ବିଜୟ ହଜାରେ ଟଫ୍ରିରେ ଓଡ଼ିଶାର ୩ୟ ବିଜୟ , ଜାଣନ୍ତୁ ଆସନ୍ତାକାଲି କାହାକୁ ଭେଟିବ ଓଡ଼ିଶା …

କଲିକତା ; ବିଜୟ ହଜାରେ ଟଫ୍ରିର ଗ୍ରୁପ୍ ଏ ମ୍ୟାଚ୍ ରେ ସିକ୍କିମକୁ ୯ ଓ୍ଵିକେଟରେ ପରାସ୍ତ କରି ଓଡ଼ିଶା ତାର ୬ଟି ମ୍ୟାଚ୍ ରୁ ତୃତୀୟ ବିଜୟ ହାସଲ କରିଛି। ଓଡ଼ିଶା ପ୍ରଥମେ ବୋଲିଂ କରି ୩୫ ଓଭରରେ ସିକ୍କିମକୁ ୧୧୧ ରନ୍ ର ରୋକିବାରେ ସଫଳ ହୋଇଥିଲା । ତେବେ ଦଳ ପକ୍ଷରୁ ମଧ୍ୟମ ଦ୍ରୁତ ବୋଲର ଦେବବ୍ରତ ପ୍ରଧାନ ଓ ତରଣୀ ସା ୭ଟି ୱିକେଟ୍ ନେଇଥିଲେ। ସେହିପରି ୧୧୨ରନର ଏହି ମାମୁଲି ଲକ୍ଷକୁ ପିଛା କରୁଥିବା ଓଡ଼ିଶା ଦଳ ମାତ୍ର ୨୧ ଓ.୫ଟି ବଲରେ ପୂରଣ କରିବାରେ ସଫଳ ହୋଇଛି । ତେବେ ଅଧିନାୟକ ଶାନ୍ତନୁ ମିଶ୍ରଙ୍କ ରୂପରେ ଓଡ଼ିଶା ମାତ୍ର ଗୋଟିଏ ୱିକେଟ୍ ହରାଇ ଥିବା ବେଳେ ଅନ୍ୟ ଓପନର ସନ୍ଦୀପ ପଟ୍ଟନାୟକ ଓ କାର୍ତ୍ତିକ ବିଶ୍ୱାଳ ୧୦୭ ରନର ଅପରାଜିତ ଭାଗିଦାରୀ ଦଳକୁ ଜିତିବାରେ ସହାୟକ ହୋଇଥିଲା। ଏହି ପ୍ରତିଯୋଗିତାରେ ଓଡ଼ିଶା ଗ୍ରୁପ ‘ଏ’ର ଷଷ୍ଠ ସ୍ଥାନରେ ରହି ପରବର୍ତ୍ତୀ ପର୍ଯ୍ୟୟରେ ଖେଳିବା ପାଇଁ ବିଫଳ ହୋଇଛି । ତେବେ ଓଡ଼ିଶାର ଶେଷ ମ୍ୟାଚ୍ ଆସନ୍ତାକାଲି ମୁମ୍ବାଇ ସହ ରହିଛି ।