କିଏ ଏହି ଖେଳାଳି ଯିଏ କୁମ୍ବଲେ ଓ ହରଭଜନଙ୍କୁ ପଛରେ ପକାଇଲେ ?
ଭାରତ – ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ମ୍ୟାଚର ପ୍ରଥମ ଦିନରେ ଭାରତ ଶକ୍ତି ପ୍ରଦର୍ଶନ କରିଛି । ଘରୋଇ ୱେଷ୍ଟଇଣ୍ଡିଜ୍ ଦଳକୁ ୧୫୦ ରନ୍ ରେ ରୋକିବା ସହ ପ୍ରଥମ ପାଳିରେ କୌଣଷି ୱିକେଟ୍ ନହରାଇ ୮୦ ରନ୍ ସଂଗ୍ରହ କରିଛି । ସେହିପରି ଏହି ମ୍ୟାଚ୍ ରେ ଅନେକ ରେକର୍ଡ ଭାଙ୍ଗିବାର ମଧ୍ୟ ଦେଖାଦେଇଛି । ଭାରତର ଭେଟେରାନ୍ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ ଏକ ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି ।
ପ୍ରଥମ ଘଣ୍ଟାରେ ଅଶ୍ୱିନ ପ୍ରଥମ ୱିକେଟ୍ ନେଇ ଦୁଇଟି ବଡ଼ ରେକର୍ଡ ତିଆରି କରିଛନ୍ତି । ଅଲଜାରି ଜୋସେଫଙ୍କୁ ଆଉଟ୍ କରିବା ପରେ ରବିଚନ୍ଦ୍ରନ ଅଶ୍ୱିନ ତାଙ୍କର ୭୦୦ ଅନ୍ତର୍ଜାତୀୟ ୱିକେଟ୍ ନେବାରେ ଭାରତ ପାଇଁ ତୃତୀୟ ବୋଲର ଭାବେ ଏହି କ୍ଲବରେ ସାମିଲ ହୋଇଛନ୍ତି । ଏଥିସହିତ, ସେ ଏହା କରିବାରେ ଦୁନିଆର ୧୬ ତମ ଖେଳାଳି ଅଟନ୍ତି ।
ଅଶ୍ୱିନଙ୍କ ପୂର୍ବରୁ ହରଭଜନ ସିଂ ଏବଂ ଅନିଲ୍ କୁମଲେ ଏହି ରେକର୍ଡ ସୃଷ୍ଠି କରିବାରେ ସଫଳ ହୋଇଥିଲେ । ଅନ୍ୟପକ୍ଷରେ ଅଶ୍ବନୀ ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି । ସେ ଭାରତ ପାଇଁ ଟେଷ୍ଟ କ୍ରିକେଟରେ ୯୫ ତମ ବୋଲ୍ଡ କରି ଅନୀଲ କୁମ୍ବଲେଙ୍କୁ ପଛରେ ପକାଇଛନ୍ତି । ତେଗନାରାୟଣ ଚାନ୍ଦପାଲଙ୍କ ୱିକେଟ୍ ନେବାସହ ସେ ପ୍ରଥମ ଭାରତୀୟ ବୋଲର ହୋଇ ଟେଷ୍ଟ କ୍ରିକେଟ୍ ରେ ଉଭୟ ପିତା ( ଶିବ ନାରାୟଣ ଚନ୍ଦ୍ରପାଲ) ଏବଂ ପୁଅଙ୍କ ୱିକେଟ୍ ନେଇଛନ୍ତି । ଲାଲ ବଲ କ୍ରିକେଟରେ ଭାରତ ପାଇଁ ରବିଚନ୍ଦ୍ରନ ଅଶ୍ୱିନଙ୍କ ନାମରେ ଦ୍ୱିତୀୟ ସର୍ବାଧିକ ୱିକେଟ୍ ର ରେକର୍ଡ ରହିଛି ।