କେଉଁ ସ୍କିମ୍ ଦେଉଛି ଅଧିକ ରିଟର୍ଣ୍ଣ ଜାଣନ୍ତୁ ……

ପଇସାକୁ ଅଲଗା – ଅଲଗା ସ୍କିମରେ ନିବେଶ କରି ଏଥିରୁ ଲାଭ ବାହାର କରିବା ଏକ ନିବେଶକର ପରିଚୟ । ତେବେ ଏହି ସବୁ ସ୍କିମରେ ପ୍ରଥମେ ପ୍ରଥମେ ନିବେଶ କରି ଏଥିରୁ ଲାଭ ବାହାର କରିବା କଷ୍ଟକର ହୋଇଥାଏ । ଆସନ୍ତୁ ଜଣିବା ବ୍ୟାଙ୍କ ଏଫଡି ଏବଂ ମ୍ୟୁଚୁଆଲ ଫଣ୍ଡ୍ସ ଭିତରୁ କେଉଥିରେ ନିବେଶ କଲେ ଆପଣ ଅଧିକ ଲାଭ ପାଇପାରିବେ । ଭ୍ୟବିଷତ ପାଇଁ ଟଙ୍କା ବିନିଯୋଗ କରିବା ସବୁବେଳେ ଭଲ ହୋଇଥାଏ । କାରଣ ଏହି ଟଙ୍କା ଆପଣଙ୍କୁ ଅନେକ ଅସୁବିଧାରୁ ରକ୍ଷା କରିଥାଏ । ଆଜିର ଏହି ଦରଦାମ ବୃଦ୍ଧି ପରିସ୍ଥିତିରେ ଲୋକମାନେ ଏକ ଭଲ ସ୍କିମରେ ଟଙ୍କା ବିନିଯୋଗର ବିକଳ୍ପ ଖୋଜୁଛନ୍ତି । ଯେଉଁଥିରେ କମ୍ ରିସ୍କ ଏବଂ ଅଧିକ ଲାଭ ରହିଥିବ । ତେବେ ଆମେ ଆପଣଙ୍କୁ ଏମିତି ଦୁଇଟି ଯୋଜନା ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣ ନିବେଶ କରି ଭଲ ରିଟର୍ଣ୍ଣ ପାଇ ପାରିବେ ।

ମ୍ୟୁଚୁଆଲ ଫଣ୍ଡ

ଯଦି ଆମେ ମ୍ୟୁଚୁଆଲ ଫଣ୍ଡ କଥା ଚିନ୍ତା କରିବା ତେବେ ଏହା ମଧ୍ୟ ବ୍ୟାଙ୍କ ଏଫଡି ସ୍କିମ ପରି ହୋଇଥାଏ । କିନ୍ତୁ ଏଥିରେ ଆପଣଙ୍କୁ ରିସ୍କ ନେବାକୁ ପଡିଥାଏ । ଏହା ମାଧ୍ୟମରେ ଷ୍ଟକ୍, ବିଦେଶୀ ଇକ୍ୱିଟି ଏବଂ ସୁନା ବ୍ୟତୀତ ନିବେଶକମାନେ ଦଲାଲମାନଙ୍କ ମାଧ୍ୟମରେ ଷ୍ଟକ୍ ମାର୍କେଟକୁ ପ୍ରବେଶ କରିଥାନ୍ତି | ମ୍ୟୁଚୁଆଲ୍ ଫଣ୍ଡରେ ବିନିଯୋଗ କରିବା ପରେ ଏହା ଉପରେ ନଜର ରଖିବା ଜରୁରୀ ଅଟେ | ସେହିପରି ଏହି ସ୍କିମରେ ଆପଣ ହାରାହାରି 7-9 ପ୍ରତିଶତ ରିଟର୍ଣ୍ଣ ପାଇପାରିବେ ।

ବ୍ୟାଙ୍କ ଏଫଡି

ଯଦି ଆପଣ ଏକ ଲମ୍ବା ସମୟ ପାଇଁ ବିନା ରିସ୍କ ଏବଂ ଅଧିକ ସୁଧ ଚାହୁଁଛନ୍ତି ।ତେବେ ଆପଣଙ୍କ ପାଇଁ ବ୍ୟାଙ୍କ ଏଫଡି ସ୍କିମଟି ଉପଯୋଗୀ ଅଟେ । ତେବେ ଯଦି ଆମେ ନ୍ୟାସନାଲ ପେନସନ୍ ସିସ୍ଟମ୍ ବା (NPS) ମ୍ୟୁଚୁଆଲ ଫଣ୍ଡ ଏବଂ ବ୍ୟାଙ୍କ ଏଫଡି ଭିତରେ ତୁଳନା କରିବା ତେବେ ଏହା ମ୍ୟୁଚୁଆଲ ଫଣ୍ଡ ଠାରୁ ଏଥିରେ କମ୍ ରିସ୍କ ରହିଥାଏ । ଏହି ସ୍କିମରେ ଆପଣ ଆପଣଙ୍କ ପଇସାର ଅବଧି ସରିବା ପୁରେ ଆପଣ ଏକକାଳିନ ସମସ୍ତ ଟଙ୍କା ଉଠାଇ ପାରିବେ । ସେହିପରି ମ୍ୟୁଚୁଆଲ ଫଣ୍ଡରେ ଆପଣ ଅଧିକ ରୋଜଗାରଲ କରିପାରିବେ କିନ୍ତୁ ସେଥିରେ ବିପଦ ମଧ୍ୟ ଅଧିକ ରହିଥାଏ । ତେଣୁ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବା ପୂର୍ବରୁ ଆପଣ ଏହା ବିଷୟରେ ନିହାତି ଜାଣିବା ଆବଶ୍ୟକ ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *