ପୁଣି ପଡିଆକୁ ଫେରିବେ ଅଧିନାୟକ କୋହଲି

ନୂଆଦିଲ୍ଲୀ; ବିରାଟ କୋହଲି ଦୁନିଆର ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ଜଣେ। ସେ ନିଜର ବ୍ୟାଟିଂ ଜରିଆରେ ଆରସିବି ଦଳକୁ ଅନେକ ମ୍ୟାଚ୍ ଜିତାଇଛନ୍ତି। ଆଇପିଏଲରେ ଇତିହାସରେ ମଧ୍ଯ ତାଙ୍କ ନାମରେ ସର୍ବାଧିକ ରନ୍ ରହିଛି। କିନ୍ତୁ ସବୁଠୁ ବଡ଼ କଥା ହେଉଛି ସେ ୨୦୦୮ ଠାରୁ ଆଇପିଏଲରେ ଖେଳୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେ ଆଇପିଏଲ ଟ୍ରଫି ଜିତିବାରେ ସକ୍ଷମ ହୋଇନାହାଁନ୍ତି। ତେବେ ଆଇପିଏଲ ନିଲାମି ପୂର୍ବରୁ ସବୁ ଦଳ ନିଜ ନିଜର ଖେଳାଳି ମାନଙ୍କୁ ରିଟେନ୍ କରୁଛନ୍ତି। ସେହିପରି ଆରସିବିର ଅଧିନାୟକ ପଦକୁ ନେଇ ଏକ ବଡ ଖବର ଆସିଛି।ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଆରସିବିର ପରିଚାଳନା କମିଟି ସହ ଆଲୋଚନା ବେଳେ କୋହଲି ପୁନର୍ବାର ନେତୃତ୍ୱ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଗତ ତିନିଟି ସିଜିନରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଡୁପ୍ଲେସିସ୍ ଆରସିବିକୁ ପ୍ରଶଂସନୀୟ ଭାବରେ ଆଗେଇ ନେଇଥିଲେ। ତାଙ୍କ ନେତୃତ୍ୱରେ ଦଳ ଦୁଇଟି ଋତୁରେ ପ୍ଲେ ଅଫ୍ ରେ ପହଞ୍ଚିବାରେ ସଫଳ ହୋଇଥିଲା | ତଥାପି, ଡୁପ୍ଲେସିସଙ୍କ ବୟସ ଏବେ ତାଙ୍କ ପଥରେ ବାଧା ସାଜିଛି  | ଏଭଳି ପରିସ୍ଥିତିରେ ନଭେମ୍ବର ୫ ରେ ୩୬ ବର୍ଷ ହେବାକୁ ଯାଉଥିବା କୋହଲି ଅଧିନାୟକତ୍ୱ ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି। ତେବେ ଏମିତି ଯଦି ହୁଏ ପୁଣି ଥରେ ବିରାଟ କୋହଲିଙ୍କୁ ପଡିଆରେ ଅଧିନାୟକ ଭାବରେ ଫ୍ୟାଂଶ ମାନେ ଦେଖିବାକୁ ପାଇବେ।

Leave a Reply

Your email address will not be published. Required fields are marked *