କାହା ଭାଷଣକୁ ଅଧିକ ଲୋକ ଦେଖିଛନ୍ତି…. ମୋଦି ନା ରାହୁଲ…

ନୂଆଦିଲ୍ଲୀ : ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ସ୍ପଷ୍ଟୀକରଣ ପାଇବା ପାଇଁ ଅବିଶ୍ୱାସ ପ୍ରସ୍ତାବ ରଖାଯାଇଥିଲା। ଏହି ପ୍ରସଙ୍ଗରେ ସଂସଦର ଲୋକସଭାରେ ତିନି ଦିନ ଧରି ଆଲୋଚନା ହେଲା। ପ୍ରଥମ ଦିନ ଗୌରବ ଗୋଗେଇ ଆଲୋଚନା ଆରମ୍ଭ କରିଥିବା ବେଳେ ଦ୍ୱିତୀୟ ଦିନ ରାହୁଲ ଗାନ୍ଧୀ ବକ୍ତବ୍ୟ ରଖିଥିଲେ। ତୃତୀୟ ଦିନ ଟିଏମସିର ମହୁଆ ମୈତ୍ର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବକ୍ତବ୍ୟ ରଖିଥିଲେ। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟକୁ ନେଇ ସାଧାରଣରେ କୌତୁହଳ ଲାଗି ରହିଥିଲା। ହେଲେ ବିଭିନ୍ନ ୟୁଟ୍ୟୁବ୍ ରେ କାହା ଭାଷଣକୁ କେତେ ଲୋକ ଦେଖିଥିଲେ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଶଶୀ ସିଂ ନାମକ ଜଣେ ସେଫୋଲୋଜିଷ୍ଟ ଏନେଇ କିଛି ତଥ୍ୟ ଉପସ୍ଥାପନା କରିଛନ୍ତି। ତାଙ୍କ ତଥ୍ୟ ଅନୁଯାୟୀ ସଂସଦ ଟିଭିରେ ରାହୁଲ ଗାନ୍ଧୀଙ୍କୁ ୩୨୯୦୦୧ ଏବଂ ନରେନ୍ଦ୍ର ମୋଦିଙ୍କୁ ୬୨୪୨ ଥର ଶୁଣାଯାଇଛି। ସେହିପରି କଂଗ୍ରେସ ୟୁଟ୍ୟୁବରେ ରାହୁଲ ଗାନ୍ଧୀଙ୍କୁ ୨୪୭୪୯୮୫ ଏବଂ ନରେନ୍ଦ୍ର ମୋଦିଙ୍କୁ ୪୬୯୧୮୦ ଥର ଶୁଣାଯାଇଛି। ଅନୁରୂପ ଭାବେ ନିଜସ୍ୱ ୟୁଟ୍ୟୁବ୍ ରେ ରାହୁଲ ଗାନ୍ଧୀଙ୍କୁ ୧୫୮୧୯୩୫ ଏବଂ ନରେନ୍ଦ୍ର ମୋଦିଙ୍କୁ ୧୨୦୪୧୦୬ ଥର ଶୁଣାଯାଇଛି।

Leave a Reply

Your email address will not be published. Required fields are marked *