେ ଆବଣ୍ଟନ କ୍ରମାଗତ ଭାବେ ବୃଦ୍ଧି ପାଇଛି ।
୫ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୯ ର ବଜେଟରେ ରେଳବାଇକୁ ୬୯, ୯୬୭ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା । ଏହା ପରେ, ୨୦୨୦ ରେ ରେଳବାଇକୁ ୭୦,୨୫୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଗୋଟିଏ ବର୍ଷ ପରେ, ଅର୍ଥାତ୍ ୨୦୨୧ ମସିହାରେ, ପ୍ରଥମ ଥର ପାଇଁ ରେଳ ବଜେଟ୍ ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କଲା | ଯେତେବେଳେ କି ୨୦୨୩ ମସିହାରେ ଅର୍ଥାତ୍ ଗତ ବର୍ଷ ରେଳବାଇର ବଜେଟ୍ ଆବଣ୍ଟନ ପ୍ରଥମ ଥର ପାଇଁ ୨ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିଲା ।

Leave a Reply

Your email address will not be published. Required fields are marked *