ୟୁପିଆଇରେ ଦୈନିକ କାରବାର ୧୦୦ କୋଟିରୁ ଅଧିକ ହେବ ; ପିଡବ୍ଲୁସି ଇଣ୍ଡିଆ

ଭୁବନେଶ୍ଖୁର: ଖୁଚୁରା କାରବାର ଲାଗି ହେଉଥିବା ପେମେଣ୍ଟ୍ ମୁଖ୍ୟତଃ ୟୁପିଆଇରେ କରାଯାଉଛି ।ଆଉ କିଛି ବର୍ଷ ପରେ ଲୋକମାନେ ଖୁଚୁରା କାରବାର ବେଳେ ବେଶି ୟୁପିଆଇ ଉପରେ ନିର୍ଭର ରହିବେ । ପିଡବ୍ଲୁସି ଇଣ୍ଡିଆ ଏକ ରିପୋର୍ଟରେ ଆକଳନ କରିଛି ଯେ ୨୦୨୬-୨୭ ସୁଦ୍ଧା ୟୁପିଆଇ ଜରିଆରେ ୯୦ ପ୍ରତିଶତ ଖୁଚୁରା ୟୁପିଆଇରେ କରାଯିବ ଯାହା ଦୈନିକ କାରବାର ୧୦୦ କୋଟିରୁ ଅଧିକ ହେବ। ୨୦୨୨-୨୩ରେ ୟୁପିଆଇ ଜରିଆରେ ୭୫ ପ୍ରତିଶତ ଖୁଚୁରା କାରବାରର ପେମେଣ୍ଟ୍ ହୋଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ପିଡବ୍ଲୁସି ଇଣ୍ଡିଆର ‘ଦି ଇଣ୍ଡିଆନ ପେମେଣ୍ଟ୍ ହାଣ୍ଡ୍ବୁକ୍-୨୦୨୨-୨୭’ରେ କୁହାଯାଇଛି ଯେ ୟୁପିଆଇ ପରେ ଦ୍ବିତୀୟ ଲୋକପ୍ରିୟ ପେମେଣ୍ଟ୍ ମାଧ୍ୟମ ହେଉଛି କାର୍ଡ। ଲୋକମାନେ ଡେବିଟ୍ ଓ କ୍ରେଡିଟ୍ କାର୍ଡ ଜରିଆରେ ମଧ୍ୟ କାରବାର କରୁଛନ୍ତି। ତେଣୁ ଆସନ୍ତା ୫ ବର୍ଷରେ କାର୍ଡ ପେମେଣ୍ଟ୍ରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ହେବ। ୨୦୨୪-୨୫ ସୁଦ୍ଧା ଡେବିଟ୍ କାର୍ଡ ତୁଳନାରେ କ୍ରେଡିଟ୍ କାର୍ଡରେ ଅଧିକ କାରବାର ହେବ ବୋଲି ରିପୋର୍ଟରେ ଆକଳନ କରାଯାଇଛି। ଲୋକମାନେ ଡେବିଟ୍ କାର୍ଡକୁ ମୁଖ୍ୟତଃ ଏଟିଏମ୍ରୁ ଟଙ୍କା ଉଠାଇବା ଲାଗି ବ୍ୟବହାର କରୁଛନ୍ତି। ସେହି କାମ ୟୁପିଆଇ ଜରିଆରେ ହେବ । ଯାହ ଫଳରେ ଡେବିଟ୍ କାର୍ଡର ବ୍ୟବହାର କମିଯିବ।