ଚୁଟି କାଟିବା ପାଇଁ କୋହଲି ଖର୍ଚ୍ଚ କରନ୍ତି ଏତିକି ଟଙ୍କା, ଆପଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…
ଭାରତୀୟ କ୍ରିକେଟ ଜଗତର ଏକ ଚର୍ଚ୍ଚିତ ଚେହେରା ହେଉଛନ୍ତି ବିରାଟ କୋହଲି । ଆଜିର ଯୁବପିଢି ତାଙ୍କର ପ୍ରତ୍ୟେକଟି ଜୀବନ ଶୈଳିକୁ ଅନୁସରଣ କରୁଛନ୍ତି । ତାଙ୍କ ଫ୍ୟାନ୍ସ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଅଛନ୍ତି । ସେ ତାଙ୍କ ଖେଳ ବ୍ୟତୀତ ଷ୍ଟାଇଲ ଓ ଲୁକ୍ କୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚାରେ ରହୁନ୍ତି । ଖେଳ ସହ କୋହଲି ତାଙ୍କ ଷ୍ଟାଇଲ ପାଇଁ ଅନେକ ପ୍ରଶଂସକଙ୍କ ହୃଦୟରେ ରାଜ୍ କରୁଛନ୍ତି । ତେବେ ଆପଣ ଦେଖିଥିବେ ଯେ ଆଇପିଏଲ ଆରମ୍ଭ ପୂର୍ବରୁ ବିରାଟ ପୁଣି ଏକ ନୂଆ ହେୟାର ଷ୍ଟାଇଲ ସହ ମଇଦାନକୁ ଓହ୍ଲାଇଥିଲେ । କିନ୍ତୁ ଆପଣ ଜାଣନ୍ତି କି ବିରାଟ କୋହଲି ଚୁଟି କାଟିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରନ୍ତି ? ଆପଣ ଏହି ମୂଲ୍ୟ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ବିରାଟ କୋହଲି ଚୁଟି କାଟିବା ପାଇଁ ଅତି କମ୍ରେ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି ।
ନିକଟରେ ଏକ ଖବର ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା । ଯେଉଁଥିରେ କୁହାଯାଇଥିଲା ଯେ, ବିରାଟ କୋହଲି ତାଙ୍କ ନୂଆ ହେୟାର ଷ୍ଟାଇଲ ପାଇଁ ରସିଦ ସଲାମନିଙ୍କୁ ୮୦ ହଜାର ଟଙ୍କା ଦେଇଛନ୍ତି । ତେବେ ଲୋକପ୍ରିୟ ହେୟାର ଷ୍ଟାଇଲିଷ୍ଟ ଆଲିମ ହାକିମଙ୍କ ସୂତ୍ରରୁ ଦାବି କରାଯାଇଛି ଯେ ବିରାଟ କୋହଲି ଚୁଟି କାଟିବା ପାଇଁ ଅତି କମ୍ରେ ୧ ଲକ୍ଷ ଟଙ୍କା ଦେଇଛନ୍ତି । ଯଦିଓ ବିରାଟ କୋହଲି ତାଙ୍କ ଛୁଟି କାଟିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ସେନେଇ କୌଣସି ଅଫିସିଆଲ୍ ସୂଚନା ଦେଇନାହାନ୍ତି, କିନ୍ତୁ ଅନେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ବିରାଟ କୋହଲି ତାଙ୍କ ହେୟାର କଟ୍ ପାଇଁ ଅତି କମ୍ରେ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ।