ଏହି କାରଣରୁ ପାଣ୍ଡ୍ୟାଙ୍କୁ ମିଳିଲାନି ଅଧିନାୟକ ଦାୟିତ୍ବ ..
ଭୁବନେଶ୍ବର ; ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ସରିଛି । ଏହି ଗସ୍ତରେ ଟିମ ଇଣ୍ଡିଆ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ ଖେଳିବ । ତେବେ ଟି-୨୦ ର ଖେଳାଳି ଘୋଷଣା କରାଯିବ ପରେ ଖେଳ ପ୍ରେମୀଙ୍କ ମନରେ ଅସନ୍ତୁଷ୍ଟ ଦେଖା ଦେଇଥିଲା । କାରଣ ପୂର୍ବରୁ ଟି-20 ଅଧିନାୟକ ଦୌଡରେ ଆଗରେ ଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ପଦରୁ ବରଖାସ୍ତ କରାଯାଇ ନୂତନ ଭାବେ ସୁର୍ଯ୍ୟକୁମାର ଯାଦବଙ୍କୁ ଟିମ ଇଣ୍ତିଆର କ୍ୟାପଟେନ ଭାବେ ଦାୟିତ୍ବ ଦିଆଯାଇଛି । ସେବେଠୁ ସବୁ କ୍ରିକେଟ ପ୍ରେମୀଙ୍କ ମନରେ ପାଣ୍ଡ୍ୟାଙ୍କୁ କ’ଣ ପାଇଁ ଅଧିନାୟକ ପଦ ଦିଆଗଲାନି ପ୍ରଶ୍ନ ଉଙ୍କି ମାରୁଛି । ତେବେ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର । ଅଗରକର କହିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ହେଉଛନ୍ତି ଧଳା ବଲ କ୍ରିକେଟର ଜଣେ ଦକ୍ଷ ଖେଳାଳି । ଏହା ଆମେ ଟି-20 ବିଶ୍ବକପରେ ସମସ୍ତେ ଦେଖିଚେ । କିନ୍ତୁ ପୂର୍ବ କିଛି ବର୍ଷ ହେବ ସେ ତାଙ୍କ ଫିଟନେସକୁ ନେଇ ଚିନ୍ତାରେ ଅଛନ୍ତି । ଏପରି ପରିସ୍ଥିତିରେ ସୂର୍ଯ୍ୟକୁମାରଙ୍କ ଠାରୁ ଭଲ ବିକଳ୍ପ ନଥିଲା ତେଣୁ ତାଙ୍କୁ ଏହି ଦାୟିତ୍ବ ଦିଆଯାଇଛି । ସେହିପରି ସେ ଆହୁରି କହିଛନ୍ତି ଯେ ସୂର୍ଯକୁମାର ଯାଦବଙ୍କ ପାଖରେ ଅଧିନାୟକ ହେବାର ସବୁ ଦକ୍ଷତା ରହିଛି । ଆମେ ଆଶା କରିବା ଯେ ସେ ଏହି ଦାୟିତ୍ବକୁ ସୂଚାର ରୂପେ ସଂପାଦନ କରିବେ ।