ଏସଟି/ଏସସି ସଂରକ୍ଷଣ ପୃଥକୀକରଣ ଅସଲ ଉଦ୍ଦେଶ୍ୟ କଣ!

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ଐତିହାସିକ ନିର୍ଣ୍ଣୟ କୁହାଯାଉଥିବା ନିଷ୍ପତ୍ତି ସଂରକ୍ଷଣ ବିଲୋପ ପାଇଁଏକ ଷଡ଼ଯନ୍ତ୍ର ନୁହେଁ ତ l ଏମିତି ସନ୍ଦେହ କରି ତଥ୍ୟ ପୂର୍ଣ୍ଣ ଯୁକ୍ତି ଉପସ୍ଥାପନା କରିଛନ୍ତି ଶିକ୍ଷାବିତ୍ ବିଜୟ ସାହୁ l
ଶ୍ରୀ ସାହୁ କହିଛନ୍ତି ଯେ, ନିର୍ଣ୍ଣୟର ଭାଗୀଦାରୀରେ ଅଛନ୍ତି l ୧- ମୁଖ୍ୟ ନ୍ୟାୟାଧୀଶ ଓ ମନୋଜ ମିଶ୍ର – ୧୪୦ ପୃଷ୍ଠା l ୨- ବି ଆର ଗଭାଇ – ୨୮୧ ପୃଷ୍ଠା l ୩-ପଙ୍କଜ ମିତ୍ତଲ -୫୪ ପୃଷ୍ଠା l ୪- ଵିକ୍ରମ ନାଥ -୨ ପୃଷ୍ଠା l ୫- ସତୀଶ ଚନ୍ଦ୍ର ଶର୍ମା -୨ ପୃଷ୍ଠା l
୬- ବେଲା ତ୍ରିପାଠୀ- ୮୬ ପୃଷ୍ଠା ( Dissenting )l
ସେହିପରି ସୁପ୍ରିମକୋର୍ଟର ୭ ଜଣିଆ ସମ୍ବିଧାନ ବେଞ୍ଚ ନିକଟରେ ଗୋଟିଏ ମାତ୍ର ପ୍ରସଙ୍ଗ ଥିଲା ଯାହାର ସାମ୍ବିଧାନିକ ବ୍ୟାଖ୍ୟା ହଁ / ନାଁ ରେ ହେଇଥାନ୍ତା । କାରଣ ଇହି ପ୍ରସଙ୍ଗ ଏକ ମୌଳିକ ଇସ୍ୟୁ ବା Seminal Issue ଥିଲା । ସମ୍ବିଧାନକୁ ବ୍ୟାଖ୍ୟା କରିବା ବା ପାର୍ଲିଆମେଣ୍ଟ ଦ୍ୱାରା ପ୍ରଣୀତ କୌଣସି ଆଇନକୁ ସମୀକ୍ଷା କରି ପାର୍ଲିଆମେଣ୍ଟକୁଆବଶ୍ୟକ ପରାମର୍ଶ ଦେବା କାର୍ଯ୍ୟ ସମ୍ବିଧାନ ବେଞ୍ଚର । ସମ୍ବିଧାନ ବଦଳାଇବା କିମ୍ବା ସମ୍ବିଧାନରେ କିଛି ଯୋଡିବା କାର୍ଯ୍ୟ ସୁପ୍ରିମକୋର୍ଟର ନୁହେଁ ( ସୁପ୍ରିମକୋର୍ଟ ବାରମ୍ବାର ଏକଥା କହିଛନ୍ତି ) !ମୁଖ୍ୟ ନ୍ୟାୟାଧୀଶଙ୍କ ୭ ଜଣିଆ ବେଞ୍ଚ ତାଙ୍କର ସେଇ ଦାୟିତ୍ବ ପାଳନ ନ କରି ୫୬୫ ପୃଷ୍ଠାର ଐତିହାସିକ ନିର୍ଣ୍ଣୟ ଶୁଣେଇଛନ୍ତି ।
ସମସ୍ତେ ସବୁ ଵିଷୟ ଲେଖିଛନ୍ତି । ସାର ହେନେରୀଙ୍କ ଅସ୍ପୃଶ୍ୟତାର ମାନଦଣ୍ଡ କଥା ଉଲ୍ଲେଖ କରିଛନ୍ତି , ମିଷ୍ଟର ହଟ୍ଟନଙ୍କ ରିପୋର୍ଟରେ ଅସ୍ପୃଶ୍ୟତା ମଧ୍ୟରେ ରହିଥିବା ଅଞ୍ଚଳଗତ ପ୍ରଭେଦ କଥା ଲେଖିଛନ୍ତି , ଦକ୍ଷିଣ ଭାରତ ରାଜ୍ୟ, କେନ୍ଦ୍ର ଭାରତ ରାଜ୍ୟ , ମହାରାଷ୍ଟ୍ର , ଉତ୍ତର ଭାରତ ରାଜ୍ୟରେ ଥିବା ଅସ୍ପୃଶ୍ୟତାର ପ୍ରକାର ଭେଦ କଥା କହିଛନ୍ତି , ଓଡ଼ିଶା, ବିହାର ମାଡ୍ରାସରେ ଅସ୍ପୃଶ୍ୟତା କଥା କହିଛନ୍ତି,ଆମ୍ବେଦକରଙ୍କ ଭାଷଣ ପଢ଼ିଛନ୍ତି , ଆମ୍ବେଦକର ଉଲ୍ଲେଖ କରିଥିବା ଜାତିଗତ ଉତ୍ପୀଡ଼ନ କଥା କହିଛନ୍ତି , ସମ୍ବିଧାନରେ ଉଲ୍ଲେଖ ହେଇଥିବା Affirmative Action କଥା ଉଠେଇଛନ୍ତି l ଜାତିଗତ ନିପୀଡ଼ନ ଇତିହାସ ଲେଖିଛନ୍ତି , ସମ୍ବିଧାନର ବିଭିନ୍ନ ପ୍ରାବଧାନ କଥା ଲେଖିଛନ୍ତି । ସମାନତା, ବୈଷମ୍ୟ କଥା ଲେଖିଛନ୍ତି , କିନ୍ତୁ ଉପସଂହାରରେ ସେଇଠି ପହଞ୍ଚିଛନ୍ତି ଯେଉଁଠି ପହଂଚିବା ଦାବୀ Caste Hindu ମାନେ , ରାଜନୈତିକ ଦଳର ନେତାମାନେ ମୂଳରୁ କରି ଆସୁଥିଲେ।
ସୁପ୍ରିମକୋର୍ଟ କୋର୍ଟ ପାଖରେ Issue ଥିଲା – Validity of sub -classification of reserved categories vis-a-vis scheduled castes notified under article 341 (2) of the constitution .
ଏହି ମୌଳିକ ବିଷୟଟି ଥିଲା ଅନୁସୂଚିତ ଜାତି ଏକ Homogenous Social group or a mix of heteroge nous communities ? Can these historically unprevileged be sub-classified for a more equitable afffirmative action intended for SCs ?
Issue ନ ଥିଲା ସମ୍ବିଧାନକୁ ପୁନଃ ବାଖ୍ୟା କରି ସଂରକ୍ଷଣକୁ ସମ୍ପୂର୍ଣ୍ଣ ଉଠେଇ ନେବା ପଥ ଖୋଲିବା ।
୭ ଜଣିଆ ବେଞ୍ଚ ପାଖକୁ EV Chennaiha Vr State Of Andhra Pradesh ର 2004 ସମ୍ବିଧାନ ବେଞ୍ଚର
ରାୟର ସ୍ପଷ୍ଟୀକରଣ ପାଇଁ Matter ଆସିଥିଲା । ସେତେବେଳେ ଏହି ବେଞ୍ଚକୁ Head କରିଥିଲେ ଜଷ୍ଟିସ ଅରୁଣ ମିଶ୍ର ମଧ୍ୟ ରାୟ ରେ କହିଥିଲେ ସମ୍ବିଧାନରେ କୌଣସି ରାଜ୍ୟର ଆଇନ ସଭାର ଅଧିକାର ନାହିଁ Presidiential Order କୁ ଲଙ୍ଘନ କରି ନୂଆ ଆଇନ ପ୍ରଣୟନ କରିବା । କେନ୍ଦ୍ର ସରକାରଙ୍କ ଓକିଲ ମଧ୍ୟ ସମାନ ଯୁକ୍ତି ରଖିଥିଲେ । ଏକଥା ମଧ୍ୟ କହିଥିଲେ ପାର୍ଲିଆମେଣ୍ଟ ର ଅଧିକାର ରହିଛି ଆଇନ କରି ଅନୁସୂଚିତ ଜାତିର କୋଟା ଭିତରେ କୋଟା ନିର୍ଦ୍ଧାରଣ ପାଇଁ । କିନ୍ତୁ ଏହି ନିର୍ଦ୍ଧାରଣ ପୂର୍ବରୁ ସରକାରଙ୍କ ପାଖରେ empirical data ରହିବା ଜରୁରୀ ।
କିନ୍ତୁ ଏହି କୋଟା ଭିତରେ କୋଟା ନିର୍ଦ୍ଧାରଣ ବେଳେ କୌଣସି ରାଜ୍ୟ 50% ସର୍ବୋଚ୍ଚ ସୀମା ଅତିକ୍ରମ କରି ପାରିବେ ନାହିଁ , ନୂଆ ଜାତି କୁ ଯୋଗ ଓ ବିଯୋଗ କରି ପାରିବେ ନାହିଁ । ଯୋଗ ବିଯୋଗ କ୍ଷମତା କେବଳ ପାର୍ଲିଆମେଣ୍ଟର ।
ସେତେବେଳେ Indra Sawny ମୋକଦ୍ଦମା ରାୟକୁ ବିସ୍ତୃତ ଭାବରେ ତର୍ଜମା ହେଇଥିଲା ।
1992 Indra Sawny V Union Of India Case ରେ 9 ଜଣିଆ ସମ୍ବିଧାନ ବେଞ୍ଚ ରାଜ୍ୟମାନଙ୍କର କ୍ଷମତାକୁ ସୀମିତ କରିଥିଲେ । ଏହି ରାୟରେ 50% କୋଟା ଓ Backwardness କୁ Upheld କରା ଯାଇଥିଲା । Backwardness ନିର୍ଦ୍ଧାରଣ ପାଇଁ ୧୧ ଟି ମାନଦଣ୍ଡ ସ୍ଥିର ହେଇଥିଲା । ଏହି ରାୟରେ Creamy layer କୁ କେବଳ OBC ବର୍ଗ ପାଇଁ upheld କରି Concept of exclusion ପ୍ରସଙ୍ଗ ଉଠେଇ ଥିଲେ ।କିନ୍ତୁ ଅନୁସୂଚିତ ଜାତି / ଜନଜାତି ପାଇଁ ଏହା ପ୍ରଜୁଯ୍ୟ ନୁହେଁ ବୋଲି ସ୍ପଷ୍ଟ ରାୟ ଦେଇଥିଲେ । Creamy layer is only applicable in the case of Other BackWard Castes , not applicable to SC and ST .
ଅନୁରୂପ ଭାବେ M Nagaraja V Government Of
India Case –
ଏହି ମୋକଦ୍ଦମାରେ କୋର୍ଟ ଅନୁସୂଚିତ ଜାତି ଓ ଜନଜାତିଙ୍କ ନିଯୁକ୍ତି ଓ ପ୍ରମୋସନ କ୍ଷେତ୍ରରେ ସଂରକ୍ଷଣକୁ ବଜାୟ ରଖିବା ପାଇଁ ରାୟ ଦେଲେ । କିନ୍ତୁ ପ୍ରମୋସନ ଦେବା ପୂର୍ବରୁ ୩ ଟି ସର୍ତ୍ତ ପୂରଣ କରିବାକୁ ହେବ ବୋଲି କହିଲେ – laid down 3 controlling conditions that the state must meet prior to granting a SC/ ST promotion in reservations .
Conditions as follows –
1- State must show backwardness ;
2-It must show that the class is not adequately represented in position / service for which reservation in promotion will be granted .
3- It must show that reservations are in the interest of administrative efficiency .
କିନ୍ତୁ ସରକାର ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ପୂରଣ ନ କରି ବସିଗଲେ । ଫଳରେ SC/ST ପୋଷ୍ଟଗୁଡିକ ଖାଲି ପଡ଼ିଲା । କେତେ ବେଳେ କହିଲେ ପ୍ରାର୍ଥୀ ମିଳୁ ନାହାନ୍ତି, କେତେ ବେଳେ କହିଲେ ଯୋଗ୍ୟତା ନାହିଁ । ଫଳରେ ପଚାଶ ଦଶକରୁ SC / ST ମାନେ ଯେଉଁ ପ୍ରମୋସନ ପାଉଥିଲେ ତାହା ମଧ୍ୟ ଅଧିକାଂଶ ପଦବୀରେ ବନ୍ଦ ହେଇଗଲା ।
ବର୍ତ୍ତମାନ କେନ୍ଦ୍ର ସରକାର କେତେକ ସ୍ପଷ୍ଟୀକରଣ ପାଇଁ ସୁପ୍ରିମକୋର୍ଟକୁ ଯାଇଛନ୍ତି ।
Article 335 mandates that reservations have to be balanced with efficiency .
2001 amendment to Article 335 clarified that amendment will not apply to state relaxing in evaluation standards in the matter of promotion.
ଆଉ ଏକ ମୋକଦ୍ଦମାରେ ତ୍ରିପୁରା ସରକାର ତ୍ରିପୁରା ହାଇକୋର୍ଟର ଏକ ରାୟ ବିରୁଦ୍ଧରେ ସୁପ୍ରିମକୋର୍ଟ ରେ ଅପିଲ କଲେ । ମୋକଦ୍ଦମାଟି ଥିଲା ତ୍ରିପୁରା ସରକାର ଙ୍କ ଅନୁସୂଚିତ ଜାତି / ଜନଜାତିଙ୍କ ପାଇଁ ଶୂନ୍ୟସ୍ଥାନ ପୂରଣ ଓ ପ୍ରମୋସନ ନିମନ୍ତେ ପ୍ରଣୀତ ଏକ ଆଇନକୁ ହାଇକୋର୍ଟରେ ରଦ୍ଦ ହେଇଥିଲା ।
ଏହି ଅପିଲକୁ ସୁପ୍ରିମକୋର୍ଟର ଦୁଇ ଜଣିଆ ଡିଭିଜନ ବେଞ୍ଚ ଗ୍ରହଣ କରି ଏହାର ବିଚାର ପାଇଁ ସମ୍ବିଧାନ ବେଞ୍ଚକୁ ସୁପାରିଶ କରିଥିଲେ ।
ଏହି ମୋକଦ୍ଦମା ବିଭିନ୍ନ ସ୍ତରରେ ଗଡି ଗଡି ବର୍ତ୍ତମାନ ଜଷ୍ଟିସ ନାଗେଶ୍ୱର ରାଓ, ଜଷ୍ଟିସ ବି ଆର ଗଭାଇ ଓ ଜଷ୍ଟିସ ସଞ୍ଜୀବ ଖାନା ଙ୍କ କୋର୍ଟରେ ପଡିଛି । କୋର୍ଟ ପାଖରେ ଦୁଇଟି Issue ବିଚାର ହେବ ।
1- What does inadequate representation in a class of posts means and how can it be proved ? ;
2- What does efficiency in administration mean and how can this be guaranteed ?
ଅତଏବ ରାଜ୍ୟ ଓ କେନ୍ଦ୍ର ସରକାର ଏଯାବତ SC / ST ସଂରକ୍ଷଣକୁ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟ କରି ନାହାନ୍ତି ବା ପ୍ରମୋସନ ପୋଷ୍ଟ ଗୁଡିକ ପୂରଣ କରି ନାହାନ୍ତି ।
କିନ୍ତୁ 7 ଜଣିଆ ସମ୍ବିଧାନ ବେଞ୍ଚ ନିଜର ରାୟ ରେ ଏହା ଉପରେ କି affirmative action ନିଆ ଯାଇ ପାରିବ ସେ ସମ୍ପର୍କରେ କୌଣସି ରାୟ ଦେଇ ନାହାନ୍ତି ।
ମୁଖ୍ୟ ବିଚାରପତି ନିଜ ରାୟ ରେ ସାମ୍ବିଧାନିକ ପ୍ରଶ୍ନ ଗୁଡିକୁ address ନ କରି ଜଷ୍ଟିସ ଗୋଭାଇ , ଜଷ୍ଟିସ ମନୋଜ ମିଶ୍ର, ଜଷ୍ଟିସ ସତୀଶ ଶର୍ମା ଙ୍କ ସହ କେବଳ ସହମତି ପ୍ରକାଶ କରିଛନ୍ତି ।
କିନ୍ତୁ ତାଙ୍କର ଗୁରୁ ଦାୟିତ୍ୱ ଥିଲା ମୁଖ୍ୟ ବିଚାରପତି ଭାବରେ ପ୍ରତ୍ୟେକ ବିନ୍ଦୁ ଉପରେ ନିଜର ମତ ରଖିବା ଓ ଅନୁସୂଚିତ ଜାତି / ଜନଜାତି ସଂରକ୍ଷଣ ବିଗତ 75 ବର୍ଷ ମଧ୍ୟରେ ପ୍ରକୃତରେ ଏହି ବର୍ଗର ସାମାଜିକ ଉତ୍ଥାନ କରିଛି କି ନାହିଁ ତାର ତଥ୍ୟଗତ ପ୍ରମାଣ ସଂଗ୍ରହ ପାଇଁ ସରକାର ଙ୍କୁ ନିର୍ଦ୍ଦେଶ ଦେବା । ଚାକିରୀ / ଶିକ୍ଷାରେ
ସଂରକ୍ଷଣ ମାଧ୍ୟମରେ ଐତିହାସିକ ସାମାଜିକ ନିପୀଡନ ଯେ ସମ୍ପୂର୍ଣ୍ଣ ବିଲୋପ ହେବ ଏକଥା ସମ୍ବିଧାନ ପ୍ରଣେତା କହି ନ ଥିଲେ । କେବଳ ଆର୍ଥିକ ଦିଗରୁ କିଛିଟା ଆତ୍ମନିର୍ଭର କରି ଯୁଗ ଯୁଗର ସାମାଜିକ ଉତ୍ପୀଡ଼ନ ବିଲୋପ ଯେ ହେବ ନାହିଁ ଏ କଥା ଆମ୍ବେଦକର ମଧ୍ୟ ବୁଝି ଥିଲେ । SC / ST ବର୍ଗିକରଣ ତାଲିକା ପ୍ରସ୍ତୁତି ବେଳେ ମୁଖ୍ୟ ମାନଦଣ୍ଡ ଥିଲା ଅସ୍ପୃଶ୍ୟତା ।
ଏକ୍ଷେତ୍ରରେ ପାର୍ଥକ୍ୟ ରହିଛି ଏକଥା ସତ୍ୟ । କିନ୍ତୁ ଗୋଟିଏ ବର୍ଗ ଭାବରେ ଅସ୍ପୃଶ୍ୟତା
ଅନୁସୂଚିତ ଜାତିର ଜନ୍ମ ସହିତ ଯୋଡ଼ି ହେଇ ଆସିଛି । ସେହି କାରଣରୁ ଯେତେବେଳେ ପ୍ରାବଧାନ ହେଇଥିଲା ରାଜନୈତିକ ପ୍ରତିନିଧିତ୍ୱ କ୍ଷେତ୍ରରେ ପ୍ରତି 10 ବର୍ଷରେ ଥରେ Review କରିବା ପାଇଁ, ସେତେବେଳେ ଉଦେଶ୍ୟ ନ ଥିଲା ଏହାକୁ ହଟେଇବା ପାଇଁ । ଉଦେଶ୍ୟ ଥିଲା empirical data ସହ evaluate କରିବା କେଉଁ ବର୍ଗ General Caste ସହ Equal Pedestal ରେ ପ୍ରତିଦ୍ବନ୍ଦିତା କରିବା ପାଇଁ ସକ୍ଷମ ହେଲେଣି । ଯଦି ହେଇ ନାହାଁନ୍ତି ଆଉ କେଉଁ ପ୍ରକାର affirmative action ପାଇଁ ସରକାର ନୀତି ପ୍ରଣୟନ କରିବେ ।
ଯେତେବେଳେ ସଂରକ୍ଷଣ ହିଁ ସଂପୂର୍ଣ୍ଣ କାର୍ଯ୍ୟକାରୀ ହେଇନାହିଁ ସେତେବେଳେ Creamy layer କୁ ଭର୍ତ୍ତି କରିବା ପଛରେ କି ଉଦେଶ୍ୟ ରହିଛି ?
ଏହା ଏକ ସୁଚିନ୍ତିତ ଷଡଯନ୍ତ୍ର । ଯେଉଁ ମାନେ ଏହି ରାୟକୁ ବିଭିନ୍ନ ଦିଗରୁ ବାଖ୍ୟା ନ କରି Creamy Layer ପ୍ରଶ୍ନକୁ ସମର୍ଥନ କରୁଛନ୍ତି, ସେମାନେ SC / ST ବର୍ଗର ବାସ୍ତବ ସ୍ଥିତିକୁ ଅଣ ଦେଖା କରୁଛନ୍ତି ।
ଯୁକ୍ତି ଛଳରେ ଯଦି ଧରିନେବା ସଂରକ୍ଷଣରୁ ସେମାନଙ୍କୁ ବାଦ ଦେବା ତାହେଲେ ସେମାନେ ସାଧାରଣ ଜାତି ସହ ପ୍ରତିଦ୍ବନ୍ଦିତାରେ କେତେ ଦୂର ସଫଳ ହେବେ । ଏହା X, Y, Z କ୍ଷେତ୍ରରେ କିଛିଟା ସଫଳ ହେଇ ପାରେ । କିନ୍ତୁ ଏକ ବର୍ଗ ଭାବରେ ସମସ୍ତେ ସଫଳ ହେବେ କି ?
ତେଣୁ ଏହି ରାୟକୁ ଯେଉଁମାନେ ସହରରେ ବସି ସମର୍ଥନ କରୁଛନ୍ତି, ସେମାନେ ଭାରତର ଗ୍ରାମୀଣ ଜୀବନରେ ଅସ୍ପୃଶ୍ୟତା
ର Deep Rooted ମାନସିକତା ଦେଖି ନାହାନ୍ତି। ଆଜି ବି ଦେଶର ଦଳିତ ରାଷ୍ଟ୍ରପତି ପୁରୀ ମନ୍ଦିରର ଗର୍ଭ ଗୃହରେ ପ୍ରବେଶ କରିବା ଅସମ୍ଭବ । ଆଜି ବି ଦେଶର ବିଭିନ୍ନ ମନ୍ଦିର , ଉଚ୍ଚ ଶିକ୍ଷାନୁଷ୍ଠାନରେ ପ୍ରବେଶ କରିବା ଅସମ୍ଭବ । କେତେ ଜଣ ଦଳିତ ପିଲା IIT, IIM, AIIMS, ବିଭିନ୍ନ ବିଶ୍ୱବିଦ୍ୟାଳୟ , ଜୁଡିସିଆଲ ସର୍ଭିସ ରେ ବିନା ସଂରକ୍ଷଣ ରେ ପ୍ରବେଶ କରି ପାରିବେ ? କେତେ ଜଣ ପିଲା UPSC ରେ ସଫଳତା ଅର୍ଜନ କରିବେ । ସଂରକ୍ଷଣ ସତ୍ତ୍ୱେ ଏକ୍ଷେତ୍ରରେ ସେମାନଙ୍କ ସଂଖ୍ୟା କେତେ ? ବୋଲି ସ୍ତମ୍ଭକାର ପ୍ରଶ୍ନ କରିଛନ୍ତି l