ICC ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନର ମାଷ୍ଟର ପ୍ଲାନ୍ ! ଇଣ୍ଡିଆ ପାଇଁ କ୍ଷତି?

ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବା ପାଇଁ ଆଉ ମାତ୍ର କିଛି ମାସ ବାକି ରହିଲା| ଏଥି ସହିତ ପାକିସ୍ତାନ ଏହି ଟୁର୍ନାମେଣ୍ଟ ଆୟୋଜନ କରିବ। ଦୀର୍ଘ ସମୟ ପରେ ପାକିସ୍ତାନ କୌଣସି ଆଇସିସି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଯାଉଛି। ତେବେ ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳର ପାକିସ୍ତାନ ଗସ୍ତକୁ ନେଇ ସନ୍ଦେହରେ ରହିଛି। ଭାରତ କହିଛି ଯେ ସୁରକ୍ଷା ଦୃଷ୍ଟିରୁ ଆମେ ପାକିସ୍ତାନ ଗସ୍ତ କରିବୁ ନାହିଁ। ଆଇସିସି ଚାମ୍ପିଅନ୍ସ ଟ୍ରଫି ଏକ ନିରପେକ୍ଷ ସ୍ଥାନରେ ଆୟୋଜିତ ହେବା ଉଚିତ୍ | ଏହା ବ୍ୟତୀତ ଭାରତ ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ହାଇବ୍ରିଡ ମଡେଲ ପାଇଁ ମଧ୍ଯ ପରାମର୍ଶ ଦେଇଛି, କିନ୍ତୁ ଯଦି ଭାରତୀୟ ଦଳ ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଗସ୍ତ କରେ, ତା’ହେଲେ ଏହା ପୂର୍ବରୁ କେତୋଟି ଦିନିକିଆ ଖେଳିବ?
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆଇସିସି ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତ ମାତ୍ର ୩ଟି ଦିନିକିଆ ଖେଳିବ। ଦିନିକିଆ ବିଶ୍ୱକପ ୨୦୨୩ ପରଠାରୁ ଭାରତ ୬ଟି ୱାଣ୍ଡେ ଖେଳିଛି, କିନ୍ତୁ ଆଇସିସି ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଆୟୋଜକ ପାକିସ୍ତାନ ସର୍ବାଧିକ ୧୫ଟି ଦିନିକିଆ ଖେଳିବ। ଏହାଦ୍ବାରା ଭଲ ପ୍ରସ୍ତୁତି ସହିତ ପାକିସ୍ତାନ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ପ୍ରବେଶ କରିବ। ଭାରତ ବ୍ୟତୀତ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ୩-୩ ଟି ଦିନିକିଆ ଖେଳିବେ। ଯେଉଁଠାରେ ଆଫଗାନିସ୍ତାନ ଟୁର୍ନାମେଣ୍ଟ ପୂର୍ବରୁ ୫ଟି ମ୍ୟାଚ୍ ଖେଳିବ |
ଏହା ବ୍ୟତୀତ, ଯଦି ଆମେ ଅନ୍ୟ ଦଳ ମାନଙ୍କ ବିଷୟରେ କଥା ହେବା, ଦକ୍ଷିଣ ଆଫ୍ରିକା ଆଇସିସି ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ୭ଟି ମ୍ୟାଚ୍ ଖେଳିବ | ଏଥି ସହିତ ବାଂଲାଦେଶ ଆଇସିସି ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ୫ଟି,ନ୍ୟୁଜିଲ୍ୟାଣ୍ଡ ୧୩ଟି ମ୍ୟାଚ୍ ଖେଳିବାକୁ ଥିବାବେଳେ । ପାକିସ୍ତାନ ସର୍ବାଧିକ ୧୫ଟି ଡିନିକିଆ ଖେଳିବ। ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତର କମ୍ ଓଡ଼ିଆଇ ଖେଳିବାର ପ୍ରଭାବ ଏହି ଟୁର୍ନାମେଣ୍ଟରେ ଦେଖାଦେବ ବୋଲି ଆଶଙ୍କା କରାଯାଉଛି। ଏହି ପ୍ରତିଯୋଗିତାରେ ଭାରତୀୟ ଦଳର ରଣନୀତି କ’ଣ ତାହା ଦେଖିବାକୁ ବାକି ରହିଲା!