ଏଥର କୁସ୍ତି ନୁହେଁ, ନିର୍ବାଚନୀ ମଇଦାନରେ ଦମ୍ ଦେଖାଇବେ ବିନେଶ ଫୋଗଟ

ନୂଆଦିଲ୍ଲୀ; ଚଳିତ ବର୍ଷ ହରିୟାଣାରେ ବିଧାନସଭା ନିର୍ବାଚନ ଲଢିବେ ରେସଲର ବଜରଙ୍ଗ ପୁନିଆ ଓ ବିନେଶ ଫୋଗଟ। ହରିୟାଣା ବିଧାନସଭା ନିର୍ବାଚନରେ ଏହି ଦୁଇ ଜଣ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ଉଭୟ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ ତାପରେ କଂଗ୍ରେସ ଏମାନଙ୍କୁ ପ୍ରାର୍ଥୀ କରିବ ବୋଲି ସୂଚନା ମିଳିଛି। ବଜରଙ୍ଗ ପୁନିଆ ଓ ବିନେଶ ଫୋଗତ ଆଜି କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ଆସନ୍ତା ମାସରେ ହରିୟାଣରେ ବିଧାନସଭା ନିର୍ବାଚନ ହେବ ।

ସୂଚନାଯୋଗ୍ୟ, ହରିୟାଣାରେ ଅକ୍ଟୋବର ୫ ତାରିଖରେ ମତଦାନ କରାଯିବ। ପ୍ରାର୍ଥି ମାନେ ସେପ୍ଟେମ୍ବର ୧୨ ଭିତରେ ପ୍ରାର୍ଥିପତ୍ର ଦାଖଲ କରିପାରିବେ । ସେହିପରି ଅକ୍ଟୋବର ୮ ରେ ଫଳାଫଳ ଘୋଷଣା କରାଯିବ ନେଇ ସ୍ଥିର ହୋଇଛି।

Leave a Reply

Your email address will not be published. Required fields are marked *