ଭାରତ – ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ପାଇଁ କ’ଣ ରହିବ ସମ୍ଭାବିତ ଚୂଡ଼ାନ୍ତ ଏକାଦଶ ଜାଣନ୍ତୁ …
ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରୁ ତାର ବିଶ୍ବକପ କ୍ୟାମ୍ପେନ ଆଜି ସନ୍ଧ୍ୟା ୭ଟାରେ ଆରମ୍ଭ କରିବାକୁ ଯାଉଛି ।ତେବେ ବର୍ତମାନ ସ୍ତିତିରେ ଭାରତୀୟ ଦଳରେ କିଛି ସିନିୟର ଖେଳାଳିଙ୍କ ଆହତ କାରଣରୁ ଏହି ମ୍ୟାଚରେ ଦଳ କିଛି ନୂଆ ଚେହାରା ସହ ପଡିଆକୁ ଓହ୍ଲାଇବ । ଏହି ଶୃଙ୍ଖଳା ଜରିଆରେ ଦଳ ଚଳିତ ବର୍ଷ ଦିନିକିଆ ବିଶ୍ବକପ ପାଇଁ ତାର ବ୍ୟାକପ ଖେଳାଳି ମାନଙ୍କୁ ବାଛିବ । ସେହିପରି ସୂର୍ଯ୍ୟକୁମାର ଯାଦବ , ଇଶନ କିଶନ ,ସଞ୍ଜୁ ସାମସନ ଏବଂ ଉମରାନ ମଲ୍ଲୀକଙ୍କ ପାଖରେ ରହିଛି ସୂବର୍ଣ୍ଣ ସୁଯୋଗ । ଏହି ଶୃଙ୍ଖଳାରେ ଯଦି ଏମାନେ ଭଲ ପ୍ରଦର୍ଶନ କରନ୍ତି ତେବେ ଆଗକୁ ଆସୁଥିବା ଦିନିକିଆ ବିଶ୍ବକପ ପାଇଁ ନିଜ ନାମ ତାଲିକାରେ ପକ୍କ କରିପାରିବେ । ତେବେ ଆସନ୍ତୁ ନଜର ପକାଇବା ଆଜିର ସମ୍ଭାବିତ ଚୂଡ଼ାନ୍ତ ଏକାଦଶ ଉପରେ ।
ଯଦି ପ୍ରଥମ ଟପ ୩ ବ୍ୟାଟରଙ୍କ କଥା ଚିନ୍ତା କରାଯାଏ ତାହାଲେ ଏହି ସ୍ଥାନରେ କୌଣସି ପରିବର୍ତ୍ତନ ହେବାର ଆଶଙ୍କା ନାହିଁ । ରୋହିତଙ୍କ ସହିତ ଶୁଭମନ୍ ଓପନିଂ କରିବାର ନଜର ଆସିବେ । ତାପରେ ୩ ନମ୍ବରରେ ବିରାଟ କୋହଲି ଖେଳିବାର ଖେଳିବା ନିଶ୍ଚିତ। ସେହିପରି କେଏଲ ରାହୁଲଙ୍କ ଆହତ କାରଣରୁ ନମ୍ବର ୪ ରେ ଇଶନ କିଶାନ ଏବଂ ସାମସନଙ୍କ ଭିତରେ ପ୍ରତିଯୋଗିତା ଦେଖାଦେବ କିନ୍ତୁ ଯାହା ପରିଲିକ୍ଷିତ ହେଉଛି ରୋହିତ ଇଶନଙ୍କୁ ସୁଯୋଗ ଦେଇପାରନ୍ତି । କାରଣ ଦିନିକିଆରେ କିଶନଙ୍କ ନାମରେ ଏକ ଦ୍ବିଶତକୀୟ ପାରି ରହିଛି । ଏବଂ ଟେଷ୍ଟରେ ମଧ୍ୟ ତାଙ୍କ ପ୍ରଦର୍ଶନ ଭଲ ରହିଛି । ସେହିପରି ୫ରେ ହାର୍ଦ୍ଧିକ ପାଣ୍ଡ୍ୟା ଖେଳିବାର ନଜର ନଜର ଆସିବେ। ସୂର୍ଯ୍ୟକୁମାରଙ୍କ ଆକ୍ରାମକ ଖେଳ ପାଇଁ ଦଳ ତାଙ୍କୁ ଜାଡେଜା ଓ ଅକ୍ଷର ପଟେଲଙ୍କ ସହିତ ଫିନିସରର ରୋଲ ଦେଇପାରନ୍ତି । ଦୃତ ବୋଲିଂ ବିଭାଗରେ ଉମରାନ ମଲ୍ଲିକଙ୍କ ସହ ବାମହାତୀ ଉନଦକଟ୍ କିମ୍ବା ଶାର୍ଦୁଲ ଠାକୁର ଖେଳିବା ପାଇଁ ମନୋନିତ ହୋଇପାରନ୍ତି ।
ଭାରତର ସମ୍ଭାବିତ ଏକାଦଶ ; ରୋହିତ ଶର୍ମା , ଶୁଭମନ୍ ଗିଲ , ବିରାଟ କୋହଲି , ଇଶନ କିଶନ , ହାର୍ଦ୍ଧିକ ପାଣ୍ଡ୍ୟା , ସୂର୍ଯ୍ୟକୁମାର ଯାଦବ ,ରବିନ୍ଦ୍ର ଜାଡେଜା , ଅକ୍ଷର ପଟେଲ୍ ,କୁଲଦୀପ୍ ୟାଦବ ,ଉମରାନ ମଲ୍ଲୀକ ,ଶାର୍ଦୁଲ ଠାକୁର ।