ଅନୁଚ୍ଛେଦ 142 ଆଧାରରେ ଆମେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ କ୍ଷମତା ପ୍ରୟୋଗ ପାଇଁ Straightjacket formula ନିର୍ଣ୍ଣୟ କରି ପାରିବୁ କି ?
ନୂଆଦିଲ୍ଲୀ : (ବିଜୟ ସାହୁ)-ମନୁ ସିଙ୍ଘଭିଙ୍କ ଉତ୍ତର – ଅନୁଛେଦ 200 ଓ 201ରେ ଉଲ୍ଲେଖ କ୍ଷମତା ପ୍ରୟୋଗ ପାଇଁ ସାଧାରଣ ଟାଇମ ଲାଇନ ଜରୁରୀ ।
” Contemporaneous realities of huge delay “କୁ ଦୃଷ୍ଟିରେ ରଖି କୋର୍ଟ Ivory tower ମତ ଗ୍ରହଣ କରି ପାରିବେ ନାହିଁ । ତେଣୁ ସାଧାରଣ ଟାଇମ ଲାଇନ ଜରୁରୀ ।
ଜଷ୍ଟିସ ବିକ୍ରମ ନାଥଙ୍କ ଟିପ୍ପଣୀ :
ଅନୁଛେଦ 200 ଓ 201 ରେ ସମୟ ସୀମା ଉଲ୍ଲେଖ ନାହିଁ, ତେଣୁ ଆମକୁ ସମ୍ବିଧାନ ସଂଶୋଧନ କରିବାକୁ ପଡ଼ିବ କି ?
ଜଷ୍ଟିସ ନରସିଂମା ଓ ଜଷ୍ଟିସ ବିକ୍ରମ ନାଥ ପ୍ରଶ୍ନ କରିଥିଲେ ରାଜ୍ୟପାଳ ଓ ରାଷ୍ଟ୍ରପତି ଟାଇମ ଲାଇନ ପାଳନ ନ କଲେ ସେମାନଙ୍କ ବିରୁଦ୍ଧରେ କୋର୍ଟ ଅବମାନନା ରୁଜୁ ହେଇ ପାରିବ କି ?
ସିଙ୍ଘଭି ଙ୍କ ଉତ୍ତର : ବିଲଗୁଡିକୁ Deemed assent ଏହାର ସମାଧାନ ।
ସିଙ୍ଘଭି ନିଜର ଯୁକ୍ତି ରଖିଲା ବେଳେ ତାମିଲନାଡୁ ବାଚସ୍ପତିଙ୍କୁ ନିକଟରେ Three-Judgebench Judgement ରେ CJI ଗଭାଇଙ୍କ 3 ମାସ ମଧ୍ୟରେ
Disqualification ପିଟିସନ ଉପରେ ନିଷ୍ପତ୍ତି ଗ୍ରହଣ କରିବାକୁ ନିର୍ଦ୍ଦେଶକୁ ଉଲ୍ଲେଖ କରିଥିଲେ ।
CJI ଟିପ୍ପଣୀ କରିଥିଲେ, ଏହା ଏକ Specific facts and circumstances କ୍ଷେତ୍ରରେ ନିର୍ଦ୍ଦେଶ ଥିଲା । ଆମେ ସମସ୍ତ ବାଚସ୍ପତିଙ୍କୁ 3 ମାସ ମଧ୍ୟରେ ନିଷ୍ପତ୍ତି ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇ ନଥିଲୁ ।
ସିଙ୍ଘଭି Perarivalan case କୁ ଉଲ୍ଲେଖ କରିଥିଲେ । ଏହି Case ରେ ରାଜୀବ ଗାନ୍ଧୀଙ୍କ ହତ୍ୟାରେ ଦୋଷୀ ସାବ୍ୟସ୍ତ ଅପରାଧୀମାନେ ଜେଲ ସମୟ କାଟି ସାରି ଥିବାରୁ ଓ ରାଜ୍ୟପାଳ remission ଆବେଦନ ଉପରେ ନିଷ୍କ୍ରିୟ ଥିବାରୁ କୋର୍ଟ ଖଲାସ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟ ରାୟ ଦେଇଥିଲେ ” they deemed have served the sentence “.
CJI ଟିପ୍ପଣୀ କରିଥିଲେ, ଏଗୁଡିକ individual matters . There could be different factual considerations .
ସିଙ୍ଘଭି ଯୁକ୍ତି ରଖିଥିଲେ ରାଜ୍ୟପାଳ ଵିଲ ଉପରେ ପଦକ୍ଷେପ ନେବାକୁ ଯେତେ ଥର ମନାକରିବେ ଓ ରାଜ୍ୟକୁ ପ୍ରତ୍ୟେକ ଥର କୋର୍ଟ ନିକଟରେ ଗୁହାରି କରିବାକୁ ପଡ଼ିବ । ଏହା କେବଳ ବିଳମ୍ବିତ ପ୍ରକ୍ରିୟା କ୍ଷେତ୍ରରେ ସଂଯୋଜନ ମାତ୍ର ।
Case to case approach ସମସ୍ୟା ସମାଧାନ କରିବ ନାହିଁ । ତେଣୁ ଅନୁଛେଦ 200 ଓ 201 କ୍ଷେତ୍ରରେ ସାଧାରଣ ଟାଇମ ଲାଇନର ଆବଶ୍ୟକତା ରହିଛି ।
ଜଷ୍ଟିସ ନାଥ ପ୍ରଶ୍ନ କରିଥିଲେ – ସମୟ ସୀମା ଯଦି ଅନୁସରଣ କରା ନଯାଏ ? ( ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ କୋର୍ଟ ଅବମାନନା ମୋକଦ୍ଦମା କରି ହେବ ନାହିଁ ) !
ଜଷ୍ଟିସ ନରସିଂମା ମଧ୍ୟ ଜଷ୍ଟିସ ନାଥ ଙ୍କ ପ୍ରଶ୍ନକୁ ସମର୍ଥନ କରି ପ୍ରଶ୍ନ କରିଥିଲେ ଯଦି ଗୋଟିଏ ପ୍ରଶାସନିକ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ନ ହେବା ଯୋଗୁଁ ଅକାମୀ ହେଇଯାଏ ( ଯଥା 144 ଧାରା,107 ଇତ୍ୟାଦି ) ସେ କ୍ଷେତ୍ରରେ କଣ କରା ଯାଇପରିବ ? ଏଥିପାଇଁ ‘as soon as possible’ flexibility ପ୍ରାବଧାନ ରହିଛି । ଏହା ସାମ୍ବିଧାନିକ ପ୍ରାବଧାନ । ଯଦି ଗୋଟିଏ ବିଷୟ କୋର୍ଟରେ ପହଞ୍ଚେ , କାରଣ ଯଥେଷ୍ଟ ସମୟ ନିଆ ଯାଇଛି, ସେତେବେଳେ ଏହା ଏକ individual lis ( ବ୍ୟକ୍ତିଗତ ମୋକଦ୍ଦମା ) ହେଇଥାଏ । ସେତେବେଳେ କୋର୍ଟ ଯେକୌଣସି କ୍ଷମତା ପ୍ରୟୋଗ କରି ପାରିବ । ଏପରି କି ଅନୁଛେଦ 142 କ୍ଷମତା । କିନ୍ତୁ ଆମେ ଯଦି ଟାଇମ ସୀମା ନିର୍ଣ୍ଣୟ କରିବୁ , ଏହା ଏକ difficult proposition ହେବ ।
ଜଷ୍ଟିସ ନରସିଂମା ଉଲ୍ଲେଖ କଲେ , ଅନୁଛେଦ 200ରେ କେବଳ ଉଲ୍ଲେଖ ରହିଛି Governor must decide as soon as possible . ଏହା ଯଥେଷ୍ଟ ନୁହେଁ କି ?
CJI ଗଭାଇ ମଧ୍ୟ ସାଧାରଣ ସମୟ ସୀମା ଉପରେ ସନ୍ଦେହ ପ୍ରକାଶ କଲେ । ବ୍ୟକ୍ତିଗତ ମୋକଦ୍ଦମା କ୍ଷେତ୍ରରେ ପକ୍ଷମାନେ ଅନୁଛେଦ 226 ମାଧ୍ୟମରେ ମଧ୍ୟ ଆବେଦନ କରି ପାରିବେ । କିନ୍ତୁ ସମୟ ସୀମା ନିର୍ଦ୍ଧାରଣ କରିବା ?
There could be different exigencies, considerations, warranting a different time line for different enactments .Providing a fixed timeline..?
ସିଙ୍ଘଭି ଅନୁପ ବରନୱାଲ ମୋକଦ୍ଦମାରେ ସମ୍ବିଧାନ ବେଞ୍ଚର ରାୟକୁ ଉଲ୍ଲେଖ କରିଥିଲେ । ଏହି ରାୟରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେଉଁ ପର୍ଯ୍ୟନ୍ତ ପାର୍ଲିଆମେଣ୍ଟ ଆଇନ କରି ନାହାନ୍ତି, ସେ ପର୍ଯ୍ୟନ୍ତ ନିର୍ବାଚନ କମିଶନ ମାନେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ମୁଖ୍ୟ ନ୍ୟାୟାଧୀଶଙ୍କ ଦ୍ଵାରା ଗଠିତ ପାନେଲ ଦ୍ୱାରା ନିଯୁକ୍ତି ହେବେ ।
ଏହି ରାୟ ସମ୍ବିଧାନ ନିର୍ବାଚନ କମିଶନ ନିଯୁକ୍ତି କ୍ଷେତ୍ରରେ ନୀରବ ଥିବା ଶୂନ୍ୟତା ପୂରଣ ପାଇଁ ଏକ ସାଧାରଣ ନିର୍ଦ୍ଦେଶନାମା ପ୍ରଦାନ କରିଥିଲେ । ବାସ୍ତବତାକୁ ଉପଲବ୍ଧି କରି ।
ସିଙ୍ଘଭି ଯୁକ୍ତି କରିଥିଲେ, ଅନୁଛେଦ 200 କ୍ଷେତ୍ରରେ କୋର୍ଟ case by case ଦୃଷ୍ଟିଭଙ୍ଗୀ ପୋଷଣ କରିବା ଉଚିତ ନୁହେଁ । ସାଧାରଣ ଟାଇମ ଲାଇନ ପାଳନ କରିବା ପାଇଁ ଅଭିପ୍ରେତ । ଯଦି ଏହାକୁ ପାଳନ ନ ହୁଏ, ତାହେଲେ ଏହାର ପରିଣତି deemed assent .
ଜଷ୍ଟିସ ନାଥ ପ୍ରଶ୍ନ କରିଥିଲେ, କୋର୍ଟ bills କୁ deemed assent ରାୟ ଦେବା ପରେ ଯଦି ଏହା କୋର୍ଟରେ ଚାଲେଞ୍ଜ ହୁଏ, ତାହେଲେ ଏଠାରେ Conflict of interest ରହିବ ନାହିଁ କି ?
ସିଙ୍ଘଭି ଉତ୍ତର ଦେଇଥିଲେ, କୋର୍ଟ deemed assent ଘୋଷଣା କଲା ବେଳେ କୋର୍ଟ Bills ଗୁଡିକର ଆଇନଗତ ବୈଧତା ( merit)ଉପରେ ବିଚାର କରୁ ନାହାନ୍ତି।
ସିଙ୍ଘଭି ନିଜର ବୟାନ ଶେଷ କରିଥିଲେ ଓ କପିଲ ଶିବଲ ତାଙ୍କର ବୟାନ ଅସମାପ୍ତ ରଖିଛନ୍ତି ।
ଆଜି କୋର୍ଟ ନିକଟରେ ମୁଖ୍ୟ ଚର୍ଚ୍ଚା ଥିଲା ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ କ୍ଷମତା ଉପରେ ନ୍ୟାୟିକ ହସ୍ତକ୍ଷେପ ପାଇଁ ଅନୁଛେଦ 142 କୁ ସୁପ୍ରିମକୋର୍ଟ ପ୍ରୟୋଗ କରି ପାରିବେ କି ।। କ୍ରମଶଃ
