ଭଗବାନଙ୍କ ରେକର୍ଡକୁ ପଛରେ ପକାଇଲେ କିଙ୍ଗ୍ …

ମୁମ୍ବାଇ; ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ – ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ ମ୍ୟାଚରେ ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ମେନ ଇନ୍ ବ୍ଲୁ ଏହି ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ଭାବେ ସଠିକ୍ ପ୍ରମାଣିତ କରିଛନ୍ତି । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦଳର ସମସ୍ତ ବ୍ୟାଟ୍ସମ୍ୟାନ୍ ଚମତ୍କାର ଲୟରେ ନଜର ଆସିଥିଲେ। ପ୍ରଥମେ ରୋହିତ ଓ ଗିଲ୍ ଦଳକୁ ଭଲ ଆରମ୍ଭ ଦେଇଥିଲେ, ଯାହାକୁ ପ୍ରଥମେ କୋହଲି ଓ ଗିଲ୍, ପରେ କୋହଲି ଓ ଆୟର ଆଗକୁ ବଢ଼ାଇଥିଲେ। ଶେଷ ଆଡକୁ କେଏଲ ରାହୁଲ 39 ରନର ପାଳି ଖେଳି ବିପକ୍ଷ ଦଳ ଆଗରେ 397ରନର ଲକ୍ଷ ପ୍ରଦାନ କରିଛନ୍ତି । ତେବେ ଏହି ମ୍ୟାଚରେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ଏକାଧିକ ରେକର୍ଡ ବିରାଟ କୋହଲି ଭାଙ୍ଗିବାର ନଜର ଆସିଛନ୍ତି । ୱାଙ୍ଖଡେର ଏହି ଐତିହାସିକ ଷ୍ଟାଡିୟମରେ ବିରାଟ କୋହଲି 50ଟି ଶତକ କରି ସଚିନଙ୍କ ଏହି ବିଶାଳ ରେକର୍ଡକୁ ପଛରେ ପକାଇଛନ୍ତି । ପୂର୍ବରୁ ଏହି ରେକର୍ଡ ସଚିନଙ୍କ ନାମରେ ଥିଲା ସେ ଦିନିକିଆରେ 49ଟି ଶତକ କରିଥିଲେ । ସେହିପରି କୋହଲି ସଚିନଙ୍କ ଆଉ ଏକ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । 2003 ଦିନିକିଆ ବିଶ୍ବକପରେ ସଚିନ କରିଥିବା ସର୍ବାଧିକ ରନ 673 ରନକୁ ଚଳିତ ବିଶ୍ବକପରେ କୋହଲି ପଛରେ ପକାଇଛନ୍ତି, ସେ ଏହି ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ 711 ରନ କରି ଗୋଟିଏ ବିଶ୍ବକପରେ ସର୍ବାଧିକ ରନ କରିବାର କିର୍ତ୍ତିମାନ ନିଜ ନାମରେ କରିଛନ୍ତି ।