ଅଦାଲତର ଏ କି ମାନସିକତା?

ଭୁବନେଶ୍ୱର : (ନରେନ୍ଦ୍ର ମହାନ୍ତି/ ଗାର୍ଗୀ ଶତପଥି)- ଓଡ଼ିଶା ହାଇକୋର୍ଟର ଜଣେ ମହାନୁଭବ ବିଚାରପତି ଡଃ ସଞ୍ଜିବ କୁମାର ପାଣିଗ୍ରାହୀ !!!
ମା’ ମାଟି ମାଳି ସୁରକ୍ଷା ମଞ୍ଚର କୂମେଶ୍ୱର ନାୟକ ବେଦାନ୍ତ ଓ ମୈତ୍ରୀ କମ୍ପାନୀ ବିରୋଧରେ ଆନ୍ଦୋଳନ କରିବା କାରଣରୁ ପୋଲିସ୍ ବିଭିନ୍ନ ମାମଲା ରୁଜ୍ଜୁ କରି ତାଙ୍କୁ ଜେଲ୍ ପଠାଇଥିଲା।
ତାଙ୍କ ପାଇଁ ଜାମିନ୍ ର ସର୍ତ୍ତ ରଖାଯାଇଛି ସେ ୨ ମାସ ପାଇଁ କାଶୀପୁର ଥାନା ହତା ସଫେଇ କରିବେ ବା ଝାଡ଼ୁ ମାରିବେ?
କିନ୍ତୁ କାହିଁକି ଏ ପ୍ରକାର ଅମାନବୀୟ ତଥା ବ୍ୟକ୍ତି ବିଶେଷଙ୍କ ମର୍ଯ୍ୟାଦା ହାନି କରିବା ଭଳି ସର୍ତ୍ତ ?
ବିଚାର ପୂର୍ବରୁ ଏ ଦଣ୍ଡ କାହିଁକି?
ସଫେଇ କରିବା କିମ୍ବା ଝାଡ଼ୁ କରିବା କୈାଣସି ଅସମ୍ମାନ ଜନକ କାର୍ଯ୍ୟ ନୁହେଁ!!
କିନ୍ତୁ ସରକାର, କମ୍ପାନୀ ଓ ପୋଲିସ୍ ଦମନ ବିରୋଧରେ ନିଜ ଅଧିକାର ପାଇଁଁ, ନିଜ ମା, ମାଟି, ଜଳ ଜମି ଓ ଜଙ୍ଗଲ ତଥା ପ୍ରାକୃତିକ ପରିବେଶ ବଞ୍ଚାଇବା ପାଇଁ ଲଢେ଼ଇ କରୁଥିବା ଓ ଜେଲ୍ ଯାଉଥିବା ସଂଗ୍ରାମୀ ମାନଙ୍କୁ ପୋଲିସ୍ ଥାନା ପରିସରରେ ଝାଡ଼ୁ ମାରିବାକୁ ଜାମିନ୍ ର ସର୍ତ୍ତ ନିଶ୍ଚୟ ଅପମାନଜନକ ଓ ଏହି ରାୟରେ କୁତ୍ସିତ ଜାତିବାଦୀ ମାନସିକତା ପ୍ରତିଫଳିତ ହୋଇଛି।
କ’ଣ ସେ ଅନୁସୂଚିତ (ଦଳିତ)ବର୍ଗର ବୋଲି ତାଙ୍କ ପାଇଁ ଏଭଳି ଅପମାନ ଜନକ ସର୍ତ୍ତ ରଖାଯାଇଛି ?
ଏହା କେଉଁ ନ୍ୟାୟିକ ମୂଲ୍ୟବୋଧ ?
ସେ ଜଣେ ବ୍ରାହ୍ମଣଙ୍କୁ ଜାମିନ୍ ଦେଲେ ଝାଡ଼ୁ ମାରିବା ଭଳି ଅପମାନଜନକ ସର୍ତ୍ତ ରଖିପାରିବେ କି ?
ସେ ସତ୍ ସାହାସ ତାଙ୍କର ଅଛିକି?
ପୂର୍ବରୁ ଜଣେ ମହିଳାଙ୍କୁ ବ୍ୟାଙ୍କ ହତା ସଫେଇ କରିବାକୁ ଓଡ଼ିଶା ହାଇକୋର୍ଟ ଆଦେଶ ଦେଇଥିଲେ!
ତାଙ୍କୁ ଅନୁସରଣ କରି ରାୟଗଡ଼ା ଜିଲ୍ଲା ଜଜ୍ ମଧ୍ୟ ହୀରାମଲ ନାୟକଙ୍କ ବେଲ୍ ରେ ସମାନ ସର୍ତ୍ତ ଲଗାଇଛନ୍ତି !
ସିଏ ମଧ୍ୟ ଦଳିତ ବର୍ଗର ତଥା ମା’ ମାଟି ମାଳି ସୁରକ୍ଷା ମଞ୍ଚର ଆଉ ଜଣେ ଲଢ଼ୁଆ ସାଥୀ !!
ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ଜନତା ହିଁ ସର୍ବୋପରି?
କିନ୍ତୁ ଜନତାଙ୍କ ଟିକସ ପଇସାରେ ଦରମା ନେଉଥିବା ବିଚାରପତି ନ୍ୟାୟ ର ଶାସନ ପରିବର୍ତ୍ତେ କମ୍ପାନୀ, ସରକାର ଓ ପୋଲିସ୍ ର ବଚସ୍କର ସାଜିଛନ୍ତି।
ଏପରି ବ୍ରାହ୍ମଣବାଦୀ ଓ ଜାତିବାଦୀ ମାନସିକତା ରେ ଭରପୁର ଏହି ଜାମିନ୍ ସର୍ତ୍ତ ବିରୋଧରେ ପ୍ରତିବାଦ କରିବା ଓ ଏହାକୁ ନିନ୍ଦା କରିବା ଆଜି ଅତ୍ୟନ୍ତ ଜରୁରୀ !!!
ଅନୁରୂପ ଭାବେ ଗାର୍ଗୀ ଶତପଥି କହିଛନ୍ତି ଯେ, ହାଇକୋର୍ଟ ବିଚାରପତି ସଞ୍ଜୀବ ପାଣିଗ୍ରାହୀ ସାର,
ଅଦାଲତ ର ରାୟ କୁ ସମାଲୋଚନା ଅବମାନନା ଭାବରେ ଗ୍ରହଣ କରାଯାଏ l ଯାହା ବି ହେଉ ମୁଁ କିନ୍ତୁ କୁମେଶ୍ଵର ନାଏକ ଙ୍କ ଜାମିନ ନେଇ ବିଚାରପତି ଭାବରେ ଆପଣ ଙ୍କ ସର୍ତ କୁ ସମାଲୋଚନା କରିବି l ମାଳି ପର୍ବତ ସୁରକ୍ଷା ପାଇଁ vedant ବିରୋଧରେ ଲଢ଼େଇ କରି କୁମେଶ୍ୱର ନାଏକ ଜେଲ ଯାଇଥିଲେ l କୌଣସି ଅପରାଧ କରି ନୁହେଁ, ଆପଣ ବଲାଙ୍ଗୀର ଜିଲାର ଲୋକ,ଦୀର୍ଘ ବର୍ଷ ଧରି ଅଦାଲତ ରେ ଆଇନଜୀବୀ ଭାବରେ କାର୍ଯ୍ୟ କରି ବିଚାରପତି ହୋଇଛନ୍ତି l ଅପରାଧୀ ଏବଂ ଆନ୍ଦୋଳନକାରୀ ର ତଫାତ ଜାଣିଥିବେ l ଏହା ସତ୍ତ୍ୱେ କୁମେଶ୍ଵର ଙ୍କୁ ଜାମିନ ର ସର୍ତ ସ୍ଵରୂପ ଥାନା ସଫେଇ ର ଆଦେଶ ଦେଇ କଣ ସନ୍ଦେଶ ଦେବା ପାଇଁ ଚାହୁଁଛନ୍ତି? ଜଣେ ଆନ୍ଦୋଳନ କାରୀ ଙ୍କ ପ୍ରତି ଏଭଳି ଅପମାନ ଗ୍ରହଣୀୟ ନୁହେଁ, ତାର ଯେତେ ନିନ୍ଦା କଲେ ବି କମ ହେବ l