ଡାଲି, ଚାଉଳ ପରେ ପରିବା ବଜାରରେ ଲାଗିଲା ନିଆଁ…

ଭୁବନେଶ୍ବର; ଡାଲି, ଚାଉଳ ଦର ବଢିବା ପରେ ଆଜି କଟକ ଓ ଭୁବନେଶ୍ବରରେ ବଢିଛି ପରିବା ଦର । ପରିବା ଦର ବଢିବା ପରେ ଏବେ ଖାଉଟିଙ୍କ ଛାତିରେ ପସିଲାଣି ଛନକା । ଗତ ୨ ଦିନ ତଳେ ଯେଉଁ ପରିବାର ଦର ୨୦ ରୁ ୩୦ ଟଙ୍କାରେ ବିକ୍ରି ହେଉଥିଲା ତାର ଦର ଏବେ  ୧୦ ରୁ ୨୦ ଟଙ୍କା ବୃଦ୍ଧି ପାଇଛି  । କଟକ ଛତ୍ର ବଜାରେର ବାଇଁଗଣ ୮୦ ଟଙ୍କା , କଲରା ୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ପୋଟଳ ୫୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ପିଆଜର ଦର ମଧ୍ୟ ୪୦ ରେ ପହଁଞ୍ଚିଲାଣି  ।

ଗଲା ୩ ମାସ ଭିତରେ ହରଡ଼ ଡାଲି କିଲୋ ପିଛା ୪୦ ଟଙ୍କା ବଢ଼ି ୧୭୦ ଟପିଛି । ଆଉ ଅଟା, ମଇଦା ଓ ସୁଜି ଆଦି ୧୦-୧୫ ଦିନରେ ୪ରୁ ୫ ଟଙ୍କା ଲେଖାଏଁ ମହଙ୍ଗା ହୋଇଛି। ରୋଷେଇ ଘର ସାମଗ୍ରୀର ଏମିତି ଦରବୃଦ୍ଧି ଦେଖି, ଗୃହିଣୀଠୁ ଆରମ୍ଭ କରି ସାଧାରଣ ଖାଉଟି ଏବଂ ଚାଳିଆ ହୋଟେଲ ମାଲିକଙ୍କ ମୁଣ୍ଡରେ ଚଡ଼କ ପଡ଼ିଲାଣି ।

Leave a Reply

Your email address will not be published. Required fields are marked *