କିଏ ଏହି ଆକାଶ ଦୀପ୍ , କେମିତି ଥିଲା ତାଙ୍କ କ୍ରିକେଟର ଯାତ୍ରା ଜାଣନ୍ତୁ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ରାଞ୍ଚିରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଆକାଶ ଦୀପ ସିଂ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି । ଏହି ମ୍ୟାଚ୍ ଆକାଶଦୀପଙ୍କ ପାଇଁ ଏକ ସ୍ୱପ୍ନର ଡେବ୍ୟୁ ଭାବେ ପ୍ରମାଣିତ ହୋଇଛି । ବଙ୍ଗଳା ପାଇଁ ଘରୋଇ କ୍ରିକେଟ୍ ଖେଳୁଥିବା ଏହି ଖେଳାଳିଙ୍କୁ ଜସପ୍ରୀତ ବୁମ୍ରାଙ୍କ ସ୍ଥାନରେ ଖେଳିବାର ସୁଯୋଗ ମିଳିଛି । କାର୍ଯ୍ୟଭାର ପରିଚାଳନା ହେତୁ ବିସିସିଆଇ ବୁମରାଙ୍କୁ ବିଶ୍ରାମ ଦେଇଛି। ଆକାଶ ଦୀପ ସିଂ ଏହି ମ୍ୟାଚରେ ଟିମ୍ ଇଣ୍ଡିଆକୁ ବୁମ୍ରାଙ୍କ ଅନୁପସ୍ଥିତି ଅନୁଭବ ହେବାକୁ ଦେଇ ନାହାଁନ୍ତି । କାରଣ ସେ ଏହି ମ୍ୟାଚର ପ୍ରଥମ ଦିନରେ ୧୭ ଓଭର ବୋଲିଂ କରି ବହୁମୂଲ୍ୟ ୩ଟି ୱିକେଟ ନିଜ ନାମରେ କରିଛନ୍ତି । ଖେଳର ପ୍ରଥମ ଏକ ଘଣ୍ଟାରେ ସେ ନିଜର ବୋଲିଂ ଦକ୍ଷତା ବଳରେ ବିପକ୍ଷ ଦଳର ଖେଳାଳିଙ୍କୁ ଧୂଳି ଚଟାଇବାରେ ସଫଳ ହୋଇଥିଲେ ।

କିଏ ଏହି ଆକାଶ ଦୀପ

ବିହାରର ସାସରାମରୁ ଆସିଥିବା ଆକାଶ ଦୀପ ସିଂ କ୍ରିକେଟ ଖେଳ ପ୍ରତି ତାଙ୍କର ପ୍ରଥମରୁ ଦୁର୍ବଳତା ରହିଥିଲା । ବାପାଙ୍କଠାରୁ ଆବଶ୍ୟକ ସମର୍ଥନ ନ ପାଇବା ସତ୍ତ୍ୱେ ଆକାଶ ଚାକିରି ପାଇଁ ଦୁର୍ଗାପୁର ଯାଇଥିଲେ କିନ୍ତୁ ତାଙ୍କର କ୍ରିକେଟ ପ୍ରତି ଏଭଳି ଦୁର୍ବଳତା ଦେଖି ତାଙ୍କର ଜଣେ ମାମୁଁ ତାଙ୍କୁ ଏକ ସ୍ଥାନୀୟ ଏକାଡେମୀରେ ଭର୍ତ୍ତି କରିଥିଲେ । ଯେଉଁଠାରେ ତାଙ୍କର ଗତି ହେତୁ ସେ ଅନେକଙ୍କୁ ପ୍ରଭାବିତ କରିବାକୁ ଲାଗିଲେ । ତାର ଠିକ୍ ଦୁଇ ମାସ ପରେ ତାଙ୍କ ବାପଙ୍କ ମୃତ୍ୟୁ କାରଣରୁ ସେ କ୍ରିକେଟ ଖେଳବା ଛାଡି ଦେଇଥିଲେ । କିନ୍ତୁ କ୍ରିକେଟ ପ୍ରତି ଥିବା ତାଙ୍କ ଭଲ ପାଇବା ତାଙ୍କୁ ପୁଣି ୨୨ ଗଜର ଦୁନିଆକୁ ଫେରାଇ ଆଣିଲା । ପରେ ସେ ୨୦୧୯ରେ କଲିକତା ପକ୍ଷରୁ ଘରୋଇ କ୍ରିକେଟରେ ଖେଳିବାର ସୁଯୋଗ ପାଇଥିଲେ । ସେହିପରି ତାଙ୍କର ଭଲ ପ୍ରଦର୍ଶନକୁ ଦେଖି ୨୦୨୨ ଆଇଫିଏଲ ସିଜିନରେ ତାଙ୍କୁ ରୟାଲ ଚାଲେଞ୍ଜର ବାଙ୍ଗାଲୋର ନିଜ ଦଳରେ ସାମିଲ କରିଥିଲା । ତେବେ ଆଜି ସେ ତାଙ୍କ କଠିମ ପରିଶ୍ରମ ଫଳରେ ଭାରତୀୟ ଦଳରେ ଡେବ୍ୟୁ କରିଛନ୍ତି ।

Leave a Reply

Your email address will not be published. Required fields are marked *