USA : ଆମେରିକା ବିଶ୍ୱଗୁଣ୍ଡା, ମୁଁ ସବୁ ସମୟରେ କରିବି ଭାଣ୍ଡାମୀଆମେରିକା ବିଶ୍ୱଗୁଣ୍ଡା, ମୁଁ ସବୁ ସମୟରେ କରିବି ଭାଣ୍ଡାମୀ
New Delhi: (ବିଜୟ ସାହୁ)-ସବୁ ବେଳେ ଡ୍ରଗ ଖାଇ ଝୁଲୁ ଥିବା ଡୋନାଲଡ଼ ଟ୍ରମ୍ପ ଭେନଜୁଲାର ଲୋକପ୍ରିୟ ରାଷ୍ଟ୍ରପତି ନିକୋଲାସ ମାଦୁରା ଓ ତାଙ୍କ ପତ୍ନୀଙ୍କୁ ଯେଭଳି ସେନା ପଠେଇ ଟେକି ନେଲା ତାହାକୁ ନିନ୍ଦା କରିବା ପାଇଁ ଭାଷା ନାହିଁ । କୌଣସି ଚଳଚ୍ଚିତ୍ରରେ ମଧ୍ୟ ଦର୍ଶକ ଏଭଳି ଗୁଣ୍ଡା ଦେଖି ଛନ୍ତି କି ନାହିଁ କହିବା ମୁସ୍କିଲ ।
ଟ୍ରମ୍ପର ଅଭିଯୋଗ ଭେନଜୁଲା କୋକେନ୍ ବିକୁଛି, ତେଣୁ ଟେକି ଆଣିଲି ଓ ଆମେରିକାରେ ବିଚାର କରିବି । ଚମ୍ବଲ ଡକାୟତଙ୍କ ଖାପ ପଞ୍ଚାୟତରେ ବି ଏମିତି ହେଉ ନଥିଲା । ସେମାନେ ରାହଜାନୀ, ଜମି ଲୁଟ, ନିରୀହ ଝିଅ ବୋହୁଙ୍କ ଉପରେ ଦୁଷ୍କର୍ମ ଇତ୍ୟାଦି ନିର୍ଯ୍ୟାତନାର ଶିକାର ହେଇ ଠାକୁର/ ଜମିଦାରଙ୍କ ଉପରେ ପ୍ରତିଶୋଧ ନେଉଥିଲେ । କିନ୍ତୁ ସେମାନଙ୍କ ଝିଅ ବୋହୁଙ୍କୁ ଛୁଇଁ ନଥିଲେ ।
ଟ୍ରମ୍ପ ବିଶ୍ୱର ସବୁ ପ୍ରକାର ଗୁଣ୍ଡାମୀର ମାନକ କୁ ପଛରେ ପକେଇ ଦେଇଛି ।
କୋକେନ କେବଳ ବାହାନା ,କିନ୍ତୁ ତେଲ ଖଣି ଉପରେ ଆମେରିକାର ତସ୍କରୀ ବନ୍ଧୁମାନଙ୍କ କବ୍ଜାକୁ ସୁନିଶ୍ଚିତ କରିବା ପାଇଁ ଏହି କର୍ମକାଣ୍ଡ ।
କାରଣ ଭେନଜୁଲାରେ ରହିଛି ଵିଶ୍ଵର ସର୍ବାଧିକ ତୈଳ ଖଣି , ତେଣୁ ଆମେରିକା ଓ ନିଜର ମିତ୍ର ରାଷ୍ଟ୍ର କର୍ପୋରେଟଙ୍କ ଲୋଲୁପ ଦୃଷ୍ଟି ସେଇଠି ରହିଛି ।
କୌଣସି ପ୍ରମାଣ ନାହିଁ କୋକେନ ଆମେରିକାକୁ ବେଶି ସପ୍ଲାଇ ହେଉଛି । ଯଦି ସପ୍ଲାଇ ହେଉଥାଏ ତାହେଲେ ଆମେରିକା ନୁହେଁ, ୟୁରୋପକୁ ବେଶି ସପ୍ଲାଇ ହେଉଛି ।
ସବୁଠାରୁ ପ୍ରାଣଘାତ ଡ୍ରଗ ହେଉଛି ପେଣ୍ଟାନିଲ ଯାହା ଚୀନରେ ପ୍ରସ୍ତୁତି ହେଉଛି ଓ ମେକ୍ସିକୋ ବାଟେ ଆମେରିକାକୁ ଆସୁଛି । ଚୀନ ଏହାର ମୁଖ୍ୟ ଇନଗ୍ରେଡିଏଣ୍ଟ ପ୍ରସ୍ତୁତ କରୁଛି ।
ଭେନଜୁଲା ତ ପ୍ରସ୍ତୁତ କରୁନି ।
ତେଣୁ ଆମେରିକା ଯାହା କଲା ତାହା ଆମେରିକା ଓ ଆନ୍ତର୍ଜାତିକ କାନୁନର ପୂରାପୁରି ଧଜିଆ ଉଡେଇଲା ଭଳି ।
ଆମେରିକାର ତଥାପି ଯଦି କିଛି ଅଭିଯୋଗ ଥିଲା ତାହେଲେ ସିଧାସଳଖ ଭେନଜୁଲା ସହ କଥା ବାର୍ତ୍ତା କରି ପାରିଥାନ୍ତା ।
କିନ୍ତୁ ଏକଥା ନ କରି ଗୋଟିଏ ଦେଶର ରାଷ୍ଟ୍ରପତି ଙ୍କୁ ଟେକି ଆଣିବା ପୂରା ପୁରୀ ଯୁଦ୍ଧ ଅପରାଧ । ଏହା ଆମେରିକା ସରକାର ବିରୁଦ୍ଧରେ ଓ ଦୁନିଆ ବିରୁଦ୍ଧରେ ଯୁଦ୍ଧ ଅପରାଧ ।
ବର୍ତ୍ତମାନ ଦେଖିବା କଥା ଦୁନିଆ ଓ ଆମେରିକା ବାସୀ ଏହାର କିପରି ଜବାବ ଦେଉଛନ୍ତି । କାରଣ ଟ୍ରମ୍ପ ସବୁ ସୀମା ଲଙ୍ଘନ କରି ସାରିଛି । ଏହା ସତ୍ତ୍ୱେ ଟ୍ରମ୍ପ ଯଦି ଦଣ୍ଡ ନ ପାଏ ତାହେଲେ ପୂରା ଦୁନିଆ ଆମେରିକା ପାଖରେ ଦଣ୍ଡମସ୍ତକ ହେଇ ଯିବା ଦରକାର ।
ଟ୍ରମ୍ପ ଚାହୁଁଛି ଭେନଜୁଲାର ଶାସକ ବଦଳି ଯାଉ ଓ ନିଜର ବୋଲକରା ଜଣେ ସେଠାରେ ଦରୱାନ ବସୁ ।
ଆମେରିକା ଏତେ ବଡ଼ ଅମୀର ଦେଶ ହେଇ ବି ନିଜ ଦେଶର ଜନଗଣଙ୍କୁ ରୋଜଗାର ଦେଇ ପାରୁନି, ରୋଟି ଦେଇ ପାରୁନି , ଭୁକମାରୀ, ବେରୋଜଗାରୀ ,ଆର୍ଥିକ ସଂକଟରେ ଏ ଓଳି ସେ ଓଳି ପଡୁଛି ।
ବିଗତ 10 ବର୍ଷର ଶାସନ ଦେଖିଲେ । ଯାହା ଉପରେ ଚାହୁଁଛି ଆର୍ଥିକ କଟକଣା ଲଗେଇ ଚାଲିଛି । ନିଜକୁ ନିଜେ ରକ୍ଷା କରି ପାରୁନାହିଁ ।
ଅନ୍ୟ ପକ୍ଷରେ ଟ୍ରମ୍ପ ଏପରି ଏକ ଦେଶକୁ ଧ୍ୱଂସ କରିବାକୁ ଚାହୁଁଛି ଯେଉଁ ଦେଶ ନିଜର ନାଗରିକଙ୍କ ନିଜ ବଳରେ ଖିଆଲ ରଖି ପାରୁଛି ।
ଏହି ନୀତି ପୂର୍ବରୁ ମଧ୍ୟ ଥିଲା, Hugo Chavez ଫେବୃଆରୀ 2 ,1999 ରୁ ମାର୍ଚ୍ଚ 5, 2013 ପର୍ଯ୍ୟନ୍ତ ରାଷ୍ଟ୍ରପତି ଥିଲା ବେଳେ । ଆମେରିକା ଯଦି ଅଭିଯୋଗ କରିବ ନିକୋଲସ ମାଦୁରା କାହିଁକି ଏମିତି ନୀତି କରିବେ ଯାହା ପେଟ୍ରୋ ଲୁଟେରାଙ୍କ ଅସୁବିଧା ହେବ । ଦୁନିଆର ସବୁଠାରୁ ଶୀର୍ଷରେ ଥିବା ପାଞ୍ଚ ଲୋକ ଯେଉଁମାନେ ନିଜର ନାଗରିକଙ୍କ ଧ୍ୟାନ ରଖିବା କଥା କହୁଛନ୍ତି ସେମାନଙ୍କ ମଧ୍ୟରେ ରାଷ୍ଟ୍ରପତି ମଦୁରା ଆଗରେ ଥିଲେ ।
ତେଣୁ ଭେନଜୁଲା ନାଗରିକଙ୍କୁ ମରିବା ପାଇଁ ଆମେରିକା ଦୁନିଆର ସମସ୍ତ ବ୍ୟାଙ୍କିଙ୍ଗ ସିଷ୍ଟମକୁ କାଟିଦେଲା । ତାହେଲେ ଭେନଜୁଲା କାହାକୁ ପେମେଣ୍ଟ କେମିତି କରିଥାନ୍ତା । ଡଲାରରେ ମଧ୍ୟ କରି ପାରିବ ନାହିଁ ।
ସେମିତି କ୍ୟୁବା କଥା ଦେଖ ।ଛୋଟ ଦେଶ । ଆମେରିକା କିଭଳି ପ୍ରତିବନ୍ଧ ଲଗାଉଛି । କ୍ୟୁବା ଏଭଳି ଆର୍ଥିକ ଅବରୋଧର ଭୁକ୍ତଭୋଗୀ । ତଥାପି କୋବିଦ ବେଳେ ଚରମ ମାନବତାର ପ୍ରମାଣ ଦେଇଥିଲା । ଯେତେବେଳେ କର୍ପୋରେଟ ଜଗତ ହଜାର ହଜାର କୋଟି ଆୟରେ ମାତିଥିଲେ ସେତେବେଳେ କ୍ୟୁବା ହଜାର ହଜାର ଡାକ୍ତର ପଠେଇ ବିଭିନ୍ନ ଦେଶରେ ଚିକିତ୍ସା କରୁଥିଲା ।
ଟ୍ରମ୍ପ ଯେତେବେଳେ ସ୍ୱାସ୍ଥ୍ୟ ବଜେଟ ହ୍ରାସ କରୁଛି, ସେତେବେଳେ ରାଷ୍ଟ୍ରପତି ମଦୁରାଙ୍କ ମିଶନ ମିରାକଲ ଟ୍ରମ୍ପ କୁ ପାଗଳ କରୁଛି ।
ମିଶନ ମିରାକଲ କଣ ? ପରୀକ୍ଷା ଓ ଚିକିତ୍ସା ପୂରା ଫ୍ରି । ଗ୍ରାମୀଣ ଇଲାକାକୁ ସ୍ପେସିଆଲ ମେଡ଼ିକାଲ ଦଳ ଯାଇ ଚିକିତ୍ସା କ୍ୟାମ୍ପ । ବିଭିନ୍ନ ତଥ୍ୟ ଅନୁଯାୟୀ ଭେନଜୁଲା 2000 ରୁ 2005 ମଧ୍ୟରେ ଲକ୍ଷ ଲକ୍ଷ ଲୋକଙ୍କୁ ଚିକିତ୍ସା କରିଛି ।
ରାସନ ଷ୍ଟୋର ଚାଉଳ, ଅଟା, ତେଲ ,ଦୁଧ 70%ପର୍ଯ୍ୟନ୍ତ ଶସ୍ତା ମିଳୁଛି । ଟ୍ରକରେ ରାସନ ପଠେଇ ନିକଟ ଇଲାକାରେ ସାମଗ୍ରୀ ବଣ୍ଟା ଯାଉଛି ।
ସ୍କୁଲ, କଲେଜ, ବିଶ୍ଵ ବିଦ୍ୟାଳୟରେ ମାଗଣାରେ ଆଡ଼ମିଶନ ।
ଆମର ଏଠାରେ ଡାକ୍ତରଟିଏ ହେବାକୁ ପରିବାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସେଠାରେ ଫ୍ରି । ୟୁନିଫର୍ମ ଫ୍ରି, ମେଡ଼ିକାଲ ପୁସ୍ତକ ମଧ୍ୟ ଫ୍ରି ।
2025 ରେ ଭେନଜୁଲା ସ୍ବାକ୍ଷରତା ହାର 100 ପହଞ୍ଚି ଗଲା । ମଧ୍ୟମ ବର୍ଗକୁ ସରକାରୀ ଫ୍ଲାଟ ମଧ୍ୟ ଫ୍ରି ଅଥବା ସ୍ୱଳ୍ପ ସୁଧରେ ମିଳୁଛି ।
ଝୋପଟପଟି ପୁର୍ନବାସ ଯୋଜନାରେ ମାଗଣାରେ ଘର ଦିଆ ଗଲା । ବିପର୍ଯ୍ୟୟ ପୀଡ଼ିତ ପରିବାର ପାଇଁ ହଜାର ହଜାର ଘର ହେଇଗଲା ।
ପୂରା ଦୁନିଆ ପେଟ୍ରୋଲ ଡିଜେଲ ଦାମ ଯୋଗୁଁ କାନ୍ଦୁଛନ୍ତି ,କିନ୍ତୁ ଭେନଜୁଲା ନାଗରିକ ଲିଟର ₹1 ରେ ପେଟ୍ରୋଲ , ଡିଜେଲ ପାଉଛନ୍ତି । ଟାକ୍ସି, ବସ ସମସ୍ତେ ଏହି ସୁବିଧା ପାଉଛନ୍ତି । ଆମ ଭଳି ବୁଢ଼ାହଡା ଙ୍କୁ ପେନସନ ମିଳୁଛି, ତାହା ପୁଣି ସରକାର ସବୁ କିସ୍ତି ଦେଇ ପେନସନ ସ୍କିମ କରୁଛନ୍ତି । ଆମର ଏଠି ତ ବ୍ୟାଙ୍କରେ ଟଙ୍କା ରଖିଲେ ଫି, ଏଟିଏମ ଫି, ଚେଙ୍କ ବହି ଫି ।
ଘରୋଇ କାର୍ଯ୍ୟରେ କାମ କରୁଥିବା ଲୋକଙ୍କ ମଧ୍ୟ ପେନସନ ବ୍ୟବସ୍ଥା ସରକାର କରିଛନ୍ତି ।
ସବସିଡ ବିଜୁଳି, ପାଣି ,ସରକାରୀ ବସ , ମେଟ୍ରୋ ବ୍ୟବସ୍ଥା । ୱାର୍କିଂ ମର୍ଦର୍ସ , ଛୋଟ ଶିଶୁ, ସିଙ୍ଗଲ ମଦର ଙ୍କ ପାଇଁ ବିଶେଷ ବିଶେଷ ଫ୍ରି ସ୍କିମ ।
ରାଷ୍ଟ୍ରପତି ଡିସେମ୍ବର 31ରେ ଘୋଷଣା କରିଥିଲେ ଯଦି ରାଷ୍ଟ୍ରପତି ଟ୍ରମ୍ପ ସମ୍ମାନ ଜନକ ଭାବରେ କଥାବାର୍ତ୍ତା କରିବାକୁ ଚାହାନ୍ତି ତାହେଲେ ପ୍ରତ୍ୟେକ ବିଷୟରେ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ ।
ଗିରଫ ହେବା କିଛି ସମୟ ପୂର୍ବରୁ
ମଧ୍ୟ ଟ୍ରମ୍ପ ସହିତ ଟେଲିଫୋନ ରେ କଥାବାର୍ତ୍ତା ହେଇଥିଲେ । କିନ୍ତୁ
ଏ ଗୁଣ୍ଡା ଟେକି ନେଲା । ହାତକଡି ପକେଇ ଟେକି ନେଲା ।
ଆମେରିକାକୁ ଡର ଥିଲା ଯଦି କଥାବାର୍ତ୍ତା ଆଗକୁ ବଢେ ତାହେଲେ ବାଜି ହାରିଯିବ । ପେଟ୍ରୋ ଲବି ଚିନ୍ତିତ ଥିଲେ କାଳେ ଟ୍ରମ୍ପ ଭେନଜୁଲାରୁ ପ୍ରତିବନ୍ଧ ହଟେଇ ଦେବ ନି ତ ?
ବାଇଡେନ ସମୟରେ ମଧ୍ୟ ଏମିତି କଥାବାର୍ତ୍ତା ହେଇଥିଲା । କାହିଁକି କଥାବାର୍ତ୍ତା ହେଇଥିଲା ? ରୁଷ ଉପରେ ତେଲ ପ୍ରତିବନ୍ଧ ଲଗେଇବା ପରେ ତେଲ ସଙ୍କଟ ହେଇ ଯାଇଥିଲା । ସେତେବେଳେ
ଭେନଜୁଲା ତେଲ ବଜାରକୁ ଆସିଗଲା । ଏଥିପାଇଁ ବାଇଡେନ କିଛି ପରିମାଣରେ ଛଦ୍ମ ଦୋସ୍ତି ସମ୍ପର୍କ
ଆରମ୍ଭ କରିଥିଲେ । କିଛିଟା ସ୍ୱାଭାବିକ ହେଇଥିଲା । କିନ୍ତୁ ପୁଣି ପରିସ୍ଥିତି କେମିତି ବିଗିଡ଼ି ଗଲା ?
ଆମେରିକା ଦେଖିଲା କୋଉ ଜମାନରେ ଭେନଜୁଲା ରାଷ୍ଟ୍ରପତି Hugo Chavez ଆମେରିକୀୟ ତେଲ କମ୍ପାନୀଗୁଡିକୁ ବାହାର କରି ଦେଇଥିଲେ ଓ ତେଲ ଖଣି ଗୁଡିକୁ ଜାତୀୟକରଣ କରି ଦେଇଥିଲେ । ଯେମିତି ଏଠାରେ ଜନତା ପାର୍ଟି ସରକାର କୋକାକୋଲା ବନ୍ଦ କରି ଦେଇଥିଲେ । ଇନ୍ଦିରା ଗାନ୍ଧୀ ବି ବ୍ୟାଙ୍କଗୁଡିକୁ ଜାତୀୟକରଣ କରି ଦେଇଥିଲେ । କିନ୍ତୁ ଭେନଜୁଲାରେ ସେୟା ହେବାରୁ ଆମେରିକାକୁ ବହୁତ ମିର୍ଚି ଲାଗିଗଲା ।ତେଣୁ ଟ୍ରମ୍ପ ଗୁଣ୍ଡା ପଠେଇ ଗୋଟିଏ ସାର୍ବଭୌମ ରାଷ୍ଟ୍ରର ଶାସକଙ୍କୁ ଟେକି ନେଲା ।
ବର୍ତ୍ତମାନ କାନୁନ କଣ କହୁଛି ? 1945 ଜାତିସଂଘ ସନନ୍ଦ ଅନୁଛେଦ 2 ଅନ୍ତର୍ଗତ 4 ଧାରା କହୁଛି ଗୋଟିଏ ସଂପ୍ରଭୂ ଦେଶର କ୍ଷେତ୍ରିୟ ଅଖଣ୍ଡତା ଓ ରାଜନୈତିକ ସ୍ୱତନ୍ତ୍ରତା ବିରୁଦ୍ଧରେ ମଧ୍ୟ ସେନା ବ୍ୟବହାର କରି ପାରିବ ନାହିଁ । ଗୋଟିଏ ସ୍ୱାଧୀନ ଦେଶକୁ ନା ନିଜେ ଭାଙ୍ଗି ପାରିବ ନା ନିଜର ଫୋର୍ସ ପ୍ରୟୋଗ କରି ପାରିବ ।
କିଏ ରାଜା ହେବ ଏଥିପାଇଁ ଯଦି ଫୋର୍ସ ପ୍ରୟୋଗ ହୁଏ ତାହେଲେ ସ୍ୱତଃ Crime of Aggression ଧାରା ଲାଗିଯାଏ । ଏକଥା ଅନ୍ୟ କୌଣସି ଦେଶ କରିଥିଲେ ସଂଯୁକ୍ତ ରାଷ୍ଟ୍ର Crime of Aggression ଧାରା ଲଗେଇ ଦେଇଥାନ୍ତା । ଏହି ଧାରା 1945-46 ରେ ହିଟଲର ସମୟରେ ନ୍ୟୁନବର୍ଗ ଟ୍ରାଏଲ ରେ ନାଜୀ ନେତାମାନଙ୍କ ବିରୁଦ୍ଧରେ ଲାଗୁ ହେଇଥିଲା । ଏହି କାନୁନ ଟ୍ରମ୍ପ ବିରୁଦ୍ଧରେ ଅବିକଳ ଲାଗୁ ହେବା ଉଚିତ ନୁହେଁ କି ? ଆନ୍ତର୍ଜାତିକ କାନୁନରେ ଏହା ସବୁଠାରୁ ଗହୀର୍ତ ଅପରାଧ , ଅନ୍ୟ ଅପରାଧ ପୁଣି ରହିଛି । International Criminal Court ରେ ବିଚାର ହୁଅନ୍ତା, ତାହେଲେ ସର୍ବନିମ୍ନ ଆଜୀବନ କାରାଦଣ୍ଡ ।
କିନ୍ତୁ କିଏ କରିବ ?
ଟ୍ରମ୍ପ ଯେଭଳି ଛୋଟ ଛୋଟ ତରୀ ଉପରେ ହମଲା କରି କବ୍ଜା କଲା ଓ ଲୋକଙ୍କୁ ମାରି ଦିଆ ଗଲା ଏହା ନିଶ୍ଚିତ ଭାବରେ ଏକ୍ସଟ୍ରା ଜୁଡିସିଆଲ କିଲିଂ । ଯୁଦ୍ଧ ବେଳରେ ମଧ୍ୟ କାନୁନ ଏହି ସୁଯୋଗ ଦିଏ ନାହିଁ । ଟ୍ରମ୍ପ ତ ବିଶ୍ୱରେ ଶାନ୍ତିଦୂତ ପାଲଟି ଥିବା ବେଳେ ହତ୍ୟା କରୁଛି । ଏଥିପାଇଁ ମାନବିକ ଅଧିକାର କମିଶନ ସ୍ୱତନ୍ତ୍ର ଯାଞ୍ଚ କରିବା କଥା । ଅନ୍ୟ କେଉଁ ଦେଶ ହେଇଥିଲେ ତୁରନ୍ତ ଆରମ୍ଭ ହେଇ ସାରନ୍ତାଣି । ଟ୍ରମ୍ପ ତ ଗୁଣ୍ଡା, ବିଶ୍ୱ ଗୁଣ୍ଡା ।
ଏମିତି ଟ୍ରମ୍ପ ଅପରାଧ ଓ ଆନ୍ତର୍ଜାତିକ କାନୁନ, ଜାତିସଂଘ ଘୋଷଣା ନାମା , ଆମେରିକା କାନୁନ , ଯୁଦ୍ଧ ଘୋଷଣା ପାଇଁ ଆମେରିକା କଂଗ୍ରେସ / ସିନେଟର ସହମତି ଇତ୍ୟାଦି କଥା ରହିଛି । କିନ୍ତୁ ଗୁଣ୍ଡା ଖୋଲା ଖୋଲି ପ୍ରେସ ରେ ଆସି କହୁଛି ମୁଁ କିଛି ମାନେ ନା କି ମାନିବି ନାହିଁ । ଯାହା କରୁଛ କର ।।
