ଛୋଟ କାରବାର ପାଇଁ UPI ରେ ପେମେଣ୍ଟ କରୁଛନ୍ତି କି? ଆଉ କରନ୍ତୁ ନାହିଁ, wallet ଦେବ ଆପଣଙ୍କୁ ଅଧିକ ଲାଭ

ପ୍ରତିଦିନ ପେମେଣ୍ଟ ପାଇଁ ଆପଣ UPI କିମ୍ବା UPI ୱାଲେଟ୍ ମଧ୍ୟରୁ କାହାର ବ୍ୟବହାର କରନ୍ତି ? ସମ୍ଭବତ ଆପଣ UPI ର ବ୍ୟବହାର ଅଧିକ କରୁଥିବେ କରିବେ ।କିନ୍ତୁ, ବିଶେଷଜ୍ଞମାନଙ୍କ ମତ ଅନୁସାରେ କ୍ଷୀର, ପନିପରିବା, ଫଳ କିଣିବା ସମୟରେ ପେମେଣ୍ଟ ପାଇଁ UPI ୱାଲେଟ୍ ବ୍ୟବହାର କରିବା ଲାଭଦାୟକ ଏବଂ ନିରାପଦ ଅଟେ ।ଏହା କାହିଁକି  ତାହା ବୁଝିବାକୁ ହେଲେ ଆମକୁ ପ୍ରଥମେ UPI ଏବଂ UPI ୱାଲେଟ୍ ମଧ୍ୟରେ ପାର୍ଥକ୍ୟ ବୁଝିବାକୁ ପଡିବ।

UPI ହେଉଛି ଏକ ପେମେଣ୍ଟ ବ୍ୟବସ୍ଥା, ଯାହା ଦୁଇଟି ବ୍ୟାଙ୍କ ଆକାଉଣ୍ଟ ମଧ୍ୟରେ ଟଙ୍କା ସ୍ଥାନାନ୍ତର କରିବାକୁ ଅନୁମତି ଦେଇଥାଏ । ଏହି ସ୍ଥାନାନ୍ତର ସ୍ମାର୍ଟଫୋନର UPI ଆପ୍ ମାଧ୍ୟମରେ ହୋଇଥାଏ ।ଏଥିରେ ଗୁଗୁଲ୍ ପେ, ଫୋନ୍ ପେ ଏବଂ ପେଟିଏମ୍ ଆଦି ଅନ୍ତର୍ଭୂକ୍ତ , ଅନ୍ୟପକ୍ଷରେ, UPI ୱାଲେଟ୍ ହେଉଛି ଏକ ପ୍ରକାର ପ୍ରି-ପେଡ୍ ୱାଲେଟ୍, ଯାହା UPI ଆପ୍ ସହିତ ଲିଙ୍କ ହୋଇଥାଏ ।ଏହି  ୱାଲେଟରେ ଜମା ହୋଇଥିବା ଟଙ୍କାକୁ ଆପଣ ଛୋଟ କାରବାର ପାଇଁ ବ୍ୟବହାର କରିପାରିବେ।

ଅଳ୍ପ ପରିମାଣର ଟଙ୍କା କାରବାର ପାଇଁ UPI ୱାଲେଟ୍ ସୁରକ୍ଷିତ ହୋଇଥାଏ । କାରଣ ଏଥିରେ ତୁମର ବ୍ୟାଙ୍କ ଆକାଉଣ୍ଟକୁ ପ୍ରବେଶ କରିବାର ଆବଶ୍ୟକତା ପଡ଼ିନଥାଏ। ଯଦି ଆପଣଙ୍କୁ କେଉଁଠି ୫୦୦ ଟଙ୍କା ପେମେଣ୍ଟ କରିବାର ଥାଏ ଆଉ ଭୁଲରେ ଗୋଟିଏ ଶୂନ ଅଧିକ ହୋଇ ୫୦୦୦ ହୋଇଯାଏ। ଆପଣ ଯଦି UPI ରେ ପେମେଣ୍ଟ କରୁଛନ୍ତି ତାହାଲେ ଏହା ଆପଣଙ୍କୁ ଅସୁବିଧାରେ ପକାଇପାରେ। କିନ୍ତୁ UPI ୱାଲେଟରେ ଏପରି କମ୍ ହୋଇଥାଏ। କାରଣ ଯଦି ଆପଣ ୱାଲେଟରେ ମାତ୍ରା ୩୦୦୦  ଟଙ୍କା ଥାଏ। ଆଉ ଆପଣ ଭୁଲରେ ୫୦୦ ଟଙ୍କା ପେମେଣ୍ଟ କରିବା ପରିବର୍ତ୍ତେ ୫ ହଜାର କରନ୍ତି ତାହାଲେ ୱାଲେଟ୍ ଆପଣଙ୍କୁ ଏମିତି କରିବାର ଅନୁମତି ଦେଇନଥାଏ ।

UPI ୱାଲେଟ୍ ବ୍ୟବହାର ଉପରେ କରିବା ଦ୍ଵାରା କ୍ୟାସବ୍ୟାକ୍ ଅଫର୍ ମିଳିଥାଏ।  ଅନେକ ୱାଲେଟ୍ ପ୍ରଦାନକାରୀଙ୍କର ଇ-କମର୍ସ କମ୍ପାନୀ ସହିତ ଚୁକ୍ତିନାମା ହୋଇଥାଏ । ଯାହା ଫଳରେ ୱାଲେଟରୁ ଦୈନିକ କ୍ରୟ ଉପରେ କିଛି ପୁରସ୍କାର ଦିଆଯାଏ ।

Leave a Reply

Your email address will not be published. Required fields are marked *