VI ର ଏହି ପ୍ଲାନ୍ ଜିଓ, ଏୟାରଟେଲ ଠାରୁ ଅଧିକ ଭଲ

ରିଲାଏନ୍ସ ଜିଓ, ଏୟାରଟେଲ ଏବଂ ଭିଆଇ ଦେଶର ବହୁ ଲୋକପ୍ରିୟ ଟେଲିକମ୍ କମ୍ପାନୀ ଅଟନ୍ତି । ଶସ୍ତା ଏବଂ ସୁଲଭ ରିଚାର୍ଜ ଯୋଜନା ବିଷୟରେ ଏହି କମ୍ପାନୀଗୁଡିକ ମଧ୍ୟରେ ପ୍ରତିଯୋଗିତା ହୋଇଥାଏ । ତେବେ ଜୁଲାଇରେ ରିଚାର୍ଜ ଯୋଜନାର ମୂଲ୍ୟ ବୃଦ୍ଧି ପରେ ବର୍ତ୍ତମାନ ସରକାରୀ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ମଧ୍ୟ ଏହି ପ୍ରତିଯୋଗିତାରେ ଯୋଗ ଦେଇଛି।

ଯଦି ଆପଣ ଜଣେ ଭିଆଇ (VI) ୟୁଜର୍, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ବାସ୍ତବରେ, ଭିଆଇ ଏହାର ରିଚାର୍ଜ ପ୍ଲାନ୍ ତାଲିକାରେ ଏକ ନୂତନ ଯୋଜନା ଯୋଡିଛି । ଭିଆଇର ଏହି ନୂତନ ଯୋଜନାରେ ଅଧିକ ଦିନର ବୈଧତା ସହିତ ଆସିଥାଏ ।ଏଭଳି ପରିସ୍ଥିତିରେ ଲୋକମାନେ ଏହି ଯୋଜନାକୁ ବହୁତ ପସନ୍ଦ କରିବେ ବୋଲି ଚର୍ଚ୍ଚା ହେଉଛି| ଭିଆଇର ଏହି ନୂତନ ପ୍ଲାନର ମୂଲ୍ୟ ୭୧୯ ଟଙ୍କା । ତେବେ ଆସନ୍ତୁ ଜାଣିବା ଏହି ପ୍ଲାନ୍ ବିଷୟରେ।

ଭିଆଇ ୭୧୯ ଟଙ୍କା ମୂଲ୍ୟର ଏହି ନୂତନ ପ୍ଲାନ୍ ଆରମ୍ଭ କରିଛି। ତେବେ ଏହାର ବୈଧତା ୭୨ ଦିନ ଅଟେ।  ୭୨ ଦିନର ବୈଧତା ସହିତ ଏହି ଯୋଜନାରେ, ଆପଣ ଅସୀମିତ କଲିଂର ସୁବିଧା ପାଇବେ । ଏହା ସହିତ, ପ୍ରତିଦିନ 1GB ଡାଟା ଏବଂ ପ୍ରତିଦିନ ୧୦୦ ମାଗଣା SMS ର ସୁବିଧା ମଧ୍ୟ ପାଇବେ । ଏହା ବ୍ୟତୀତ, ଦୈନିକ ଡାଟା ସୀମା ସମାପ୍ତ ହେବା ପରେ, ଆପଣ 64kbps ବେଗରେ ଅନଲିମିଟେଡ୍ ଡାଟା ବ୍ୟବହାର କରିପାରିବେ ।

ସେହିପରି ଜିଓର ୭୧୯ ଟଙ୍କା ଯୋଜନା ୭୦ ଦିନର ବୈଧତା ସହିତ ଆସିଥାଏ ।ଏହି ଯୋଜନାରେ, ବ୍ୟବହାରକାରୀଙ୍କୁ ଅସୀମିତ କଲିଂ ସହିତ ପ୍ରତିଦିନ ମାତ୍ର 1.5 ଜିବି ଡାଟା ଏବଂ ୧୦୦ ମାଗଣା SMS ଦିଆଯାଏ ।

Leave a Reply

Your email address will not be published. Required fields are marked *