ନିର୍ବାଚନ ଲଢିବେନି ପାଣ୍ଡିଆନ୍

ଭୁବନେଶ୍ୱର : ଭି.କେ ପାଣ୍ଡିଆନ୍ ବୋଧେ କାର୍ଯ୍ୟକାରୀ ସଭାପତି ହେବେ। ନାଁ ସେ ବୋଧେ ବରିଷ୍ଠ ଉପସଭାପତି ହେବେ। ନଚେତ୍ ଦଳର ସାଧାରଣ ସମ୍ପାଦକ ପଦରେ ରହି ସରକାରରେ ଉପ ମୁଖ୍ୟମନ୍ତ୍ରୀ ହେବେ। ମାତ୍ର ଏପରି ସମସ୍ତ କଳ୍ପନାଜଳ୍ପନାର ଆଜି ଅନ୍ତ ଘଟିଛି। ଭି.କେ ପାଣ୍ଡିଆନଙ୍କୁ  କୌଣସି ପଦ ମିଳିବା ନେଇ ଦଳୀୟ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇନାହିଁ। ବରଂ ଶ୍ରୀ ପାଣ୍ଡିଆନ୍ ଆସନ୍ତା ସାଧାରଣ ନିର୍ବାଚନ ଲଢିବେ ନାହିଁ ବୋଲି ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିସହ ସେ ନିର୍ବାଚନ ଲଢିଲେ କିଛି ଆପତ୍ତି ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଦଳରେ ପାଣ୍ଡିଆନ୍ ସାଧାରଣ ସଦସ୍ୟ ଭାବେ କାର୍ଯ୍ୟ କରିବେ ବୋଲି ଜଣାପଡିଛି। ଶ୍ରୀ ପାଣ୍ଡିଆନ୍ ମଧ୍ୟ ଏନେଇ ମତ ରଖିଛନ୍ତି। ସେ କହିଛନ୍ତି ଯେ, ମୁଁ ୨୦୨୪ରେ ନିର୍ବାଚନ ଲଢିବି ନାହିଁ। ମୁଁ କ୍ଷମତା ପାଇଁ ଆସିନି। ସେବା ପାଇଁ ଆସିଛି। ବିଜୁ ବାବୁ ଏବଂ ନବୀନ ବାବୁଙ୍କ ପ୍ରତି ଭଲ ପାଇବା ରହିଛି। ସେମାନଙ୍କ ଆଦର୍ଶ ମୋତେ ଅନୁପ୍ରାଣିତ କରିଛି। ଜନସେବା ମୋର ଲକ୍ଷ୍ୟ। ଶ୍ରୀଜଗନ୍ନାଥଙ୍କ ପ୍ରତି ମୋର ଅଗାଢ ବିଶ୍ୱାସ ରହିଛି। ଯେଉଁଥି ପାଇଁ ପରିକ୍ରମା ପ୍ରକଳ୍ପ ସୁରୁଖୁରରେ ଚାଲିଛି ବୋଲି ପାଣ୍ଡିଆନ୍ କହିଛନ୍ତି।

Leave a Reply

Your email address will not be published. Required fields are marked *