ବଦଳିବେ କି ଦିଲ୍ଲୀ ମୁଖ୍ୟମନ୍ତ୍ରୀ…..ନୂଆ ମୁଖ୍ୟମନ୍ତ୍ରୀ କିଏ ?

ନୂଆଦିଲ୍ଲୀ : ଗୁରୁବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ କେନ୍ଦ୍ରୀୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା ପାଇଁ ଡାକିଛି।  କିଛି ଘଣ୍ଟାର ଜେରା ପରେ ତାଙ୍କୁ ଗିରଫ କରାଯିବାର ଯୋଜନା କରାଯାଉଥିବା ଆଶଙ୍କା ପ୍ରକାଶ ପାଇଛି। ପୂର୍ବରୁ ସତ୍ୟେନ୍ଦ୍ର ଜୈନ, ମନୀଷ ସିସୋଦିଆ, ସଞ୍ଜୟ ସିଂ ଜେରା ହେବା ସହ ହାଜତକୁ ଯାଇ ସାରିଛନ୍ତି। ଅରିବନ୍ଦଙ୍କ ଗିରଫଦାରୀ ନେଇ ଗତକାଲି ଆପ୍ ନେତ୍ରୀ ଆତିଶ୍ ଏବଂ ବୁଧବାର ରାଜ୍ୟସଭା ଏମପି ରାଘବ ଚଢା ଆଶଙ୍କା ପ୍ରକାଶ କରିଛନ୍ତି। ଯଦି ଅରବିନ୍ଦ କେଜ୍ରଓ୍ୱାଲଙ୍କୁ ଗିରଫ କରାଯାଏ, ତେବେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ  ପଡିପାରେ। ଏପରି ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଏକ ନୂଆ ଚେହେରା ପାଇବ। ତେବେବ ଏକାଧିକ ନେତା ଏହି ଦୌଡ଼ରେ ରହିଥିଲେ ବି ବର୍ତ୍ତମାନର ଶିକ୍ଷା ମନ୍ତ୍ରୀ ଆତିଶ୍ ମାର୍ଲୋନାଙ୍କ ନାଁ ସର୍ବାଧିକ ଚର୍ଚ୍ଚାରେ ରହିଛି।

Leave a Reply

Your email address will not be published. Required fields are marked *