କେନ୍ଦ୍ରୀୟ ବଜେଟ୍‌ରେ ୫୦୦ କୋଟିର ଏଆଇ ନିବେଶ ଘୋଷଣା ପରବର୍ତୀ ପିଢ଼ିର ଡିଜିଟାଲ୍ ଶୀକ୍ଷଣୀୟ ସମାଧାନ ପାଇଁ ଆଇଏଆଇଏମର୍ ସହଯୋଗିତା ବଢ଼ାଇବ

ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ପରେ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଭାରତରେ ପ୍ରଥମ ଅନୁଷ୍ଠାନ ଭାବେ ଲର୍ଣ୍ଣିଂ ମ୍ୟାନେଜମେଂଟ ସିଷ୍ଟମ (ଶିକ୍ଷଣୀୟ ପରିଚାଳନା ବ୍ୟବସ୍ଥା) ପାଇଁ ସହଯୋଗିତା

ସମ୍ବଲପୁର:ଏଆଇ ସେଂଟର ଅଫ୍ ଏକ୍ସଲେନ୍ସରେ ୫୦୦ କୋଟି ନିବେଶ ଘୋଷଣା ପରେ ଭାରତରେ ମ୍ୟାନେଜମେଂଟ୍ ଶିକ୍ଷାର ଚେହେରା ବଦଳାଇବା ପାଇଁ ଆଇଆଇଏମ୍ ସମ୍ବଲପୁର ଏଆଇ ଦ୍ୱାରା ପରିଚାଳିତ ଡିଜିଟାଲ୍ କେସ୍ ଷ୍ଟଡି ସମାଧାନ ପାଇଁ ବ୍ରେକ୍ ଆଉଟ୍ ଲର୍ଣ୍ଣିଂ ସହ ହାତ ମିଳାଇଛି। ଏହି ସହଯୋଗର ଉଦ୍ଦେଶ୍ୟ ହେଉଛି ଭାରତକୁ ଏକ ପ୍ରଯୁକ୍ତି ଭିତିକ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ମ୍ୟାନେଜମେଂଟ୍ ଶିକ୍ଷା ବ୍ୟବସ୍ଥାର କେନ୍ଦ୍ର ଭାବରେ ଆଗେଇ ନେବା।

ଆଇଆଇଏମ୍ ସମ୍ବଲପୁର ଏହାର ଏମବିଏ ପାଠ୍ୟକ୍ରମରେ ବ୍ରେକ୍ ଆଉଟ୍ ଲର୍ଣ୍ଣିଂର ଅତ୍ୟାଧୁନିକ ଏଆଇ-ସକ୍ଷମ କେସ୍ ପ୍ଲାଟଫର୍ମକୁ ବ୍ୟବହାର କରିବ। ଏକ୍‌ଜିକ୍ୟୁଟିଭ୍ ଏମବିଏ ଏବଂ ପିଏଚଡି କାର୍ଯ୍ୟକ୍ରମ ଯାହା ଭାରତରେ ଡିଜିଟାଲ ଶିକ୍ଷା ପାଇଁ ନୂତନ ମାନଦଣ୍ଡ ହେବ। ବିଶ୍ୱର ଶ୍ରେଷ୍ଠ ଅନୁଷ୍ଠାନ ଯଥା ‘ଆଇଭିି ଏବଂ ହାର୍ଭାର୍ଡ’ର ପ୍ରିମିୟମ କେସ୍ ଷ୍ଟଡି ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଉପଲବ୍ଧ ହେବ, ଯାହା ଦ୍ୱାରା ଉଚ୍ଚ ଆଇନଗତ ଏବଂ ଆର୍ôଥକ ମାନଦଣ୍ଡ ସହିତ ଅନ୍ତର୍ଜାତୀୟ ଶିକ୍ଷଣୀୟ ଉତ୍କର୍ଷତା ଆସିବ।
ଏହି ଭାଗିଦାରୀ ଛାତ୍ରଛାତ୍ରୀମାନଙ୍କୁ ଗ୍ରହଣୀୟତାଠାରୁ ଆଗକୁ ବଢ଼ିବା ଅନୁମତି ଦେବ, ଉଦ୍ଭାବନକୁ ପ୍ରୋତ୍ସାହିତ କରିବ। ଏହାବ୍ୟତୀତ ଆଇଆଇଏମ୍ ସମ୍ବଲପୁରର ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ବ୍ରେକ୍ ଆଉଟ୍ ଲର୍ଣ୍ଣିଂ ପ୍ଲାଟଫର୍ମରେ ଆୟୋଜିତ ଅତ୍ୟାଧୁନିକ ମ୍ୟାନେଜମେଂଟ୍ କେସ୍ ସୃଷ୍ଟି କରିବାର ସୁଯୋଗ ମିଳିବ ଯାହା ଏଆଇ ଦ୍ୱାରା ପରିଚାଳିତ ବ୍ୟବସାୟ ଶିକ୍ଷାରେ ଭାରତକୁ ଅଗ୍ରଣୀ ଭାବେ ସ୍ଥାନିତ କରିବ। ଏହି ଏଆଇରୁ ସୃଷ୍ଟି କେସ୍‌ଗୁଡିକ ପାଇଁ ବୌଦ୍ଧିକ ସମ୍ପତି ଅଧିକାର ମିଳିତ ମାଲିକାନାରେ ରହିବ ଯାହା ଶିକ୍ଷାଦାନ ଏବଂ ଗବେଷଣା ଉଦ୍ଦେଶ୍ୟରେ ଅଧ୍ୟାପକମାନଙ୍କୁ ରିହାତି ସୁବିଧା ପ୍ରଦାନ କରିବ।

*ଆଇଆଇଏମ୍ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ୍* କହିଛନ୍ତି ଯେ, “କେନ୍ଦ୍ର ବଜେଟରେ ଏଆଇ ସେଂଟର ଅଫ୍ ଏକ୍ସଲେନ୍ସରେ ୫୦୦ କୋଟି ପୁଞ୍ଜିନିବେଶ ଘୋଷଣା ହେବା ପରେ ବ୍ରେକ୍ ଆଉଟ୍ ଲର୍ଣ୍ଣିଂ ସହିତ ଏହି ଗୁରୁତ୍ୱପୂର୍ଣ୍ଣ ସହଯୋଗ ଭାରତୀୟ ମ୍ୟାନେଜମେଂଟ୍ ଶିକ୍ଷା ପାଇଁ ଏକ ବଡ଼ ପଦକ୍ଷେପ ଯାହା ପାରମ୍ପରିକ ଶିକ୍ଷାଦାନ ପଦ୍ଧତିରେ ଦୀର୍ଘଦିନର ଆହ୍ୱାନର ମୁକାବିଲା କରୁଛି। ଏଆଇ ଆଧାରିତ କେସ୍ ଭିତିକ ଶିକ୍ଷାକୁ ସମନ୍ୱିତ କରି ଆମେ ଅତୁଳନୀୟ ନିଷ୍ପତି ନେବା ଏବଂ ବିଶ୍ଳେଷଣାତ୍ମକ ଦକ୍ଷତା ସହିତ ଭବିଷ୍ୟତର ଲିଡର୍‌ମାନଙ୍କୁ ପ୍ରସ୍ତୁତ କରୁଛୁ ଯାହା ଭାରତକୁ ବ୍ୟବସାୟ ଶିକ୍ଷାକ୍ଷେତ୍ରରେ ବିଶ୍ୱସ୍ତରରେ ଅଗ୍ରଣୀରେ ପରିଣତ କରୁଛି। ବିଶ୍ୱ ମାନ୍ୟତାକୁ ଦେଖିଲେ ଭାରତୀୟ ବି-ସ୍କୁଲଏବେ ବି ଶ୍ରେଷ୍ଠ ୨୦୦ ମଧ୍ୟରେ ସ୍ଥାନ ପାଇନାହାନ୍ତି। ଉଦ୍ଭାବନ ଏବଂ ଗବେଷଣା କ୍ଷେତ୍ରରେ ଅଧ୍ୟାପକମାନେ ଅଧିକାଂଶ ସମୟରେ ଶିକ୍ଷାଦାନ ଦାୟିତ୍ୱରେ ବ୍ୟସ୍ତ ରହିଥାନ୍ତି ଏବଂ ଗବେଷଣା ପାଇଁ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନଥାଏ। ତଥାପି ଏଆଇର ଏକୀକରଣ ସହିତ ଶିକ୍ଷକମାନେ ସହାୟତା ପାଇବେ ଯାହା ସେମାନଙ୍କୁ ଗବେଷଣା, ଉଦ୍ଭାବନ ଏବଂ କେସ୍ ରାଇଟିଂ ପାଇଁ ଅଧିକ ସମୟ ଦେବ । ଏହି ପରିବର୍ତନ ସେମାନଙ୍କ ଶିକ୍ଷାଗତ ଉନ୍ନତିକୁ ବୃଦ୍ଧି କରିବାରେ ସହାୟକ ହେବ, ଫଳରେ ବିଶ୍ୱ ର‌୍ୟାଙ୍କିଙ୍ଗ ଉନ୍ନତିରେ ତାହା ସହାୟକ ହେବ।’’

ଏହି ରଣନୈତିକ ସହଯୋଗିତା ଜରିଆରେ ଆଇଆଇଏମ୍ ସମ୍ବଲପୁର ଏକ ଅଭିନବ ନେତୃତ୍ୱାଧୀନ ଶିକ୍ଷା ପ୍ରଦାନକାରୀ ଭାବରେ ନିଜର ଅଗ୍ରଣୀ ସ୍ଥାନ ସୃଷ୍ଟି କରିବା ସହ ଏକ ଜ୍ଞାନ ଶକ୍ତି ଭାବେ ଉଭା ହେବା ଏବଂ ପରବର୍ତୀ ପରିଚାଳନା ପେସାଦାରମାନଙ୍କୁ ଗଢ଼ିତୋଳିବା ଏବଂ କେସ୍ ପ୍ରୋଜେକ୍ଟ କ୍ଷେତ୍ରରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ଥିବା ଭାରତର ଦୃଷ୍ଟିକୋଣ ସହିତ ନିଜକୁ ଯୋଡ଼ିଛି।

*ଆମେରିକାର ବ୍ରେକ୍ ଆଉଟ୍ ଲର୍ଣ୍ଣିଂର ସିଇଓ ତଥା ସହ-ପ୍ରତିଷ୍ଠାତା ରମିତ୍ ବର୍ମା* କହିଛନ୍ତି, “ଆମ ପ୍ରକଳ୍ପରେ ଶ୍ରେଣୀଗୃହ ଆଲୋଚନା ଅନ୍ତର୍ଭୁକ୍ତ। ଆମେ ଜାଣିବାକୁ ପାଇଛୁ ଯେ ଏହା ଛୋଟ ଗୋଷ୍ଠୀ ପାଇଁ ସର୍ବୋତମ। ଆମେ ଅନୁଭବ କରିଥିଲୁ ଯେ ଏହି ଫର୍ମାଟ ମଣିଷ ଭାବରେ ଆମର ଅଭିଜ୍ଞତା ପାଇଁ ମୌଳିକ ଅଟେ। ଶିକ୍ଷା ଆମର ଗଭୀର ଚ୍ଛା ଏବଂ ଆବଶ୍ୟକତା ମଧ୍ୟରୁ ଗୋଟିଏ । ତଥାପି ଯଦି ଆପଣ ଆମ କ୍ଲାସରୁମଗୁଡ଼ିକୁ କିପରି ସ୍ଥାପନ କରାଯାଏ ତାହାକୁ ଦେଖିଲେ ସେଗୁଡିକ ଆକର୍ଷଣୀୟ ନୁହେଁ । ସେମାନେ ପ୍ରାୟ କାରଖାନା ପରି ଅନୁଭବ କରନ୍ତି ଯେଉଁଠାରେ ଛାତ୍ରଛତ୍ରୀମାନେ ଶ୍ରମିକ ଅଟନ୍ତି ଏବଂ ବ୍ୟବସ୍ଥା ଏକ କାରଖାନା ମାନସିକତା। ବ୍ରେକ୍ ଆଉଟ୍ ଶିକ୍ଷଣରେ ଆମେ ଛୋଟ ଛୋଟ ଗୋଷ୍ଠୀରେ ଛାତ୍ରଛାତ୍ରୀମାନଙ୍କୁ ଭାଙ୍ଗିଥାଉ, କୌଣସି ଉତର ନଥିବା କ୍ଷେତ୍ର ଉପରେ ଧ୍ୟାନ ଦେଇଥାଉ ଏବଂ ତା’ପରେ ଛାତ୍ରଛାତ୍ରୀମାନଙ୍କୁ ପରସ୍ପର ମଧ୍ୟରେ ଆଲୋଚନା କରିବାକୁ ଅନୁମତି ଦେଇଥାଉ। ଏହା ଛାତ୍ରଛାତ୍ରୀଙ୍କୁ ଶିଖିବା, ଯୋଗାଯୋଗ କରିବା ଏବଂ ନିୟୋଜିତ କରିବାରେ ସାହାଯ୍ୟ କରେ। ଆଇଆଇଏମ୍ ସମ୍ବଲପୁର ହେଉଛି ଭାରତର ପ୍ରଥମ ଅନୁଷ୍ଠାନ ଯିଏ ପରିବର୍ତନ ଆଣିଛି ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ହୋଇଛି।’’

ସେ ଆହୁରି ମଧ୍ୟ କହିଛନ୍ତି, “ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଏହି କେସ୍ ପ୍ରୋଜେକ୍ଟରେ ପିଡିଏଫ୍ ସାମିଲ ଅଛି ଏବଂ ଛାତ୍ରଛାତ୍ରୀଙ୍କୁ ବାସ୍ତବିକ ବ୍ୟବସାୟିକ ଦୃଶ୍ୟରେ ନିୟୋଜିତ କରାଯାଇଛି। ତଥାପି, ସେମାନଙ୍କର ପାରମ୍ପରିକ ଆଭିମୁଖ୍ୟ, ଯାହା ପ୍ରତ୍ୟକ୍ଷ ଅନୁଭୂତି ଉପରେ ନିର୍ଭର କରେ, ସମୟ ସାପେକ୍ଷ ଏବଂ ବ୍ୟସ୍ତବହୁଳ ହୋଇପାରେ। ଏତଦ୍ ବ୍ୟତୀତ ଛାତ୍ରଛାତ୍ରୀମାନେ ଅନେକ ସମୟରେ ପ୍ରସ୍ତୁତ ନ ହୋଇ ଆସୁଥିବା ବେଳେ ପ୍ରଶିକ୍ଷକମାନେ ଭଲ ଭାବେ ପ୍ରସ୍ତୁତ ଥାଆନ୍ତି। ଅପରପକ୍ଷେ, ଆମ ଆଭିମୁଖ୍ୟରେ ଏଆଇର ଏକୀକରଣ ଛାତ୍ରମାନଙ୍କୁ ସମାଲୋଚନାତ୍ମକ ଭାବରେ ଚିନ୍ତା କରିବା, ଯୋଗାଯୋଗ କରିବା, ଆଲୋଚନା କରିବା, ମୂଲ୍ୟାଙ୍କନ କରିବା, ସୃଷ୍ଟି କରିବା, କାର୍ଯ୍ୟକାରୀ କରିବା ଏବଂ ଉଦ୍ଭାବନ କରିବାକୁ ବାଧ୍ୟ କରୁଛି। ଏହା କେବଳ ବାସ୍ତବ ଦୁନିଆ ପାଇଁ ଛାତ୍ରଛାତ୍ରୀଙ୍କୁ ଉତମ ଭାବେ ପ୍ରସ୍ତୁତ କରେ ନାହିଁ ବରଂ ନିୟୋଜିତ ଏବଂ ଫଳପ୍ରଦତା ଦୃଷ୍ଟିରୁ ହାର୍ଭାର୍ଡର ପାରମ୍ପରିକ ପଦ୍ଧତିକୁ ମଧ୍ୟ ଅତିକ୍ରମ କରିଛି।’’

ଉତ୍ସର୍ଗୀକୃତ ବୈଷୟିକ ସହାୟତା ଦ୍ୱାରା ସମର୍ôଥତ ଆଇଆଇଏମ୍ ସମ୍ବଲପୁରର ପାଠ୍ୟକ୍ରମରେ ଏହାର ଏଆଇ-ପରିଚାଳିତ ପ୍ଲାଟଫର୍ମକୁ ସୁରୁଖୁରୁରେ ଏକୀକରଣ ସୁନିଶ୍ଚିତ କରିବ ବ୍ରେକ୍ ଆଉଟ୍ ଲର୍ଣ୍ଣିଂ। ପାରସ୍ପରିକ ଲାଭ ଏବଂ ଦୀର୍ଘମିଆଦୀ ସ୍ଥାୟୀତ୍ୱ ସୁନିଶ୍ଚିତ କରିବା ପାଇଁ ଆକସେସ୍ ଫି ଏବଂ କେସ୍ ଡେଭଲପମେଂଟ୍ ରୟାଲଟି ସମେତ ଆର୍ôଥକ ଚୁକ୍ତିଗୁଡିକ ଏକ ପୃଥକ ଚୁକ୍ତି ଅଧୀନରେ ଗଠନ କରାଯିବ।

Leave a Reply

Your email address will not be published. Required fields are marked *