ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସହ ଏହି ପୋଷ୍ଟରରେ ସ୍ଥାନ ପାଇଲେ ବୈଜୟନ୍ତ..ଜାଣନ୍ତୁ କଣ…
ନୂଆଦିଲ୍ଲୀ : ସ୍ୱାଧୀନତା ଦିବସର ପରଦିନ ଅର୍ଥାତ ଅଗଷ୍ଟ ମାସ ୧୬ ତାରିଖରେ କଂଗ୍ରେସ ନିଜର ଟୁଇଟର ଆକାଉଣ୍ଟରୁ ଏକ ଫଟୋ ସେୟାର କଲା। ଏଥିରେ ମହାରାଷ୍ଟ୍ର ନାରାୟଣ ରାଣେ, ଅଜିତ ପାଓ୍ୱାର , ହସନ ମୁନିଫ ଓ ଛଗନ ଭୁଜବଳ, କର୍ନାଟକର ବସବରାଜ ବୋମାଇ, ମଧ୍ୟ ପ୍ରଦେଶର ଶିବରାଜସିଂ ଚୌହାନ, ପଶ୍ଚିମବଙ୍ଗର ଶୁଭେନ୍ଦୁ ଅଧିକାରୀ, ଆସାମର ହିମନ୍ତ ବିଶ୍ୱଶର୍ମା , ଝାଡଖଣ୍ଡର ରଘୁବର ଦାସ ପ୍ରମୁଖଙ୍କ ଫଟୋ ଏବଂ କିଛି ବାର୍ତ୍ତା ଥିବା ଫଟୋ ସେୟାର କରିଥିଲା। ହେଲେ ଏହି ଫଟୋରେ ଓଡ଼ିଶାରୁ ବୈଜୟନ୍ତ ପଣ୍ଡା ସ୍ଥାନ ପାଇଥିଲେ।

ସ୍ୱାଧିନତା ଦିବସରେ କଂଗ୍ରେସ ଏବଂ ବିରୋଧି ଦଳମାନଙ୍କୁ ଭ୍ରଷ୍ଟାଚାର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ସମାଲୋଚନା କରିଥିଲେ। ଏହାର ପ୍ରତିବାଦରେ କଂଗ୍ରେସ ବୈଜୟନ୍ତଙ୍କ ସମେତ ଉପରୋକ୍ତ ନେତାଙ୍କ ଫଟୋ ଓ ସେମାନଙ୍କ ସହ ଜଡିତ ଥିବା ଦୁର୍ନୀତିକୁ ଉଲ୍ଲେଖ କରିଥିଲେ। ବୈଜୟନ୍ତଙ୍କ ନାଁରେ ପିଏମଏଲଏ ଏବଂ ଫେମା ଦୁର୍ନୀତି ରହିଥିବା କଂଗ୍ରେସ ସେହି ଫଟୋ ତଥା ପୋଷ୍ଟରରେ ଉଲ୍ଲେଖ ରହିଥିଲା।
