ଧୋନିଙ୍କ ସହିତ କାହିଁକି ନଜର ଆସିଲେ ଡୋନାଲ୍ଡ ଟ୍ରମ୍ପ ଜାଣନ୍ତୁ …

ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବରେ ୩ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ତାଙ୍କ ପ୍ରତି ପ୍ରଶଂସକଙ୍କ କ୍ରେଜ ଆଜି ମଧ୍ୟ କମିନାହିଁ। ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ନୂତନ ନାମ ଯୋଡ଼ି ହୋଇଯାଇଛି । ଏବେ ଧୋନି ତାଙ୍କ ପରିବାର ସହିତ ଆମେରିକାରେ ଛୁଟି କାଟୁଛନ୍ତି ଏବଂ ଏହି ସମୟରେ ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ଏକ ଫଟୋ ସାମ୍ନାକୁ ଆସିଛି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମହେନ୍ଦ୍ର ସିଂ ଧୋନିଙ୍କ ପାଇଁ ଆମେରିକାରେ ଏକ ଗଲ୍ଫ ମ୍ୟାଚର ଆୟୋଜନ କରିଛନ୍ତି । ଅନ୍ତଃରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେବାପରେ ଧୋନି ଗଲ୍ଫ ଖେଳିବାକୁ ପସନ୍ଦ କରୁଥିବାରେ ଦେଖାଦେଉଛନ୍ତି । ତେବେ ଏହା ପୂର୍ବରୁ ଧୋନିଙ୍କର ଏକ ଭିଡିଓ ସମ୍ନାକୁ ଆସିଥିଲା ଯେଉଁଥିରେ ମାହି ୟୁଏସ୍ ଓପନ୍ ୨୦୨୩ ରେ କାର୍ଲୋସ୍ ଅଲକାରାଜ୍ ଏବଂ ଜେଭେରେଭଙ୍କ ମଧ୍ୟରେ କ୍ୱାର୍ଟର ଫାଇନାଲ ମ୍ୟାଚ୍ ଦେଖିବାକୁ ଆସିଥିଲେ । ଧୋନି ଆଗରୁ ବହୁଥର ଗୋଲ୍ଫ ଖେଳିବାର ଦୃଶ୍ୟ ସାମ୍ନକୁ ଆସିଛି । ଆଇପିଏଲର 16ତମ ସଂସ୍କରଣ ଜିତିବା ପରେ ଧୋନିଙ୍କ ଆଣ୍ଠୁର ଅସ୍ତ୍ରପ୍ରଚାର କରିଥିଲେ । କିଛି ସମୟ ପାଇଁ ଧୋନି ବିଶ୍ରାମ କରିବା ପରେ ମାହି ଏବେ ପୁରା ଫିଟ୍ ଅଛନ୍ତି

Leave a Reply

Your email address will not be published. Required fields are marked *