ମୁହାଁମୁହିଁ ହେବେ Virat Kohli – Rohit Sharma….ଘରୋଇ କ୍ରିକେଟ ଖେଳିବେ….

ନୂଆଦିଲ୍ଲୀ: ଜାନୁଆରୀ ୩୦ ରୁ ଫେବୃଆରୀ ୨ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ରେଲୱେ ବିପକ୍ଷରେ ରଣଜୀ ଟ୍ରଫି ମ୍ୟାଚ୍ ଖେଳିବେ ବିରାଟ କୋହଲି । ଶେଷ ଥର ପାଇଁ କୋହଲି ପ୍ରଥମ ଶ୍ରେଣୀ ପ୍ରତିଯୋଗିତାରେ ୨୦୧୨ ନଭେମ୍ବରରେ ଉତ୍ତର ପ୍ରଦେଶ ବିପକ୍ଷରେ ଗାଜିଆବାଦରେ ଖେଳିଥିଲେ।ତେବେ ଏନେଇ ଦିଲ୍ଲୀ କ୍ରିକେଟର ସଭାପତି ରୋହନ ଜେଠଲି ସୂଚନା ଦେଇଛନ୍ତି ।
ବିସିସିଆଇର ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ଜାତୀୟ ଚୟନ ପାଇଁ ଯୋଗ୍ୟତା ହାସଲ କରିବା ପାଇଁ ଖେଳାଳିମାନଙ୍କୁ ଘରୋଇ କ୍ରିକେଟରେ ଅଂଶଗ୍ରହଣ କରିବା ବାଧ୍ୟତାମୂଳକ। ଫଳସ୍ୱରୂପ, ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଅନେକ ଭାରତୀୟ ଖେଳାଳି ଜାନୁଆରୀ ୨୩ ତାରିଖରୁ ଆରମ୍ଭ ହେଉଥିବା ରଣଜୀ ଟ୍ରଫିର ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କ ରାଜ୍ୟ ଦଳ ପାଇଁ ଖେଳିବେ। ବେକରେ ଆଘାତ କାରଣରୁ କୋହଲି ସୌରାଷ୍ଟ୍ର ବିପକ୍ଷରେ ମ୍ୟାଚରେ ବାଦ୍ ପଡିବେ ।
ଅଷ୍ଟ୍ରେଲିଆରେ ପାଞ୍ଚଟିକିଆ ଟେଷ୍ଟ ସିରିଜରେ କୋହଲି ବ୍ୟାଟ୍ ସହିତ ସଂଘର୍ଷ କରିଥିଲେ। ରଣଜୀ ମ୍ୟାଚ୍ ୩୬ ବର୍ଷୀୟ ଏହି ଷ୍ଟାର ଖେଳାଳିଙ୍କୁ ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଏବଂ ତା’ପରେ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳରେ ଯୋଗ ଦେବା ପୂର୍ବରୁ ପୁନର୍ବାର ଲୟକୁ ଫେରିବାର ସୁଯୋଗ ପ୍ରଦାନ କରିବ ବୋଲି ଆସା କରାଯାଉଛି ।