କାହା କଥା ହେବ ସତ …
ଭୁବନେଶ୍ୱର; ନିର୍ବାଚନ ପାଇଁ ଓଡିଶାରେ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇନାହିଁ କି ଲୋକେ ମଧ୍ୟ ଦେଇନାହାଁନ୍ତି କିନ୍ତି ରାଜ୍ୟର ପ୍ରମୁଖ ୨ ଦଳଙ୍କ ପକ୍ଷରୁ ସରକାର ଗଠନ ଲାଗି ଶପଥ ଗ୍ରହଣ ଉତ୍ସବ କେବେ ହେବ ତାହାର ଘୋଷଣା ସରିଲାଣି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁର ଓ ନବରଙ୍ଗପୁରରେ ଅନୁଷ୍ଠିତ ଦୁଇଟି ନିର୍ବାଚନୀ ସଭାରେ ଭାଷଣ ଦେଇ ଏଥର ଓଡିଶାରେ ନିଶ୍ଚିତ ବିଜେପି ସରକାର ଗଢିବ ଏବଂ ଓଡିଶା ମାଟିର ପୁଅ କିମ୍ବା ଝିଅ ଜଣେ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିବା ସହିତ ଜୁନ୍ ୮ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ଓ ୧୦ତାରିଖରେ ନୂଆ ବିଜେପି ସରକାର ଭୁବନେଶ୍ୱରରେ ଶପଥ ଗ୍ରହଣ କରିବ ବୋଲି ଘୋଷଣା କରିଛନ୍ତି । ସେହପରି ଅନ୍ୟପକ୍ଷରେ ଭବାନୀପଟଣାଠାରେ ଜନସଭାକୁ ସମ୍ଭୋଧିତ କରିବା ସମୟରେ ଏହି କଥାକୁ କଟାକ୍ଷ କରିଛନ୍ତି ବିଜେଡ଼ି ସୁପ୍ରିମ ନବୀନ ପଟ୍ଟନାୟକ । ସେ କହିଛନ୍ତି ରାଜ୍ୟରେ ବିଜେପି ସରକାର ଗଠନ କରିବା ନେଇ ଦିନରେ ସ୍ବପ୍ନ ଦେଖୁଛି । ସେହିପରି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଜୁନ ୯ ତାରିଖରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନବୀନ ପଟ୍ଟନାୟକ । ଏପର୍ଯନ୍ତ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ହୋଇନଥିବା ବେଳେ ବିଜେପି ଓ ବିଜେଡିର ମୁଖ୍ୟମନ୍ତ୍ରୀ ଶପଥ ତାରିଖ ଘୋଷଣା କେତେ ଯଥାର୍ଥ ତାହା ଦେଖିବାର ରହିଲା । ଆଉ ମୋଦୀ ଓ ପାଣ୍ଡାଆନଙ୍କ ଭିତରୁ କିଏ ସତ କହୁଛି ତାର ମଧ୍ୟ ପ୍ରମାଣ ଓଡ଼ିଶାବାସୀଙ୍କୁ ମିଳିବାକୁ ଯାଉଛି ।