ମଉଳିଲା ଭିନେଶଙ୍କ ପଦକ ଆଶା, ସାନ୍ତ୍ଵନା ଦେଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି…

ଭାରତର ସ୍ୱର୍ଣ୍ଣ ପଦକ ଜିତିବାର ସମ୍ଭାବନାକୁ ଏକ ବଡ଼ ଝଟ୍କା ଲାଗିିଛି। ପ୍ୟାରିସ ଅଲିମ୍ପିକ୍ସରେ ମହିଳା ୫୦ କିଲୋଗ୍ରାମ ରେସଲିଂ ଫାଇନାଲରୁ ଭିନେଶ ଫୋଗଟ ଅଯୋଗ୍ୟ ହୋଇ ଯାଇଛନ୍ତି। ୨୯ ବର୍ଷୀୟା ଫୋଗଟଙ୍କ ଓଜନ ଫାଇନାଲରେ ମାତ୍ର ୧୦୦ ଗ୍ରାମ ଅଧିକ ହୋଇଥିବାରୁ ଦ୍ୱିତୀୟ ଦିନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଯୋଗ୍ୟ ହୋଇ ଯାଇଛନ୍ତି।
ଦୁର୍ଭାଗ୍ୟବଶତଃ ପ୍ୟାରିସ୍ ଅଲିମ୍ପିକ୍ସରେ ଭିନେଶ ଫୋଗଟ୍ ଆଉ କୌଣସି ପଦକ ଜିତିବେ ନାହିଁ। ମଙ୍ଗଳବାର ରାତିରେ ଭିନେଶ ଫୋଗଟଙ୍କ ଓଜନ ୫୦ କିଲୋ ଥିବା ବେଳେ ବୁଧବାର ମାତ୍ର ୧୦୦ ଗ୍ରାମ୍ ବଢ଼ିିଯିବାରୁ ତାଙ୍କୁ ଖେଳରୁ ବିଦାୟ ନେବାକୁ ପଡ଼ିଛି।
ତେବେ ଏହି ଘଟଣାରେ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିନେଶଙ୍କୁ ସାନ୍ତ୍ୱନା ଦେବା ସହ କହିଛନ୍ତି, ବିନେଶ ତୁମେ ଚାମ୍ପିୟନ ମାନଙ୍କ ଭିତରେ ଚାମ୍ପିୟନ । ତୁମେ ଭାରତ ପାଇଁ ଗର୍ବ ଓ ଭରତୀୟଙ୍କ ପାଇଁ ପ୍ରେରଣା । ଆଜିର ନିଷ୍ପତ୍ତି ଦୁଃଖଦାୟକ । ଏହାକୁ ଶବ୍ଦରେ ବଖାଣି ହେବ ନାହିଁ । ଦୃଢ ମନୋବଳ ସହ ଫେରିଆସ । ଆମେ ସମସ୍ତେ ତୁମ ସହ ଅଛୁ ।
କେବଳ ପ୍ରଧାନମନ୍ତ୍ରୀ ମୋଦି ନୁହନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ପ୍ୟାରିସ୍ ଅଲିମ୍ପିକ୍ସରେ ବିନେଶଙ୍କ ପ୍ରଦର୍ଶନ ପ୍ରତ୍ୟେକ ଭାରତୀୟଙ୍କୁ ଉତ୍ସାହିତ କରିଛି ଏବଂ ଦେଶକୁ ଗର୍ବିତ କରିଛି । ଅଯୋଗ୍ୟତା ଉପରେ ଆମେ ସମସ୍ତେ ତାଙ୍କ ନିରାଶା ବାଣ୍ଟୁଥିବାବେଳେ ସେ ଏବେ ବି ୧୪୦ କୋଟି ଲୋକଙ୍କ ହୃଦୟରେ ଚାମ୍ପିଅନ୍ ହୋଇ ରହିଛନ୍ତି । ଭବିଷ୍ୟତରେ ସେ ଅନେକ ପୁରସ୍କାର ଜିତନ୍ତୁ ମୁଁ ଏତିକି କାମନା କରୁଛି ।