ODI WORLD CUP 2023 ; କିଏ ଭାଙ୍ଗିବ ସଚିନଙ୍କ ୬୭୩ ରନର ରେକର୍ଡ ଜାଣନ୍ତୁ…

ଆଉ ମାତ୍ର କିଛି ଦିନର ଅପେକ୍ଷା ପରେ ଆରମ୍ଭ ହେବ ବିଶ୍ବ କ୍ରିକେଟର ଲଢେଇ । ବିଶ୍ବର ସର୍ବୋତ୍ତମ ୧୦ଟି ଦେଶ ନିଜକୁ ଶ୍ରେଷ୍ଟ ପ୍ରମାଣିତ କରିବା ପାଇଁ ଏହି ମହାକୁମ୍ଭରେ ଭାଗ ନେବାକୁ ଯାଉଛନ୍ତି । ତେବେ ବିଶ୍ବକପରେ ଏମିତି କିଛି ରେକର୍ଡ ରହିଛି ଯାହା ଚଳିତ ବିଶ୍ବକପରେ ଭାଙ୍ଗିବା ନେଇ ଆଶା କରାଯାଉଛି । ଏହି ରେକର୍ଡ ମଧ୍ୟରୁ ଗୋଟେ କିର୍ତ୍ତିମାନ ଏପରି ରହିଛି ଯାହା ଆଜି ଯାଏ ଭାଙ୍ଗି ନାହିଁ । ସଚିନ ତେନ୍ଦୁଲକରଙ୍କୁ ବିଶ୍ବ କ୍ରିକେଟ୍ ର ଭଗବାନ କହିବାର କାରଣ ସେ ଏମିତି କିଛି କିର୍ତ୍ତିମାନର ଅଧିକାରି ଯାହାକୁ ଏପର୍ଯ୍ୟନ୍ତ କେହି ଭାଙ୍ଗି ପାରିନାହାଁନ୍ତି । ଏହି ଖେଳରେ ସଚିନଙ୍କର ବହୁତ ରେକର୍ଡ ଅଛି, ଯାହା ଅବିସ୍ମରଣୀୟ । ଯେହେତୁ ଏହା ବିଶ୍ୱକପର ସମୟ, ତେଣୁ ଆଜି ଆମେ ସଚିନଙ୍କ ଏପରି ଏକ ରେକର୍ଡ ବିଷୟରେ ଜାଣିବା, ଯାହା ଏପର୍ଯ୍ୟନ୍ତ ଭାଙ୍ଗି ନାହିଁ ଏବଂ ଭବିଷ୍ୟତରେ ମଧ୍ୟ ଭାଙ୍ଗିବାର ସମ୍ଭାବନା ନାହିଁ । ସେଥିମଧ୍ୟରେ ରହିଛି ୨୦୦୩ ବିଶ୍ବକପରେ ବନାଇଥିବା ୬୭୩ ରନର ରେକର୍ଡ ଆଜି ଯାଏଁ କେହି ଏହି ସଫଳତାକୁ ଛୁଇଁ ପାରିନାହାନ୍ତି । କେବଳ ୨୦୧୯ ବିଶ୍ବକପରେ ଭାରତୀୟ ଦଳର ବର୍ତ୍ତମାନ ଅଧିନାୟକ ରୋହିତ ଶର୍ମା ୫ ଶତକ ସହ ୬୪୮ ରନ କରି ଏହି ରେକର୍ଡ ପାଖାପାଖି ପହଁଞ୍ଚି ପାରିଥିଲେ । କିନ୍ତୁ ଏଥର ଭାରତୀୟ ଦଳରେ ଏମିତି ଏକ ଯୁବ ଖେଳାଳି ଅଛନ୍ତି ଯିଏ ଏହି ରେକର୍ଡକୁ ଟପିଯିବାର ଶକ୍ତି ରଖିଛନ୍ତି । ଏହି ବ୍ୟାଟର ଜଣକ ଦିନିକିଆ କ୍ରିକେଟରେ ପାଦ ଦେବା ପରଠୁ କିର୍ତ୍ତିମାନର ରାଜା ରୂପେ ବିବେଚିତ ହେଉଛନ୍ତି । ଏହି ବ୍ୟାଟର ଆଉ କେହି ନୁହଁନ୍ତି ଭାରତୀୟ ଦଳର ଓପନର ଶୁଭମନ ଗିଲ୍ । ଚଳିତ ବର୍ଷ ଗିଲ୍ ଦିନିକିଆରେ ଏପର୍ଯ୍ୟନ୍ତ ୨୦ଟି ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ସେ ଗୋଟେଏ ଦ୍ବିଶକତ ଏବଂ ଚାରୋଟି ଶତକ ଶହ ୧୨୩୦ ରନର କରିଛନ୍ତି । ଟିମ୍ ଇଣ୍ଡିଆ ପକ୍ଷରୁ ଗିଲ୍ ଏକ ମାତ୍ର ଖେଳାଳି ଯିଏ ଏହି ବର୍ଷ ୧୦୦୦ ରନ ସଂପୂର୍ଣ୍ଣ କରିଛନ୍ତି । ତେବେ ଏହି ହାରହାରିକୁ ନଜର ଦେଲେ ଶୁଭମନ ଗିଲହିଁ ଏକମାତ୍ର ବ୍ୟାଟର ଯେ ଏଥର ବିଶ୍ବକପରେ ସଚିନଙ୍କ ରେକର୍ଡ ଭାଙ୍ଗି ପାରନ୍ତି ।

Leave a Reply

Your email address will not be published. Required fields are marked *