ସମାନତା – ସାମାଜିକ ନ୍ୟାୟର ପ୍ରତୀକ ଭାରତରତ୍ନ କର୍ପୁରୀ ଠାକୁର ଓ ତାଙ୍କ ନାତୁଣୀ ଜାଗୃତୀଙ୍କର କାହାଣୀ
ପାଟନା : (ଅବିନାଶ ମହାପାତ୍ର)-ବିହାର ରାଜନୀତିରେ ଅନେକ କଥା ଓ କାହାଣୀ ରହିଛି। ଭାରତର ରାଷ୍ଟ୍ରୀୟ ରାଜନୀତିକୁ ଏହା ସବୁବେଳେ ପ୍ରଭାବିତ କରିଛି। ୟୁପି ଓ ବିହାର ଦୁଇଟି ପ୍ରମୁଖ ରାଜ୍ୟ ଭାବେ ୧୨୦ରୁ ଅଧିକ ସାଂସଦଙ୍କୁ ଦିଲ୍ଲୀକୁ ପଠାଉଥିବାରୁ ଏଠାକାର ସ୍ଥାନୀୟ ସମସ୍ୟା ମଧ୍ୟ ଜାତୀୟ ସମସ୍ୟାଭାବେ ଚର୍ଚ୍ଚା ହୁଏ। ଏଥରର OBC ଜାତି ଜନଗଣନା ହେଉ କିମ୍ବା SIR ବିବାଦ। ପୂର୍ବରୁ ୟୁପିଏ ସରକାର ସମୟରେ ଲାଲୁ ଯାଦବଙ୍କ ସମର୍ଥନ ପାଇଁ ଯେମିତି ସରକାର ବଞ୍ଚିଥିଲା ଓ ତାଙ୍କୁ କେନ୍ଦ୍ରରୁ ସବୁ ପ୍ରକାରର ସମର୍ଥନ ମିଳୁଥିଲା ଏବେ ଠିକ୍ ସେମିତି ନୀତିଶ କୁମାରଙ୍କ ୧୨ ସାଂସଦ ପାଇଁ କେନ୍ଦ୍ରର ବିଜେପି ସରକାର ତାଙ୍କୁ ବିହାରରେ ସମର୍ଥନ କରି ମୁଖ୍ୟମନ୍ତ୍ରୀ କରାଇଛନ୍ତି। ନହେଲେ ବିଜେପିର ସର୍ବାଧିକ ସଦସ୍ୟ ଥିବା ସତ୍ବେ ନୀତୀଶ ହିଁ ବିହାରର ରାଜା।
ତେବେ ଆଜି କଥାହେବା ବିହାରର ଇତିହାସ ଓ ବର୍ତ୍ତମାନର ଏକ ସଂଯୋଗକୁ ନେଇ। ବିହାରର ବିପ୍ଳବୀ ନେତା, ଜନନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ, ସାମାଜିକ ଆନ୍ଦୋଳନର ଅନ୍ୟତମ ପୁରୋଧା ତଥା ଭାରତରତ୍ନ କର୍ପୁରୀ ଠାକୁର ଓ ତାଙ୍କ ନାତୁଣି ତଥା ଏଥର ଜନ ସୁରାଜ ପାର୍ଟିରୁ ବିଧାୟିକା ପ୍ରାର୍ଥୀ ହୋଇଥିବା ଜାଗୃତି ଠାକୁରଙ୍କୁ ନେଇ। ଠାକୁର ପରିବାରର ତୃତୀୟ ପୀଢ଼ି ରାଜନୀତିକୁ ଆସିଛନ୍ତି। ବିହାରର ରାଜନୈତିକ ଇତିହାସରେ କର୍ପୁରୀ ଠାକୁର ଏକ ଅମର ନାଁ। ୧୯୨୪ ମସିହା ଜାନୁଆରୀ ୨୪ ତାରିଖରେ ସାମସ୍ତିପୁର ଜିଲ୍ଲାର ପିତା ମହୁଆ ଗାଁରେ ତାଙ୍କର ଜନ୍ମ। ନାନା ନାମରେ ପରିଚିତ ଏହି ନେତାଙ୍କୁ ‘ଜନନାୟକ’ କୁହାଯାଏ। ନାନାଙ୍କ ପରିବାର ନଈ-ନାଇ ସମ୍ପ୍ରଦାୟରୁ ଥିଲେ, ଯାହା ସେମାନଙ୍କୁ ସାମାଜିକ ନ୍ୟାୟର ପଥରେ ଚାଲିବାକୁ ପ୍ରେରଣା ଦେଇଥିଲା।କର୍ପୁରୀଙ୍କ ରାଜନୈତିକ ଜୀବନ ସ୍ୱାଧୀନତା ସଂଗ୍ରାମରୁ ଆରମ୍ଭ ହୋଇଥିଲା। ଭାରତୀୟ କମ୍ୟୁନିଷ୍ଟ୍ ପାର୍ଟି ବା ସିପିଆଇ ଯୋଗଦାନ କରି ସେ ଆଦିବାସୀ ଓ ଦଳିତ ସମ୍ପ୍ରଦାୟର ଅଧିକାର ପାଇଁ ଲଢ଼େଇ ଆରମ୍ଭ କରିଥିଲେ । ୧୯୫୨ରେ ବିଧାନସଭା ନିର୍ବାଚନରେ ନିର୍ବାଚିତ ହୋଇ, ସେ ବିଭିନ୍ନ ମନ୍ତ୍ରୀମଣ୍ଡଳରେ କାର୍ଯ୍ୟ କରିଥିଲେ। କିନ୍ତୁ ତାଙ୍କର ବାସ୍ତବ ପରିଚୟ ଆସିଲା ୧୯୭୦ରେ, ଯେତେବେଳେ ସେ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଦୁଇ ଥର କାର୍ଯ୍ୟଭାର ଗ୍ରହଣ କଲେ। ୧୯୭୦ରୁ ୧୯୭୧ ଓ ୧୯୭୭ରୁ ୧୯୭୯ ଯାଏଁ ୨ ଥର ଥିଲେ ମୁଖ୍ୟମନ୍ତ୍ରୀ।
କର୍ପୁରୀଙ୍କର ସରକାରୀ ନୀତିଗୁଡ଼ିକ ସାମାଜିକ ବିପ୍ଲବର ପ୍ରତୀକ ଥିଲା। ୧୯୭୮ରେ ସେ ବିହାରରେ ୨୬% ସଂଯୋଜନ କୋଟା ପ୍ରଣୟନ କରିଥିଲେ, ଯାହା ଅନ୍ୟଜାତି, ପୃଷ୍ଠଭୂମି ଓ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । । ଏହା ମାନ୍ଦଳ ଆନ୍ଦୋଳନର ପୂର୍ବଦୂର୍ଗା ଥିଲା, ଯାହା ଦଳିତ-ପଛୁଆ ସମାଜକୁ ସଶକ୍ତ କରିଥିଲା। ସେ କୃଷି ଓ ଗ୍ରାମୀଣ ବିକାଶକୁ ପ୍ରାଧାନ୍ୟ ଦେଇ, ଗରିବଙ୍କ ପାଇଁ ମାଗଣା-ମଜୁରୀ ନିଯୁକ୍ତି ଯୋଜନା ଚାଲୁ କରିଥିଲେ। ଏହି ନୀତିଗୁଡ଼ିକ ବିହାରର ରାଜନୈତିକ ମାନଚିତ୍ର ବଦଳାଇ ଦେଇଥିଲା। କିନ୍ତୁ କର୍ପୁରୀଙ୍କ ଜୀବନ ସଂଘର୍ଷର କାହାଣି ସେଇଠି ସରିନଥିଲା । ଉଚ୍ଚବର୍ଗୀୟ ବିରୋଧୀଙ୍କ କାରଣରୁ ତାଙ୍କର ସରକାର ବାରମ୍ବାର ପତନ ହେଲା । ବିହାରର ବହୁ ନେତା ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ। ଖୋଦ୍ ଜେପିଙ୍କୁ ମଧ୍ୟ ଖୁବ୍ ପ୍ରଭାବିତ କରିଥିଲେ। ଲାଲୁ ଓ ନୀତିଶ ମଧ୍ୟ ତାଙ୍କ ପଦାଙ୍କ ଅନୁସରଣ କରିଛନ୍ତି। କର୍ପୁରୀ ଠାକୁର ଥିଲେ ବିହାରର ଗାନ୍ଧି। ୧୯୮୮ ଫେବୃଆରୀରେ ତାଙ୍କର ଅକାଳ ମୃତ୍ୟୁ ବିହାରକୁ ଶୋକାକୁଳ କରିଦେଇଥିଲା। ଆଜି ମଧ୍ୟ ତାଙ୍କ ଆଦର୍ଶ ଜାତୀୟ ଜନତା ଦଳ ବା ଆରଜେଡିର ଆଦର୍ଶ। କର୍ପୁରୀ ଠାକୁର କେବଳ ଏକ ରାଜନେତା ନୁହେଁ, ସେ ସାମାଜିକ ନ୍ୟାୟର ପ୍ରତୀକ ଥିଲେ । ସେମାନଙ୍କର ସ୍ମୃତିରେ ବିହାରରେ ପ୍ରତ୍ୟେକ ବର୍ଷ ଉତ୍ସବ ପାଳନ କରାଯାଏ। ଏକ ଗରିବ ରାଜ୍ୟରେ ସମାନତାର ସ୍ୱପ୍ନ ଦେଖାଇଥିଲେ ସେ, ଯାହା ଆଜି ମଧ୍ୟ ପ୍ରେରଣାଦାୟୀ ହୋଇ ରହିଛି।
ଏଥର ନିର୍ବାଚନରେ କର୍ପୁରୀ ଠାକୁରଙ୍କ ନାଁ ପୁଣିଥରେ ଚର୍ଚ୍ଚାକୁ ଆସିଛି। ୧୯୮୮ ପରେ ୨୦୨୫ରେ ତାଙ୍କ ନିଜ ନାତୁଣି ରାଜନୀତିର ମଇଦାନକୁ ଓହ୍ଲାଇଛନ୍ତି। କର୍ପୁରୀ ଠାକୁରଙ୍କ ନାତୁଣୀ ଜାଗୃତି ଠାକୁର ଜନ ସୁରାଜ ପାର୍ଟିରେ ୨୦୨୩ରେ ଯୋଗ ଦିଅନ୍ତି। ପ୍ରଶାନ୍ତ କିଶୋରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ପାର୍ଟି ଟିକେଟରେ ଏଥର ସମସ୍ତିପୁର ଜିଲ୍ଲାର ମୋରୱା ଆସନରୁ ନିର୍ବାଚନ ଲଢୁଛନ୍ତି। କର୍ପୁରୀ ଠାକୁରଙ୍କ ସାନପୁଅ ବୀରେନ୍ଦ୍ରନାଥ ଠାକୁରଙ୍କ ଝିଅ ହେଉଛନ୍ତି ଡ଼. ଜାଗୃତି ଠାକୁର।
ଜୁଲାଇ ୨୦୨୫ରେ ସେ ଚର୍ଚ୍ଚାକୁ ଆସିଲେ ଯେତେବେଳେ ପିକେଙ୍କ ସହ ଏକ ରାଲିରେ ତାଙ୍କର ଫଟୋ ଗଣମାଧ୍ୟମକୁ ଆସିଲା। ଏହାପରେ ସିଧା ୯ ଅକ୍ଟୋବରରେ ତାଙ୍କର ସାକ୍ଷାତକାର ଆସିଲା। ପ୍ରାର୍ଥୀ ହେଲେ। ତାଙ୍କର ବଡ଼ ଦାଦା ତଥା କର୍ପୁରୀ ଠାକୁରଙ୍କ ବଡ଼ ପୁଅ ରାମନାଥ ଠାକୁର ପୂର୍ବରୁ କେନ୍ଦ୍ରରେ ମନ୍ତ୍ରୀ ହୋଇଥିବା ବେଳେ ଏବେ ରାଜ୍ୟସଭା ସାଂସଦ ଅଛନ୍ତି। ତେଣୁ ଜାଗୃତିଙ୍କ ପରିବାର ରାଜନୈତିକ ପରିବାର ହୋଇଥିବାରୁ ତାଙ୍କର ରାଜନୀତିରେ ପ୍ରବେଶକୁ ସମସ୍ତେ ପ୍ରୋତ୍ସାହିତ କରୁଛନ୍ତି। ଆଉ ଏଥର ସେ ଯଦି, ବିଜୟୀ ହେଲେ ତେବେ ଠାକୁର ପରିବାରର ତୃତୀୟ ପୀଢ଼ି ବିହାର ରାଜନୀତିରେ ପାଦ ଥାପିବ।
୨୦୨୪ରେ କର୍ପୁରୀ ଠାକୁରଙ୍କ ମରୋଣୋ଼ତ୍ତର ଭାବେ ଭାରତରତ୍ନ ପ୍ରଦାନ କରାଯାଇଥିଲା। ରାଜନୀତିକୁ ଯେଉଁମାନେ ଦଣ୍ଡେ ଅଧେ, ଦିନେ କାଳେ ଓ ପାର୍ଟ ଟାଇମ୍ ବେପାର ଭାବୁଛନ୍ତି ସେମାନଙ୍କ ପାଇଁ ବିହାରର ଠାକୁର ପରିବାର ଏକ ଉଦାହାରଣ। ସାମାଜିକ ନ୍ୟାୟର ପ୍ରତୀକ ହେବା ପାଇଁ କେବଳ ସାଧନା ନୁହେଁ ବରଂ ସମର୍ପଣ ମଧ୍ୟ ଦରକାର।.. #BiharPolitics #KarpuriThakur #jagratithakur #election2025
