ଆୟାରଲ୍ୟାଣ୍ଡ ସିରିଜ ପାଇଁ କିଏ ହେବ ଅଧିନାୟକ ଜାଣନ୍ତୁ …..

ଭାରତ ଓ ଆୟରଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା ସିରିଜକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏହି ସିରିଜରେ ଭାରତର ବର୍ତ୍ତମାନର ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟା ଏବଂ ଶୁଭମନ ଗିଲଙ୍କୁ ବିଶ୍ରାମ ଦିଆଯାଇପାରେ । ଆଗକୁ ଏସିଆ କପ୍ ଓ ବିଶ୍ବକପ୍ ଆସୁଥିବାରୁ ଏହି ଦୁଇ ପ୍ରତିଭାବାନ ଖେଳାଳିଙ୍କୁ ବିଶ୍ରାମ ଦେଇପାରେ ବିସିସିଆଇ । ଯଦି ଏମିତି କିଛି ପଦକ୍ଷେପ ବିସିସିଆଇ ନେଉଛି, ତେବେ ପୂର୍ବରୁ ସ୍ଥିରୀକୃତ ହୋଇଥିବା ସିରିଜଗୁଡିକରେ ଭାରତୀୟ ଦଳର ଅଧିନାୟକ କାହାକୁ କରାଯିବ । ଆୟରଲ୍ୟାଣ୍ଡ ବିପକ୍ଷରେ ଦଳ ତିନୋଟି ଟି- ୨୦ ମ୍ୟାଚ ଖେଳିବ । ସିରିଜର ପ୍ରଥମ ମ୍ୟାଚ୍ ୧୮ ଅଗଷ୍ଟରେ ହେବାକୁ ଥିବା ବେଳେ ଦ୍ବିତୀୟଟି ୨୦ ତାରିଥରେ ଏବଂ ଅନ୍ତିମ ମ୍ୟାଚ୍ ୨୩ ତାରିଖରେ ଆୟାରଲ୍ୟାଣ୍ଡରେ ଖେଳାଯିବ । ତେବେ ପାଣ୍ଡ୍ୟା ଏବଂ ଗିଲଙ୍କ ବିଶ୍ରାମକୁ ନେଇ ଏପର୍ଯ୍ୟନ୍ତ ବିସିସିଆଇ କୌଣସି ନିଷ୍ପତ୍ତି ନେଇ ନାହିଁ । ପୂର୍ବରୁ ଏସୀୟାନ ଗେମ୍ସ ପାଇଁ ଋତୁରାଜ ଗାଏକ୍ବାଡଙ୍କୁ ନୂତନ ଦଳର ଅଧିନାୟକ କରାଯାଇଛି । ହୋଇପାରେ ତାଙ୍କୁ ଏହି ଦଳର ମଙ୍ଗୁଆଳି କରିପାରେ ବିସିସିଆଇ । ସୂଚନାଯୋଗ୍ୟ, ଜସପ୍ରିୀତ ବୁମରା ଆହତ ପରେ ଏହି ସିରିଜରେ ନଜର ଆସିପାରନ୍ତି । ଯଦି ସେ ଏହି ସିରିଜରେ ଖେଳିବେ ତେବେ ବିସିସିଆଇ ତାଙ୍କୁ ଦଳର ଅଧିନାୟକ କରିବା ପାଇଁ ଚିନ୍ତା କରିପାରେ । ଏହି ସିରିଜ ପାଇଁ ଆଉ ଏକ ଖେଳାଳି ଯିଏ ହୋଇପାରନ୍ତି ଅଧିନାୟକ । ରାଜସ୍ଥାନ ରୟାଲ୍ସ ପାଇଁ ଅଧିନାୟକ କରୁଥିବା ୱିକେଟ୍ କିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ଭାରତୀୟ କ୍ରିକେଟ୍ ପରିଷଦ ଏହି କ୍ୟାପଟେନ୍ ରେସରେ ରଖିପାରେ । କାରଣ ପୂର୍ବ ଆଇପିଏଲ ସିଜିନରେ ସେ ରାଜସ୍ଥାନକୁ ଫାଇନାଲ ଯାଏ ନେଇଥିଲେ । ଦେଖିବାର କଥା ରହିଲା ଯେ ବିସିସିଆଇ ଏହି ତିନି ଜଣଙ୍କ ଭିତରୁ କାହାକୁ ଅଧିନାୟକ ବାଛିବ ।

Leave a Reply

Your email address will not be published. Required fields are marked *