ଜାନୁଆରୀ ମାସରୁ ରାସନ କାର୍ଡରେ ମିଳିବ ଗହମ

ଭୁବନେଶ୍ୱର: ରାସନ୍ କାର୍ଡ ଧାରୀଙ୍କ ପାଇଁ ଖୁସି ଖବର। ପୁର୍ବ ଭଳି ରାସନ୍ କାର୍ଡରେ ମିଳିବ ଗହମ। ଜାନୁଆରୀ ମାସରୁ ଗହମ ମିଳିବ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଲୋକଙ୍କ ଚାହିଦା ହିସାବରେ ଗହମ ମିଳିବ ବୋଲି କହିଛନ୍ତି ମନ୍ତ୍ରୀ। ସେହିପରି ଅପରପକ୍ଷେଇ-କେୱାଇସିକୁ ନେଇ ସାଧାରଣରେ ଥିବା ଦ୍ଵନ୍ଦ୍ର ଦୂର କରିଛନ୍ତି ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ଇ-କେୱାଇସି ଅନ୍ତିମ ପର୍ଯ୍ୟାୟରେ ପହଂଚିଛି। ଏପର୍ଯ୍ୟନ୍ତ ୮୫ ପ୍ରତିଶତ ଲୋକ ଇ-କେୱାଇସି କରିସାରିଲେଣି। ୧୬ ଲକ୍ଷ ଅଯୋଗ୍ୟ ରାସନକାର୍ଡ ହିତାକାରୀ ଚିହ୍ନଟ ହୋଇଛନ୍ତି।
ସରକାରଙ୍କ ଲକ୍ଷ ଯେଉଁମାନେ ଭୂତ ରାସନକାର୍ଡ କିମ୍ବା ଅଯୋଗ୍ୟ ସେମାନଙ୍କୁ ବାଦ୍ ଦେବା। ରାସନକାର୍ଡରୁ ବାଦ୍ ପଡ଼ିବେ ୧୬ ଲକ୍ଷ ଅଯୋଗ୍ୟ ହିତାଧୁକାରୀ। ରୋହିଙ୍ଖ୍ୟା କିମ୍ବା ବିଦେଶୀଙ୍କୁ ମିଳିଥିବା ରାସନ କାର୍ଡର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରୋହିଙ୍ଖ୍ୟାମାନେ କାର୍ଡ ପାଇଥିଲେ ଏହାକୁ କଟାଯିବ ବୋଲି ମନ୍ତ୍ରୀ କହିଛନ୍ତି।