ବଡ଼ ବିତର୍କ : ରାଷ୍ଟ୍ରପତି, ସଂସଦ ଓ ନିୟମ

ନୂଆଦିଲ୍ଲୀ:(ବିଜୟ  ସାହୁ)-ତାମିଲନାଡୁ ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ Reference ପ୍ରଶ୍ନକୁ ସୁପ୍ରିମ କୋର୍ଟ ରାୟରେ ସମସ୍ତ ସାମ୍ବିଧାନିକ ପ୍ରଶ୍ନର ଉତ୍ତର ଦିଆ ସରିଛି । ତେଣୁ ରାଷ୍ଟ୍ରପତିଙ୍କ Reference ଅପ୍ରୟୋଜନ ।
ସମ୍ବିଧାନର ଅନୁଛେଦ 145(3) ଅନୁଯାୟୀ 5ଜଣିଆ ସମ୍ବିଧାନ ବେଞ୍ଚର ଆବଶ୍ୟକତା ନାହିଁ । ଡିଭିଜନ କିମ୍ବା ତିନି ଜଣିଆ ବେଞ୍ଚ ସାମ୍ବିଧାନିକ ପ୍ରଶ୍ନ ଉପରେ ଅତୀତରେ ଉତ୍ତର ଦେଇ ସାରିଛନ୍ତି ।

ସୁପ୍ରିମକୋର୍ଟ ସମ୍ବିଧାନିକ ବିଶ୍ୱସ୍ତତାକୁ ବଜାୟ ରଖିବା ପାଇଁ ଟାଇମ ଲାଇନ ନିର୍ଦ୍ଧାରଣ କରିବା ଜରୁରୀ ।
ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ଷମତା ଅନୁଛେଦ 111 ଅନୁଯାୟୀ ପରିଚାଳିତ । କେବଳ କେତେକ ବିରଳ ପରିସ୍ଥିତିରେ ରାଷ୍ଟ୍ରପତି ଅନୁମୋଦନ କରିବା ନୀତି ଗ୍ରହଣ କରି ଆସିଛନ୍ତି ।  ରାଜ୍ୟପାଳଙ୍କ କ୍ଷେତ୍ରରେ ଅନୁରୂପ ପରମ୍ପରା ଅପରିହାର୍ଯ୍ୟ । ଅନୁଛେଦ111 ଓ ଅନୁଛେଦ 200ର  କାର୍ଯ୍ୟକ୍ଷେତ୍ର ଓ ସୀମା ସମାନ ।

ରାଷ୍ଟ୍ରପତିଙ୍କ Reference ମାଧ୍ୟମରେ ସୁପ୍ରିମକୋର୍ଟର ତାମିଲନାଡୁ ରାଜ୍ୟପାଳଙ୍କ  କ୍ଷେତ୍ରରେ ପୂର୍ବରୁ ପ୍ରଦାନ କରାଯାଇଥିବା ରାୟକୁ ପରୋକ୍ଷ ଅପିଲ ଭାବରେ ବ୍ୟବହାର କରା ନଯାଉ । ଅନୁଛେଦ 141 ଅନୁଯାୟୀ ସୁପ୍ରିମକୋର୍ଟର କୌଣସି ସାମ୍ବିଧାନିକ  କିମ୍ବା ବୈଧାନିକ ପ୍ରାବଧାନ ଉପରେ ରାୟ ହେଉଛି ଏକ ଘୋଷିତ ଆଇନ ।  ତେଣୁ ଏହି ଘୋଷିତ ଆଇନ ଉପରେ ଅନୁଛେଦ 143 ଅନୁଯାୟୀ presidential Reference ଗ୍ରହଣୀୟ ନୁହେଁ ।

ଶାସନର ପ୍ରତ୍ୟେକ ଅଙ୍ଗ ଉପରେ ଶାସନର ସଠିକ କାର୍ଯ୍ୟକାରିତା ନିର୍ଭର କରିଥାଏ । ” ରାଜ୍ୟପାଳ ଲୋକଙ୍କ ଅଧିକାରକୁ ସମ୍ମାନ ପ୍ରଦାନ କରିବା ଜରୁରୀ । ଯଦି ରାଜ୍ୟପାଳ ଏଥିରେ ଅବହେଳା କରନ୍ତି, ତାହେଲେ ଶାସନର ସମସ୍ତ ବ୍ୟବସ୍ଥା ଭୁଶୁଡି ଯିବ ।”

ଯଦି ସୁପ୍ରିମକୋର୍ଟ କାନୁନର ଉଚିତ ପ୍ରକ୍ରିୟାଗତ ସିଦ୍ଧାନ୍ତ ପ୍ରୟୋଗ କରି ମୌଳିକ ଅଧିକାରକୁ ସୁରକ୍ଷା ଓ ଅନ୍ୟାନ୍ୟ ଅଧିକାର ମଧ୍ୟରେ ପାରସ୍ପରିକ ସମ୍ପର୍କ ସ୍ଥାପନା କରି ପାରୁଛନ୍ତି, ତାହେଲେ ସୁପ୍ରିମକୋର୍ଟ ରାଜ୍ୟ ଵିଲଗୁଡିକ  ଉପରେ କାହିଁକି ଟାଇମ ଲାଇନ ନିର୍ଦ୍ଦିଷ୍ଟ କରି ପାରିବେ ନାହିଁ ?
ଟାଇମ ଲାଇନକୁ “reasonable ” 
ଭିତରେ ରଖି ଅସ୍ପଷ୍ଟ କରିବା ପ୍ରୟୋଜନ କଣ ? କୋର୍ଟ ଟାଇମ ଲାଇନକୁ ସ୍ପଷ୍ଟ ଉଲ୍ଲେଖ କରିବା ଜରୁରୀ – ତିନିମାସ, ଛଅ ମାସ  ।
ନିର୍ଦ୍ଦିଷ୍ଟ ଟାଇମ ଲାଇନ ଦ୍ୱାରା ସମ୍ପୂର୍ଣ୍ଣ ସ୍ପଷ୍ଟତା ଓ ନିର୍ଦିଷ୍ଟତା ଆସିଥାଏ । ଏହା ତାମିଲନାଡୁ ହେଉ ଅଥବା କର୍ଣ୍ଣାଟକ କିମ୍ବା ମେଘାଳୟ ।

ରାଜ୍ୟପାଳ ସାମ୍ବିଧାନିକ ଚାଲୁଣି ( Constitutional Filter ) ଭାବରେ କାର୍ଯ୍ୟ କରିବା ଉଚିତ ନୁହେଁ । ରାଜ୍ୟ ବିଧାନସଭାର ଅଧିକାର ରହିଛି ବିଲ ଗୃହୀତ କରିବା, ତାହା ହୁଏତ କେନ୍ଦ୍ରୀୟ ଆଇନର ପ୍ରତିକୂଳ ହେଇପାରେ । ରାଷ୍ଟ୍ରପତି ପରେ ନିଷ୍ପତ୍ତି ଗ୍ରହଣ କରି ପାରନ୍ତି ଏହା ଅନୁମୋଦନ କରିବେ କି ନାହିଁ ।
ରାଜ୍ୟ ବିଧାନସଭା ଯେତେବେଳେ ଗୋଟିଏ ଵିଲ ଗୃହୀତ କରେ ସେତେବେଳେ ଜାଣିଥାଏ ଏହା କେନ୍ଦ୍ରୀୟ ଆଇନର ପ୍ରତିକୂଳ ହେଇପାରେ, ସେତେବେଳେ ରାଜ୍ୟ  ରାଜ୍ୟପାଳଙ୍କୁ ଉପଦେଶ ଦେଇଥାଏ ଏହାକୁ ରାଷ୍ଟ୍ରପତିଙ୍କ ବିଚାର ଓ ଅନୁମୋଦନ ପାଇଁ ପଠାଯାଉ ।
ଯୁଗ୍ମ ତାଲିକାରେ ରହିଥିବା ବିଷୟ ଉପରେ ରାଜ୍ୟ ଆଇନ ପ୍ରଣୟନ କଲାବେଳେ ଯଦି ଏହା ଉପରେ ପୂର୍ବରୁ ଥିବା କେନ୍ଦ୍ରୀୟ ଆଇନର ପରିପନ୍ଥୀ ହେଉଛି, ତାହେଲେ ଏହି ଆଇନ ସଂରକ୍ଷିତ କରି ରାଷ୍ଟ୍ରପତିଙ୍କ ବିଚାର ଓ ଅନୁମୋଦନ ପାଇଁ ପଠାଯାଏ । ରାଷ୍ଟ୍ରପତି ଅନୁମୋଦନ କଲେ ଏହି ଆଇନ କାର୍ଯ୍ୟକାରୀ ହେଇଥାଏ ।
ସୁପ୍ରିମକୋର୍ଟ କେତେକ ଯୁକ୍ତି ଉପରେ ସ୍ପଷ୍ଟୀକରଣ ମାଗିଥିଲେ ଓ ବରିଷ୍ଠ ଓକିଲ ତାର ଜବାବ ବିଭିନ୍ନ ରାୟ ଓ ସମ୍ବିଧାନ ସଭାର ବିତର୍କ ଉଲ୍ଲେଖ ମାଧ୍ୟମରେ ଦେଇଥିଲେ ।

କେରଳ ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ କେ କେ ଭେନୁଗୋପଲ :

ରାଜ୍ୟପାଳଙ୍କ ନିକଟରେ 5ଟି ବିକଳ୍ପ ରହିଛି ।
1-ରାଷ୍ଟ୍ରପତିଙ୍କ ବିଚାର ପାଇଁ ବିଲକୁ
ସଂରକ୍ଷଣ,
2-ମନୀ ବିଲ ଉପରେ ପଦକ୍ଷେପ,
3-ବିଲକୁ ଅନୁମୋଦନ,
4-ବିଧାନସଭାକୁ ମତାମତ ସହ ଫେରେଇବା,
5-ଅନୁମୋଦନକୁ ସ୍ଥଗିତ ରଖିବା ।

ରାଜ୍ୟପାଳ ବିଲ ଉପରେ as soon as possible ପଦକ୍ଷେପ ନେବେ, as soon as convenient  ନୁହେଁ  ।
Presidential reference ଦ୍ଵାରା Judgement କୁ Overrule କରି ହେବ ନାହିଁ ।
ପ୍ରକୃତ ଅର୍ଥରେ ରାଜ୍ୟପାଳ ହେଉଛନ୍ତି ରାଜ୍ୟ ବିଧାନସଭା ସହ ଓତଃପ୍ରୋତ ଭାବରେ ଜଡ଼ିତ ଅଙ୍ଗ ,ରାଜ୍ୟର କଲ୍ୟାଣକାରୀ  ବିଲଗୁଡିକର ସଫଳତା ନିମନ୍ତେ ସମ ପରିମାଣରେ ଆଗ୍ରହୀ ।ରାଜ୍ୟପାଳ ଜଣେ ପ୍ରତିପକ୍ଷ ନୁହଁନ୍ତି ।
ସାମ୍ବିଧାନିକ ବ୍ୟବସ୍ଥା ଭିତରେ ରାଷ୍ଟ୍ରପତି କିମ୍ବା ରାଜ୍ୟପାଳଙ୍କ ଅନୁଛେଦ 200 ଓ 201ରେ କୌଣସି ନ୍ୟାୟିକ କ୍ଷମତା ନାହିଁ । କୋର୍ଟ କେବଳ ଆଇନଗୁଡିକର ନ୍ୟାୟିକ ତର୍ଜମା କରି ପାରିବେ ।

ଅନୁଛେଦ 213 ର ପ୍ରୋଭିଜୋ ଅନୁଯାୟୀ କେତେକ ବିଶେଷ କ୍ଷେତ୍ରରେ ଅଥବା ବିଷୟରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଅପରିହାର୍ଯ୍ୟ । ଏହି ଭଳି ବିଲଗୁଡିକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବା ଆବଶ୍ୟକତା ରହିଛି, ଅନ୍ୟଥା ନ୍ୟାୟିକ ତର୍ଜମା ବେଳେ ତିଷ୍ଟି ପାରେ ନାହିଁ । ଏଗୁଡିକ ହେଉଛି ଅନୁଛେଦ 31A,31C,254(2), 255, 288(2),304(b) କିମ୍ବା 349 .
ଏହି ସମସ୍ତ ବିଷୟରେ ମନ୍ତ୍ରୀ ପରିଷଦ ଅନୁଭବ କରିଥାନ୍ତି ଆଇନ ରେ ପରିଣତ ହେବା ପାଇଁ ରାଷ୍ଟ୍ରପତି ଙ୍କ ଅନୁମୋଦନ ଜରୁରୀ । ତେଣୁ ବିଧାନସଭାରେ ଏଭଳି ବିଲ ଗୃହୀତ ହେବା ପରେ ରାଜ୍ୟପାଳଙ୍କ ନିକଟକୁ ପଠେଇ ” to be reserved for the president ” ଉଲ୍ଲେଖ କରା ଯାଇଥାଏ । କାରଣ ଯେତେବେଳେ ଏହା ଆଇନରେ ପରିଣତ ହେବ ସେତେବେଳେ ତାହା ଆଇନସଂଗତ ଓ ପ୍ରୟୋଗଯୋଗ୍ୟ ହେଇ ପାରିବ ।

ଅନୁଛେଦ 200ର ଦ୍ଵିତୀୟ ପ୍ରୋଭିଜୋ ଅନୁଯାୟୀ ଯେଉଁଠି ହାଇକୋର୍ଟର କ୍ଷମତା ହ୍ରାସ ଅଥବା ସାମ୍ବିଧାନିକ ମର୍ଯ୍ୟାଦା କ୍ଷୁର୍ଣ୍ଣ ହେଉଛି ବୋଲି ରାଜ୍ୟପାଳ ଅନୁଭବ କରନ୍ତି ,   ସେ କ୍ଷେତ୍ରରେ ରାଷ୍ଟ୍ରପତିଙ୍କ ନିକଟକୁ ବିଲଗୁଡିକୁ ପଠେଇବା ପାଇଁ ସଂରକ୍ଷଣ କରିବା ଅପରିହାର୍ଯ୍ୟ ।

ବରିଷ୍ଠ ଓକିଲ ଗୋପାଲ ସୁବ୍ରମନୀୟମ , କର୍ଣ୍ଣାଟକ ସରକାର ଙ୍କ ପକ୍ଷରୁ ଯୁକ୍ତି –

ରାଜ୍ୟପାଳଙ୍କ ରାଜ୍ୟ ଵିଲ ଉପରେ ଭିଟୋ ପ୍ରୟୋଗ କ୍ଷମତା ଚୂଡାନ୍ତ ନୁହେଁ , ତାଙ୍କୁ ତତ୍ପରତା ସହ କାର୍ଯ୍ୟକାରୀ କରିବାକୁ ପଡ଼ିବ । ରାଜ୍ୟର ବିଲ ଉପରେ ସରକାରଙ୍କ ପକ୍ଷରୁ ରାଜ୍ୟପାଳଙ୍କ ଅଖଣ୍ଡ ଭିଟୋ କ୍ଷମତା ବ୍ୟାଖ୍ୟା ‘ antithetical to the existence and powers of state legislatures .
ମନ୍ତ୍ରୀ ସ୍ତରୀୟ ପରାମର୍ଶ ପାଇଁ ଯଦିଓ ରାଜ୍ୟପାଳ ଵିଲ ଅନୁମୋଦନ ରୋକି ଫେରସ୍ତ କରିପାରିବେ, ଏହା as soon as possible ହେବା ଜରୁରୀ । Assent should be immediate,expedient and urgent .
ଵିଲକୁ ରୋକିବା ଅର୍ଥ ଏହାକୁ ତୁରନ୍ତ ପୁନଃ ବିଚାର ପାଇଁ ରାଜ୍ୟ ବିଧାନସଭାକୁ ଫେରସ୍ତ କରିବା ଜରୁରୀ ।

ସରକାରୀ ପକ୍ଷ ଯୁକ୍ତି କରିଥିବା 1919 ଓ 1935 ଭାରତ ସରକାର ଆଇନ ଓ ବର୍ତ୍ତମାନର ଆଇନ ଏକ ନୁହେଁ । ଏହା ନୂଆ ସମ୍ବିଧାନ । ପ୍ରାକ ଉପନିବେଶିକ କାଳର ଆଇନ ବର୍ତ୍ତମାନର ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟକୁ ଟାଣିବା ଉଚିତ ନୁହେଁ ।
ସମ୍ବିଧାନର ଅନୁଛେଦ 158 ଅନୁଯାୟୀ ରାଜ୍ୟପାଳ ବିଧାନସଭା ର ସଭ୍ୟ ନୁହନ୍ତି । ରାଜ୍ୟପାଳଙ୍କ ବିଧାନସଭାରେ ଭୋଟ ଦେବା ଅଧିକାର ନାହିଁ ଓ ବିଧାନସଭା କାର୍ଯ୍ୟାବଳୀରୁ ବାହାରେ ରହିଛନ୍ତି ।

ସମ୍ବିଧାନର ଅନୁଛେଦ 74 ଓ 163 ମନ୍ତ୍ରୀପରିଷଦର aid and advice କୁ ପାଳନ କରିବା ବାଧ୍ୟତାମୂଳକ । ଏକଥା Shamsher Singh ରାୟ ରେ ଉଲ୍ଲେଖ ହେଇଛି ।
ଅନୁଛେଦ 74 ଅନୁଯାୟୀ ରାଷ୍ଟ୍ରପତି  ମନ୍ତ୍ରୀ ପରିଷଦର ପୁନଃ ବିଚାର ନିଷ୍ପତ୍ତିକୁ ସାମ୍ବିଧାନିକ ପ୍ରାବଧାନ ଅନୁଯାୟୀ ଅନୁମୋଦନ କରିବାକୁ ବାଧ୍ୟ ।
ଏପରି କି ସୁପ୍ରିମକୋର୍ଟକୁ ଅନୁଛେଦ 143 ଅନୁଯାୟୀ Reference ମଧ୍ୟ ତାଙ୍କର ଇଚ୍ଛାଧୀନ କ୍ଷମତା ପରିସର ଭିତରେ ଆସୁନାହିଁ । ଏହା ମନ୍ତ୍ରୀ ପରିଷଦର ନିଷ୍ପତ୍ତି ।
ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀଙ୍କୁ ବରଖାସ୍ତ କରିବା ଓ ଲୋକସଭାକୁ ଭଙ୍ଗ କରିବା ପ୍ରଶ୍ନ ଉଠୁନାହିଁ ।
ସମ୍ବିଧାନ ବେଞ୍ଚର Nabam Rebia ରାୟ ଅନୁଯାୟୀ ରାଜ୍ୟପାଳଙ୍କୁ ଏଭଳି କ୍ଷମତା ପ୍ରଦାନ କରାଯାଇ ପାରିବ ନାହିଁ ଯାହାକି ତାଙ୍କୁ ରାଜ୍ୟ ସରକାର ଓ ବିଧାନସଭା ଉପରେ ସ୍ଥାନିତ କରିବ ।
Allowing Governor overwhelming discretion would transform the office into an all pervading constitutional authority .
ଏଭଳି ବ୍ୟବସ୍ଥା ସମ୍ବିଧାନରେ ରଖା ଯାଇନାହିଁ ।
ରାଜ୍ୟପାଳଙ୍କ ଇଚ୍ଛାଧୀନ କ୍ଷମତା ଗୁଡ଼ିକ ସମ୍ବିଧାନରେ ସୀମିତ କରା ଯାଇଛି ଓ କିପରି ପ୍ରୟୋଗ କରିବେ ତାହା ଉଲ୍ଲେଖ ହେଇଛି ।
ସମ୍ବିଧାନର ଅନୁଛେଦ 356ରେ ରାଷ୍ଟ୍ରପତି ତାଙ୍କର ପ୍ରତିନିଧି ଭାବରେ ରାଜ୍ୟପାଳଙ୍କୁ ନିଯୁକ୍ତି କରିଥାନ୍ତି । ରାଜ୍ୟପାଳ ମନ୍ତ୍ରୀ ପରିଷଦର aid and advice ବିନା କେତେକ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କ୍ଷମତା ରହିଛି । ଉଦାହରଣ ସ୍ୱରୂପ CrPc ର ଧାରା 197 ଯେଉଁଠି ରାଜ୍ୟପାଳଙ୍କ ଅନୁମୋଦନ ଦରକାର ହେଇଥାଏ । 74ତମ ସମ୍ବିଧାନ ସଂଶୋଧନ ପରେ ସମ୍ବିଧାନର ଅନୁଛେଦ 74(1) ରେ ଯେଉଁ ପ୍ରୋଭିଜୋ ଯୋଡ଼ାଗଲା ସେଥିରେ ମନ୍ତ୍ରୀ ପରିଷଦର aid and advice କୁ ସ୍ପଷ୍ଟ କରାଯାଇଛି ।
ରାଜ୍ୟପାଳଙ୍କୁ ଯଦି ସମସ୍ତ ଦାୟିତ୍ୱ କ୍ଷେତ୍ରରେ ଇଚ୍ଛାଧୀନ କ୍ଷମତା ପ୍ରଦାନ କରାଯିବ, ତାହେଲେ ଜାତୀୟ ନିର୍ବାଚନଗୁଡ଼ିକ ନିରର୍ଥକ ଓ ଅର୍ଥ ଅପବ୍ୟୟର ଏକ ପ୍ରହସନ ହେଇଯିବ । ଏକ ଦ୍ଵି କ୍ଷମତା କେନ୍ଦ୍ର ସୃଷ୍ଟି କରିବ ଓ ସରକାର ଏବଂ ରାଜ୍ୟପାଳ ସମାନ୍ତରାଳ କ୍ଷମତା ପ୍ରୟୋଗ କରିବେ ।

ସାମ୍ବିଧାନିକ ଵିଧିବ୍ୟବସ୍ଥାରେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଦାୟିତ୍ୱ ଓ ସରକାରଙ୍କ କାର୍ଯ୍ୟ ମନ୍ତ୍ରୀପରିଷଦର ଅଧୀନସ୍ଥ । ଏହା Head of the state ଙ୍କର ନୁହେଁ ।
ସଂସଦୀୟ ଗଣତନ୍ତ୍ରରେ ଆଇନ ପ୍ରଣୟନ ସଂସ୍ଥା ହେଉଛନ୍ତି ପ୍ରକୃତ କ୍ଷମତାର ଅଧିକାରୀ , ଯେହେତୁ ସେମାନେ ଜନତାଙ୍କ ପ୍ରତିନିଧି ଭାବରେ କାର୍ଯ୍ୟ କରନ୍ତି ।
ରାଷ୍ଟ୍ରପତି ଓ ରାଜ୍ୟପାଳ ହେଉଛନ୍ତି ଆଳଙ୍କାରିକ ମୁଖ୍ୟ, ସେମାନେ ମନ୍ତ୍ରୀ ପରିଷଦର aid and advice ନିକଟରେ ପ୍ରତିବଦ୍ଧ । ଭାରତରେ ଏହା ହିଁ ସରକାର ପରିଚାଳନାର ମୌଳିକ ବିଚାର ଓ ସୁପ୍ରିମ କୋର୍ଟ ଏହାକୁ ସହମତି ପ୍ରଦାନ କରିଛନ୍ତି ।।

Leave a Reply

Your email address will not be published. Required fields are marked *