କାହିଁଙ୍କି ଧୋନି ଯିବେ ହସ୍ପିଟାଲ ,,,, ଜାଣନ୍ତୁ

ଚେନ୍ନାଇ ; ଚଳିତ ଆଇପିଏଲ୍‌ରେ  ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଆଣ୍ଠୁରେ ଆହତ ଲାଗିଥିଲା ।ଯେଉଁଥିପାଇ ଧୋନି ତାଙ୍କର ଚିକିତ୍ସା ପାଇଁ ମୁମ୍ବାଇସ୍ଥିତ ସ୍ପୋର୍ଟ୍ସ ଅର୍ଥୋପେଡିକ୍ସ ଡାକ୍ତରଙ୍କ ପରାମର୍ଶ ନେବେ। ସିଏସ୍‌କେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କାଶୀ ବିଶ୍ବନାଥନ୍‌ ସୂଚନା  ଦେବା ସହ ରିପୋର୍ଟ ଆସିବା ପରେ ଆବଶ୍ୟକ ପଡ଼ିଲେ ଧୋନିଙ୍କ ବାମ ଆଣ୍ଠୁର ସର୍ଜରି କରାଯିବ ବୋଲି କହିଛନ୍ତି।ଆଇପିଏଲ୍‌ର ସମସ୍ତ ମ୍ୟାଚ୍‌ଗୁଡ଼ିକରେ ଧୋନି ଆଣ୍ଠୁ ଉପରେ ପଟି ବାନ୍ଧି ଖେଳିବାର ନଜର ଆସିଥିଲେ । ସେଥିପାଇଁ ସେ ପଛରେ ବ୍ୟାଟିଂ ମଧ୍ୟ ଆସୁଥିଲେ ।ସେହିପରି ଆସନ୍ତା ସିଜିନରେ ଧୋନି ଖେଳିବେ କି ନାହିଁ, ବିଶ୍ବନାଥଙ୍କୁ ପ୍ରଶ୍ନ କରାଯାଇଥିବା ବେଳେ  ସେ କହିଛନ୍ତି ଏହି ନିଷ୍ପତି ଆମେ ଧୋନିଙ୍କ ଉପରେ ଛାଡ଼ି ଦେଇଛୁ ।

Leave a Reply

Your email address will not be published. Required fields are marked *