ପାରାଦୀପରୁ କାହାକୁ ମିଳିବ ବିଜେଡ଼ି ଟିକେଟ…?
ଭୁବନେଶ୍ୱର;ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ଦଳମାନଙ୍କ ଟିକେଟ ବଣ୍ଟାକୁ ନେଇ ଅଙ୍କ କସା ଚାଲିଛି । ସେହିପରି ପାରାଦୀପରେ ବିଜେପି ତାର ପ୍ରାର୍ଥୀ ଚୟନ କରିଥିବା ବେଳେ କଂଗ୍ରେସ ଓ ବିଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ଦେଇନାହାଁନ୍ତି । ଗୋଟେପଟେ ବିଧାୟକ ସମ୍ବିତ ରାଉତରାୟ ଭୁବନେଶ୍ବରରେ ଡେରା ପକେଇଥିବା ବେଳେ ଅନ୍ୟପଟେ ପାରାଦୀପ ବିଜେଡି ସଭାପତି ବସନ୍ତ ବିଶ୍ବାଳଙ୍କ ସମର୍ଥକ ନବୀନ ନିବାସ ଓ ଶଙ୍ଖ ଭବନକୁ ବାରମ୍ବାର ଧାଉଁଛନ୍ତି । ଟିକେଟ ପାଇଁ ପାରାଦୀପ ବିଜେଡିରେ କଳି ତୀବ୍ର ହେବାରେ ଲାଗିଛି । ସେପଟେ ବାପି ସର୍କଲ କଂଗ୍ରେସ ଛାଡିବା ପରେ ତାଙ୍କ ପତ୍ନୀ ମନିଦୀପ ବିଜେଡିରେ ଯୋଗ ଦେଇଛନ୍ତି । ତେବେ ଏହି ତିନି ଜଣଙ୍କ ମଧ୍ୟରୁ ବିଜେଡି କାହାକୁ ନିଜର ପ୍ରାର୍ଥୀ ରୂପେ ଚୟନ କରୁଛି ତାହା ଦେଖିବାର କଥା ରହିଛି । ସେହିପରି ଅପରପକ୍ଷରେ କଂଗ୍ରସ ମଧ୍ୟ ପ୍ରାର୍ଥୀ ଘୋଷଣା କରିନାହିଁ ।
