ବିରାଟ କୋହଲିଙ୍କ ପବ୍ ବିରୁଦ୍ଧରେ ମାମଲା ରୁଜୁ କଲା ବାଙ୍ଗାଲୋର ପୋଲିସ…
ବେଙ୍ଗାଲୁରୁ ପୁଲିସ ଏମ୍ଜି ରୋଡ୍ରେ ବିରାଟ କୋହଲିଙ୍କ ନାମରେ ଥିବା ୱାନ୍୮ କମ୍ୟୁନ୍ ପବ୍ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛି।ପବ୍ ଗୁଡିକୁ ରାତି ୧ଟା ପର୍ଯ୍ୟନ୍ତ ଖୋଲିବାର ଅନୁମତି ରହିଥିବା ବେଳେ ଏହା ୧.୩୦ ପର୍ଯ୍ୟନ୍ତ ଖୋଲି ରହିଥିଲା। ବିଳମ୍ବିତ ରାତିରେ ଉକ୍ତ ସ୍ଥାନରେ ଉଚ୍ଚ ସ୍ୱର ବଜାଯାଉଥିବା ଅଭିଯୋଗ ହେବା ପରେ ପୁଲିସର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।ଚିନ୍ନାସ୍ୱାମୀ କ୍ରିକେଟ୍ ଷ୍ଟାଡିୟମ୍ ନିକଟରେ ଅବସ୍ଥିତ ୱାନ୍୮ କମ୍ୟୁନ୍ ପବ୍, ନିୟମ ଉଲ୍ଲଂଘନ ପାଇଁ ବୁକ୍ ହୋଇଥିବା ପବ୍ ମଧ୍ୟରେ ରହିଛି। ପବ୍ ବିରୋଧରେ ରାତିରେ ଉଚ୍ଚ ସ୍ୱର ବଜାଯାଉଥିବା ଅଭିଯୋଗ ହୋଇଛି। ତେବେ ଏହି ମାମଲାକୁ ନେଇ ତଦନ୍ତ ଚାଲିଛି ଏହା ବିରୁଦ୍ଦରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଅଧିକାରୀ କହିଛନ୍ତି।