ସାମସଂଗ ଓ ଶାଓମିକୁ ପଛରେ ପକାଇ ଭାରତୀୟ ମାର୍କେଟରେ ଭିଭୋ ହେଲା ନଂ-୧ ବ୍ରାଣ୍ଡ

ଉତ୍ତମ ରଣନୀତି ଏବଂ ଭାରତୀୟ ମୋବାଇଲ୍ ବଜାରର ଭଲ ବୁଝାମଣା ଯୋଗୁଁ,ସ୍ମାର୍ଟ ଫୋନଗୁଡ଼ିକ ଭିତରେ ଭାରତରେ ସର୍ବାଧିକ ବିକ୍ରି ହେଉଥିବା ଫୋନ। ହେଉଛି ଭିଭୋ । ଭିଭୋ ମଧ୍ୟମ ବର୍ଗର ସେଗମେଣ୍ଟରେ ଭାରତୀୟ ବଜାରରେ ଶୀର୍ଷରେ ରହିଛି । ଏହାର ସୁଲଭ ମଧ୍ୟମ-ରେଞ୍ଜ ଫୋନ୍, ଉନ୍ନତ ପ୍ରଯୁକ୍ତିବିଦ୍ୟା ଏବଂ ଅନଲାଇନ୍ ଏବଂ ଅଫଲାଇନରେ ଦୃଢ଼ ଉପସ୍ଥିତି ଯୋଗୁଁ ଭାରତୀୟ ମୋବାଇଲ୍ ବଜାରରେ ପ୍ରାଧାନ୍ୟ ବିସ୍ତାର କରିପାରିଛି।
ଆଇଡିସି (IDC)ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଭାରତରେ ସ୍ମାର୍ଟଫୋନ ବିକ୍ରୟରେ ୫% ବୃଦ୍ଧି ଘଟିଥିଲା। ଦେଶର ୧୦ଟି ବଡ଼ ସହରରେ ମୋବାଇଲ ଫୋନ୍ର ସର୍ବାଧିକ ବିକ୍ରୟ ହୋଇଛି। ଯେଉଁଥିରୁ ଭିଭୋ ଫୋନ୍ ସବୁଠାରୁ ଅଧିକ ବିକ୍ରି ହୋଇଛି। ଏହା ପରେ, ସାମସଙ୍ଗର ଫୋନ୍ ଦ୍ୱିତୀୟ ସ୍ଥାନରେ ଏବଂ ଶାଓମିର ଫୋନ୍ ତୃତୀୟ ସ୍ଥାନରେ ବିକ୍ରି ହୋଇଥିଲା। ଭାରତରେ ସର୍ବାଧିକ ବିକ୍ରି ହେଉଥିବା ଫୋନ୍ ତାଲିକାରେ ରିଅଲମି ପଞ୍ଚମ ସ୍ଥାନରେ ଅଛି।
ଭାରତରେ ବିକ୍ରି ହେଉଥିବା ଅଧିକାଂଶ ଭିଭୋ ଫୋନ୍ ୩୦ ହାଜର ଟଙ୍କା ମଧ୍ୟରେ ରହିଛି। ବାର୍ଷିକ ଅଭିବୃଦ୍ଧି ବିଷୟରେ କହିବାକୁ ଗଲେ, ଭିଭୋ ୧୪.୧% ଅଭିବୃଦ୍ଧି ହାସଲ କରିଛି। ଭିଭୋ ଏହି ବର୍ଗର ଗ୍ରାହକଙ୍କ ଆବଶ୍ୟକତାକୁ ବୁଝିଥିଲା ଏବଂ 5G ସଂଯୋଗ, ଦୀର୍ଘ ବ୍ୟାଟେରୀ ଲାଇଫ୍ ଏବଂ କ୍ୟାମେରା ଗୁଣବତ୍ତା ଉପରେ ଧ୍ୟାନ ଦେଇଥିଲା। କେବଳ ଏତିକି ନୁହେଁ, କମ୍ପାନୀ ଫ୍ଲିପକାର୍ଟ, ଆମାଜନ ଭଳି ଅନଲାଇନ୍ ପ୍ଲାଟଫର୍ମ ଉପରେ ଗୁରୁତ୍ବ ଦେଇଥିଲା ତା ସହିତ ଅଫଲାଇନ୍ ଷ୍ଟୋର ଏବଂ ରିହାତି ଦେଇ ଏହାର ବିକ୍ରୟ ବୃଦ୍ଧି କରିଛି। ଯାହା ଫଳରେ ସାଓମି ଏବଂ ସାମସଙ୍ଗ ଭଳି ବ୍ରାଣ୍ଡଠାରୁ ଆଗରେ ରଖିଛି।