କୋଚ୍ ହେଲେ କ୍ୱିତୋଭାଙ୍କ ଜୀବନସାଥି , ଖୁସି ଜାହିର କରି ସାମାଜିକ ଗଣମାଧ୍ୟମରେ କ’ଣ ଲେଖିଲେ ପଢନ୍ତୁ..

ଚେକ୍ ରିପ୍ଲବିକ :  ଚେକ୍ ରିପବ୍ଲିକ୍‌ର ‌ଟେନିସ୍ ରାଣୀ ତଥା ଦୁଇଥର ଓ୍ୱିମ୍ବଲଡ଼ନ ବିଜୟିନୀ ପେଟ୍ରା କ୍ୱିତୋଭାଙ୍କୁ କିଏ ବା ନ ଜାଣେ। ଦୀର୍ଘଦିନ ପରେ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ହେଲେ ଟେନିସ୍ ଖେଳକୁ ନେଇ ନୁହେଁ। ତାଙ୍କ ଜୀବନସାଥିଙ୍କୁ ନେଇ ସେ ଏବେ ଚର୍ଚ୍ଚାରେ। କ୍ୱିତୋଭାଙ୍କ ଜୀବନରେ ତାଙ୍କ କୋଚ୍  ଜିରି ଭାନେକ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ସେ ଟେନିସ୍ ପଡ଼ିଆରେ ପେଟ୍ରାଙ୍କୁ ବିଶ୍ୱ ବିଜୟିନୀ କରିଥିବା  ଭାନେକ ଜୀବନ ଲଢେଇରେ ମଧ୍ୟ ସାଥ୍ ଦେବେ। ହଁ ପାଠକେ ..ପଡିଆରେ କୋଚ୍ ଏବେ ଜୀବନ ଇନିଂସର ପାର୍ଟନର।

ନିକଟରେ ଚେକ୍ ରିପବ୍ଲିକ୍‌ର ରାଜଧାନୀ ପ୍ରାଗ୍‌ ଏକ ରିସୋର୍ଟରେ ଉଭୟଙ୍କର ଅଣଆଡ଼ମ୍ବରପୂର୍ଣ୍ଣ  ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ବିବାହରେ କ୍ୱିତୋଭାଙ୍କ ପିଲାଦିନର ବାନ୍ଧବୀ ବାର୍ବରା ଷ୍ଟ୍ରାଇକୋଭା ମଧ୍ୟ ଉପସ୍ଥିତ ରହିଥିଲେ। ଦୁଇଦିନ ତଳେ ନିଜ ସାମାଜିକ ଗଣମାଧ୍ୟମରେ ବାହାଘର ଫଟୋ ସେୟାର କରି କ୍ୱିତୋଭା ଏହି ସୂତନା ଦେଇଥିଲେ। ବାହାଘର ଦିନ ସେ  ଧଳା ଏକ ଆକର୍ଷଣୀୟ ଡ୍ରେସ୍ ପିନ୍ଧିଥିଲେ।  ସେହିଭଳି ଭାନେକ ନୀଳ ରଙ୍ଗର ସୁଟ୍ ପିନ୍ଧି ଥିବା ଦେଖାଯାଇଥିଲା। ସାମାଜିକ ଗଣମାଧ୍ୟମରେ ଛଡ଼ା ଯାଇଥିବା ଫଟୋଟିରେ କ୍ୱିତୋଭା ‘ମିଷ୍ଟର ଆଣ୍ଡ ମିଷ୍ଟ୍ରେସ୍. ୨୨.୭.୨୦୨୩’ ବୋଲି  ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *