ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ , କାହିଁକି ନିର୍ମାଣ ହୋଇପାରିଲାନି ବାବରି ମସଜିଦ ଜାଣନ୍ତୁ …

ଅଯୋଧ୍ୟାରେ ବଡ଼ ଆଡମ୍ବରେ ଚାଲିଛି ରାମ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମ । ସୋମବାର ବା ୨୨ ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ମଧ୍ୟ କରାଯିବ । କିନ୍ତୁ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବା ଯେ ୪ବର୍ଷ ତଳେ ସୁପ୍ରିମକୋଟ୍ ଦେଇଥିବା ରାୟ ଅନୁସାରେ ରାମ ମନ୍ଦିରର ପ୍ରତିଷ୍ଠା ତ କରାଯିବ, କିନ୍ତୁ ବାବରି ମସଜିଦର ପ୍ରସଙ୍ଗକୁ ନେଇ କୌଣସି ଆଲୋଚନା ନଥିବା ନେଇ ସାଧାରଣରେ ପ୍ରଶ୍ନ ଉଠୁଛି । ଯେଉଁ ଲୋକମାନେ ରାମ ମନ୍ଦିର ବିପକ୍ଷରେ ବାବରି ମସଜିଦ ପାଇଁ ୧୭ ବର୍ଷ ପର୍ଯ୍ୟନ୍ତ କୋଟର ଦ୍ବାରସ୍ତ ହେଉଥିଲେ ଶେଷରେ ସେମାନେ କାହିଁକି ଏଥିରୁ ମୁହଁ ଫେରାଇନେଲେ ।


ସୁପ୍ରିମକୋଟ ରାୟ ଶୁଣାଇବାର ପ୍ରାୟ ୪ମାସ ଭିତରେ ଉତ୍ତରପ୍ରଦେଶ ସରକାର ଅଯୋଧ୍ୟର ଧନିପୁର ଗ୍ରାମରେ ପାଞ୍ଚ ଏକକର ଜମି ମୁସଲିମ ସଂପ୍ରଦାୟକୁ ମସଜିଦ କରିବା ପାଇଁ ପ୍ରଦାନ କରିଥିଲେ । ଜମି ମିଳିବା ପରେ ଏଠାରେ ୨୦୨୦ ମସିହାରେ ମସଜିଦ ନିର୍ମାଣର କାମ ଆରମ୍ଭ ହେବା ନେଇ ଯୋଜନା ରହିଥିଲା । ମାତ୍ର ମସଜିଦ ନିର୍ମାଣ ପାଇଁ ଏହି ଜମିରେ ଏପର୍ଯ୍ୟନ୍ତ ଇଟା ଖଣ୍ଡେ ମଧ୍ୟ ପଡ଼ି ପାରିନାହିଁ । ତେବେ ଯେଉଁଠି ଏହି ଚାରି ବର୍ଷ ଭିତରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ହୋଇପାରିଲା ସେଠି ବାବରି ମସଜିଦ ନିର୍ମାଣ ପାଇଁ କାହିଁକି କାମ ଆରମ୍ଭ ହୋଇପାରିଲା ନାହିଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସବଠୁ ଆଶ୍ଚର୍ଯ୍ୟ କରିଦେଲା ଭଳି ତଥ୍ୟ ହେଉଛି ଯେ, ମସଜିଦର ନକ୍ସା ବନେଇବା ପାଇଁ ଟ୍ରଷ୍ଟ ପାଖରେ ଅର୍ଥାଭାବ ଦେଖାଦେଇଥିଲା । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି । ଯେତେବେଳେ ରାମ ମନ୍ଦିର ଶୁଣାଣି ସୁପ୍ରିମକୋଟରେ ଚାଲୁଥିଲା ।


ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମସଜିଦ ପାଇଁ ଲଢୁଥିବା ପକ୍ଷ କେବଳ ସୁପ୍ରିମକୋଟରେ ୧୫ କୋଟ ଟଙ୍କା ଖର୍ଚ୍ଚ କରିଥିଲେ । ତେବେ କିପରି ମସଜିଦର ନକ୍ସା ପାଇଁ ଅର୍ଥର ସଂକଟ ଦେଖାଦେଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଏ ଲଢେଇ କାହାର ଥିଲା ! ମସଜିଦ ନିର୍ମାଣର ଥିଲା ନା ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ନ କରେଇଦେବାର ।

Leave a Reply

Your email address will not be published. Required fields are marked *