ପାଞ୍ଚ ଜଣ ଏମିତି ଅବସର ପ୍ରାପ୍ତ ଖେଳାଳି ଯିଏ ଇଂଲଣ୍ଡର କୋଚ୍ ମ୍ୟାଥୁ ମଟଙ୍କ ସ୍ଥାନ ନେଇପାରନ୍ତି ।

ଚଳିତ ବିଶ୍ବକପରେ ଇଂଲଣ୍ଡର ନୈରାଷ ଜନକ ପ୍ରଦର୍ଶନ ପାଇଁ ଟିମ୍ ମ୍ୟାନେଜମେଣ୍ଟ ଦଳର କୋଚଙ୍କୁ ବାହାର କରିପାରେ । ପୂର୍ବ ଥରର ବିଶ୍ବବିଜେତା ଏଥର ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ପରି ଦେଶଠୁ ପରାଜୟ ବରଣ କରି ବିଶ୍ବକପରୁ ବାଦ୍ ପଡିଛି । ସେହିପରି ଇଂଲଣ୍ଡ ଦଳ ପାକିସ୍ତାନରେ ହେବାକୁ ଥିବା ଚମ୍ପିୟାନ ଟ୍ରଫିରୁ ମଧ୍ୟ ବାଦ୍ ପଡିଛି । ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଲାକି ଇଂଲଣ୍ଡର କୋଚ୍ ଜାଣିନଥିଲେ ଯେ ଚମ୍ପିୟାନ ଟ୍ରଫି ପାଇଁ ବିଶ୍ବକପରେ ଯୋଗ୍ୟତା ହାସଲ କରିବାକୁ ପଡିବ । ତେବେ ଏପରି କ୍ଷତ୍ରରେ ଇସିବି ମ୍ୟାଟଙ୍କ ସ୍ଥାନରେ ଏହି ପାଞ୍ଚଜଣ ପୂର୍ବତନ ଖେଳାଳିଙ୍କୁ କୋଚ ହିସାବରେ ନିଯୁକ୍ତ କରିବାର ଆବଶ୍ୟକ ରହିଛି ।

ରବି ଶାସ୍ତ୍ରୀ – ରବି ଶାସ୍ତ୍ରୀ ଇଂଲଣ୍ଡ କ୍ରିକେଟକୁ ଭଲ ଭାବରେ ବୁଝନ୍ତି ।  ତାଙ୍କର ଆଗରୁ ପ୍ରଶିକ୍ଷକ ଭାବେ କାମ କରି ଦଳ ଭିତରେ ନିର୍ଭିକ ମାନଷିକତା ସୃଷ୍ଟି କରିବାରେ ତାଙ୍କର ଅଭିଞ୍ଜତା ରହିଛି । ତେବେ ଇଂଲଣ୍ଡ ରବିଙ୍କୁ ଏହି କଯ୍ୟରେ ନିୟୋଜିତ କରିବା ପାଇଁ ଚିନ୍ତା କରିପାରେ ।

ଆଶିସ୍ ନେହେରା – ଆଶିସ ନେହେରା ଆଇପିଏଲରେ ଗୁଜୁରାଟ ଟାଇଟନ୍ସ ପାଇଁ କୋଚ ହିସାବରେ ଅଦ୍ଭୁତ କାମକରି ଦେଖାଇ ସାରିଛନ୍ତି । ତେବେ ଏପରି ସ୍ଥିତିରେ ଇଂଲଣ୍ଡ ତାଙ୍କୁ ପ୍ରଶିକ୍ଷକ ଭାବରେ ରଖିପାରେ ।

ମାଇକେଲ ଭନ୍ – ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ୍ ଇଂଲଣ୍ଡ କ୍ରିକେଟ ପ୍ରତି ସବୁବେଳେ ନିଜର ମତ ରଖିଥାନ୍ତି । ବୋଧହୁଏ ସେ ଏହି ପଦବୀ ପାଇଁ ଆବେଦନ କରି ଇଲଣ୍ଡର ଦିନିକିଆ ଦଳକୁ ରକ୍ଷା କରିପାରନ୍ତି ।

ଇୟନ ମର୍ଗାନ୍ –  ଇଂଲଣ୍ଡର ପୂର୍ବତନ ଅଧିନାୟକ ଇଂଲଣ୍ଡର ପୂର୍ବତନ ଅଧିନାୟକ ଇଅନ ମୋର୍ଗାନଙ୍କ ନେତୃତ୍ୱରେ ଦେଶ ୨୦୧୯ରେ ଐତିହାସିକ ବିଶ୍ୱକପ୍ ବିଜୟ ହାସଲ କରିଥିଲା । ତେବେ ତାଙ୍କୁ କୋଚ୍ ଭାବେ ନିଯୁକ୍ତ କଲେ ଇଂଲଣ୍ଡର ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଶା କରାଯାଉଛି ।

ମିସବା-ଉଲ୍-ହକ୍ – ପାକିସ୍ତାନର ପୂର୍ବତନ ଅଧିନାୟକ ମିସ୍ବା-ଉଲ୍-ହକ୍ ଙ୍କ ପାଖରେ କୋଚ୍ ଭାବେ କାମ କରିବାର ଅନେକ ଅଭିଜ୍ଞତା ରହିଛି। ଯଦି ଇଂଲଣ୍ଡ କ୍ରିକେଟ୍ ବୋର୍ଡ (ଇସିବି) ବକ୍ସ ବାହାରେ ଚିନ୍ତା କରିବାକୁ ଚାହୁଁଛି, ତେବେ ସେମାନେ ମିସ୍ବାଙ୍କୁ ଦିନିକିଆରେ ନୂଆ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରିବାକୁ ଚିନ୍ତା କରିପାରନ୍ତି।

Leave a Reply

Your email address will not be published. Required fields are marked *