ବାତ୍ୟା ‘ଦାନା ‘ ପ୍ରଭାବରେ ଆଜି ରାତିରୁ ବଦଳିବ ପାଗ
ଭୁବନେଶ୍ୱର : ବାତ୍ୟା ‘ଦାନା’ ପ୍ରଭାବରେ ଆଜି ରାତିରୁ ପାଗରେ ପରିବର୍ତ୍ତନ ଦେଖାଦେବ । ଆଜି ଉପକୂଳ ଓଡିଶାରେ ବର୍ଷା ସହ ପବନର ବହିବା ସମ୍ଭାବନା ରହିଛି । କିଛି ସ୍ଥାନରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ସେହିପରି ଅକ୍ଟୋବର ୨୪ ତାରିଖରେ ୭ ଜିଲାରେ ପ୍ରବଳ ବର୍ଷିବ । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଏହି ଜିଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଜଗତସିଂହପୁର, କେନ୍ଦ୍ରାପଡା,ଭଦ୍ରକ,ବାଲେଶ୍ୱର, ମୟୁରଭଞ୍ଜ, ଜଗତସିଂହପୁର, କଟକରେ ଅତି ପ୍ରବଳ ବର୍ଷିବ । କିଛି ସ୍ଥାନରେ ୨୦ ରୁ ୩୦ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୬ ଜିଲାକୁ ଅରେଞ୍ଜ ଓ ୬ ଜିଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଗଞ୍ଜାମ, କେନ୍ଦୁଝର, ଢେଙ୍କାନାଳ,ଖୋର୍ଦ୍ଧା,ପୁରୀ ଓ ନୟାଗଡ ଜିଲାକୁ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପକ୍ଷରେ ବାତ୍ୟାର ଲ୍ୟାଣ୍ଡଫଲ ଭିତରକନିକା ଓ ଧାମରା ମଧ୍ୟରେ କରିବ ବୋଲି ଆକଳନ କରାଯାଉଛି। ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୦୦ ରୁ ୧୨୦ କିମି ମଧ୍ୟରେ ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।