କେଉଁ ସବୁ ଖାଦ୍ୟ ଖାଉଛନ୍ତି ଅଷ୍ଟ୍ରେଲୀୟ କ୍ରିକେଟର ଷ୍ଟୋଇନିସ୍ …..କିଏ ଦେଇଥିଲା ତାଙ୍କୁ ଖାଦ୍ୟ ସମ୍ପର୍କିତ ପରାମର୍ଶ
ନୂଆଦିଲ୍ଲୀ – ବର୍ତ୍ତମାନ କ୍ରିକେଟ୍ ବିଶ୍ୱକପ୍ ଜାରି ରହିଛି। ଏହି ସମୟରେ କେଉଁ ଖେଳାଳି କଣ ଖାଉଛନ୍ତି। ତାହାକୁ ନେଇ ବିଭିନ୍ନ ଖବର ପ୍ରକାଶ ପାଉଛି। ଅଷ୍ଟ୍ରେଲୀୟ ଅଲ୍ରାଉଣ୍ଡର ମାର୍କସ ଷ୍ଟୋଇନିସଙ୍କ ଖାଦ୍ୟ ଶୈଳୀକୁ ନେଇ ଚର୍ଚ୍ଚା ଜାରି ରହିଛି । ଯେପରି କମ୍ କାର୍ବୋହାଇଡ୍ରେଟ୍ ଖାଦ୍ୟ ଖାଇବେ ତାହା ଉପରେ ଧ୍ୟାନ ଦେବାକୁ ବ୍ୟକ୍ତିଗତ ରୋଷେୟାଙ୍କୁ ଷ୍ଟୋଇନିସ୍ ନିଜ ସାଙ୍ଗରେ ସବୁ ସମୟରେ ନେଇ ଥାଆନ୍ତି। ଷ୍ଟୋଇନିସ୍ ଏବେ କିଟୋଜେନିକ୍ ଡାଏଟ୍ (ହାଇ ଫ୍ୟାଟ୍, ଲୋ କାର୍ବ) ଅନୁସାରେ ଖାଦ୍ୟ ଖାଉଥିବା ଜଣାପଡିଛି। ତାଙ୍କୁ ପ୍ରୋଟିନ୍ ଯୁକ୍ତ ଓଟ୍ସ ସବୁଠୁ ପସନ୍ଦର ଖାଦ୍ୟ ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆ ପକ୍ଷରୁ ଏକ ରିପୋର୍ଟରେ ସାର୍ବଜନୀନ କରାଯାଇଛି।
ଫ୍ରେଞ୍ଚ ବ୍ୟଞ୍ଜନ ଉପରେ ତାଲିମ୍ ନେଇଥିବା ମୁମ୍ବାଇ ଜନ୍ମିତ ରୋଷେୟା ଭେଲଟନ୍ ସାଲଦାନା ସବୁବେଳେ ଷ୍ଟୋଇନିସ୍ଙ୍କ ପାଖରେ ରହି ତାଙ୍କୁ ଖାଦ୍ୟ ପରସୁଥିବା ଜଣାପଡିଛି। କେଏଲ୍ ରାହୁଲ୍ଙ୍କ ପରାମର୍ଶ କ୍ରମେ ଷ୍ଟୋଇନିସ୍ ଆମେରିକାରେ ଭେଲଟନ୍ଙ୍କ ସମ୍ପର୍କରେ ଜାଣିଥିବା ଜଣା ପଡିଛି। ଚିକାଗୋ ଓ ନ୍ୟୁୟର୍କର ବିଭିନ୍ନ ରେସ୍ତୋରାଁରେ ଭେଲଟନ୍ କାମ କରୁଥିବା ବେଳେ ଷ୍ଟୋଇନିସ୍ ତାଙ୍କୁ ଭେଟିଥିଲେ। କୋଭିଡ୍ ସମୟରେ ଭେଲଟନ୍ ମୁମ୍ବାଇ ଚଟନି ନାମରେ ରେସ୍ତୋରାଁ ମଧ୍ୟ ଖୋଲିଥିଲେ। ଯେତେବେଳେ ବି ଷ୍ଟୋଇନିସ୍ ଭାରତକୁ ଆସୁଛନ୍ତି, ସେତେବେଳେ ଅଷ୍ଟ୍ରେଲିଆ ଦଳ ପାଇଁ ରହିଥିବା ଖାଦ୍ୟ ପରିବର୍ତ୍ତେ ଭେଲଟନ୍ ପରଷୁଥିବା ନିଜ ପସନ୍ଦର ଡାଏଟ୍କୁ ଖାଉଛନ୍ତି। ଷ୍ଟଇନିସ୍ ନିଜ ଖାଦ୍ୟ ତାଲିକାରୁ ଗାର୍ଲିକ ନାନ୍କୁ ବାଦ୍ ଦେଇଛନ୍ତି। ଏହା ବଦଳରେ ଗ୍ଲୁଟେନ୍ ମୁକ୍ତ ବାନାନା ବ୍ରେଡ୍ ଏବଂ ସେଫର୍ଡ ପାଇ ସହିତ ରୋଷ୍ଟେଡ୍ କର୍ଲିଫ୍ଲାୱାର ମାସ୍କୁ ମେନ୍ୟୁରେ ସାମିଲ କରିଛନ୍ତି। ଏଥିସହିତ ରୋଷ୍ଟେଡ୍ ବଟର ଚିକେନ୍ ମଧ୍ୟ ସେ ଖାଉଛନ୍ତି।