ରଜନୀକାନ୍ତ, କମଲ ହସନଙ୍କ ପରେ ରାଜନୀତିରେ ପାଦ ରଖିଲେ ବିଜୟ
ଦେଶର ରାଜନୀତିରେ ଆଉ ଜଣେ ସୁପରଷ୍ଟାରଙ୍କ ପ୍ରଵେଶ ହୋଇଛି । ସାଉଥର ଜଣାଶୁଣା ଷ୍ଟାର ବିଜୟ ନିଜର ରାଜନୈତିକ ଦଳର ଘୋଷଣା କରିଛନ୍ତି । ତେବେ ସେ ତାଙ୍କ ଦଳର ନାମ ତାମିଲାଗା ଭେଟ୍ରି କାଜହମ୍ ରଖିଛନ୍ତି । ସୁପରଷ୍ଟାର ବିଜୟଙ୍କ ଦ୍ବାର ଜାରି ହୋଇଥିବା ବିବୃତିରେ ସେ ଲୋକସଭା ନିର୍ବାଚନ ସଂପର୍କରେ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ୨୦୨୪ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉନାହୁଁ। କିମ୍ବା ଏହି ସମୟ ମଧ୍ୟରେ ଆମେ କାହାକୁ ସମର୍ଥନ ମଧ୍ୟ କରିବୁ ନାହିଁ |ଏହି ନିଷ୍ପତି ଆମେ କେବଳ ସାଧାରଣ ଏବଂ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ପାଇଁ ନେଇଛୁ ବୋଲି ସେ କହିଛନ୍ତି । ସେହିପରି ଆସନ୍ତ ଜାଣିବା ପୂର୍ବରୁ କେଉଁ ସାଉଥ ସୁପରଷ୍ଟାରଙ୍କ ନିଜର ଦଳ ରହିଛି ।
ଆନ୍ଧ୍ରପ୍ରଦେଶରେ ଆନ୍ନା ଏବଂ ଏନଟିଆର ଭାବରେ ଜଣାଶୁଣା ଏନଟି ରାମା ରାଓ ତେଲୁଗୁ ଦେଶମ ପାର୍ଟି ପ୍ରତିଷ୍ଠା କରିଥିଲେ। ସେ ସାତ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଲେ। ଏହା ବ୍ୟତୀତ ଅନ୍ନଦୁରାଇ ଅଭିନୟ ପରେ ଏକ ରାଜନୈତିକ ଦଳ ମଧ୍ୟ ଗଠନ କରିଥିଲେ। ସେ ତାମିଲନାଡୁର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାମିଲ ଚଳଚ୍ଚିତ୍ର ଜଗତରେ ଭି.ଏନ୍ ଜାନକୀ ଭାବରେ ଜଣାଶୁଣା ଅଭିନେତ୍ରୀ ଜାନକୀ ରାମଚନ୍ଦ୍ରନ୍ ମଧ୍ୟ ରାଜନୀତିରେ ପ୍ରବେଶ କରି ତାମିଲନାଡୁର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି ।ସେହିପରି ଜୟଲଳିତା ଏବଂ ଏମ କରୁଣାନିଧିଙ୍କ ପରି ଅଭିନାତା ତାମିଲନାଡୁର ମୁଖ୍ୟମନ୍ତ୍ରୀ ହୋଇ ସାରିଛନ୍ତି । ଏବେ ଦେଖିବାର ରହିଲା କି ବିଜୟଙ୍କୁ ରାଜନିତିରେ କେତେ ସଫଳ ମିଳୁଛି ।