ସର୍ଫରାଜଙ୍କ ଅପେକ୍ଷାର ଅନ୍ତ କେବେ?

ଭୁବନେଶ୍ୱର : ୱେଷ୍ଟଇଣ୍ଡିଜ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା କରିଯାଇଥିବା ବେଳେ ସର୍ଫରାଜ ଖାନ୍ ଙ୍କୁ ଟିମରେ ପ୍ରତ୍ୟାକ୍ଷାନ କରିବାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଏହାରି ଭିତରେ ସରଫରାଜ ନିଜ ଇନଷ୍ଚାଗ୍ରାମ ଷ୍ଟୋରିରେ ଘରେ ଅଭ୍ୟାସ କରୁଥିବା ସମୟର ଏକ ଭିଡିଓ ସେୟାର କରିଛନ୍ତି । ତେବେ ପୂର୍ବରୁ ସର୍ଫରାଜ ରଣଜୀରେ ଏତେ ଭଳ ପର୍ଦଶନ କରି ମଧ୍ୟ ଦଳରେ କ’ଣ ପାଇଁ ସ୍ଥାନ ପାଇଲେ ନାହିଁ ବୋଲି ପୂର୍ବତନ ଭାରତୀୟ ଅଧିନାୟକ ସୁନିଲ୍ ଗାଭାସ୍କର ମୁଖ୍ୟ ଚୟନକର୍ତ୍ତାଙ୍କ ଉପରେ ପ୍ରଶ୍ନ କରିଛନ୍ତି। ସର୍ଫରାଜ ତାଙ୍କ କ୍ୟାରିୟରର ସର୍ବଶ୍ରଷ୍ଠ ପଦର୍ଶନ ଫର୍ମରେ ଥାଇ ମଧ୍ୟ ତାଙ୍କୁ ଦଳରେ ନରଖିବା କାରଣ ସ୍ପଷ୍ଟ ହେଇନାହିଁ । ଘରୋଇ ଟେଷ୍ଚ କ୍ରିକେଟରେ ସର୍ଫରାଜ ୩୭ଟି ମ୍ୟାଚରେ ୭୯.୬୫ ଆଭ୍ରେଜରେ ୩୫୦୫ ସଂଗ୍ରହ କରିଛନ୍ତି । ଯେଉଁଥିରେ ୧୩ଟି ଶତକ ଏବଂ ଗୋଟିଏ ତ୍ରିଶତକିୟ ପାରି ରହିଛି । ସେହିପରି ୨୦୨୨-୨୩ରଣଜୀ ଋତୁର 6ଟି ମ୍ୟାଚରୁ ସେ ୯୨. ୬୬ ହାରାହାରିରେ ୫୫୬ରନ୍ ଯୋଡିବାରେ ସଫଳ ହୋଇଛନ୍ତି । ଏଥିରେ ତାଙ୍କର ତିନୋଟି ଶତକ ସାମିଲ୍ ରହିଛି । ଏତେ ଭଲ ପଦର୍ଶନ କରି ମଧ୍ୟ କାହିଁଙ୍କି ତାଙ୍କୁ ଦଳରେ ସାମିଲ କରାଯାଉ ନାହିଁ । ଏହା ଏବେ ଭାରତୀୟ ଚୟନକର୍ତ୍ତାଙ୍କ ଉପରେ ବଡ ପ୍ରଶ୍ନ ଉଠାଉଛି । ଏବେ ଦେଖିବାର କଥା ରହିଲା କେବେ ସରଫରାଜଙ୍କ ଅପେକ୍ଷାର ଅନ୍ତ ଘଟୁଛି , ଏବଂ କେବେ ଚୟନକର୍ତ୍ତା ରଣଜୀ ପଦର୍ଶନକୁ ନଜରରେ ରଖି ଖେଳାଳି ଚୟନ କରୁଛନ୍ତି ।