ଆଇପିଏଲରେ ଓଡ଼ିଶାର ଭବିଷ୍ୟତ

ଭୁବନେଶ୍ବର: ଭାରତରେ ଶହେ ଚାଳିଶି କୋଟି ଜନସଂଖ୍ୟା ମଧ୍ୟରୁ ଏକ ତୃତୀୟାଂଶ ଲୋକେ କ୍ରିକେଟ ଖେଳ ଦେଖିବାକୁ ଭଲ ପାଆନ୍ତି । ସେ ଗଳି କ୍ରିକେଟ ହେଉ ଅବା ଅନ୍ତର୍ଜାତୀୟ କ୍ରିକେଟ, ସବୁଥିିରେ ଥାଏ ପ୍ରତ୍ୟକଙ୍କ ତୀକ୍ଷ୍ଣ ନଜର । ସେହିପରି ଆଇପିଏଲ ଏମିତି ଏକ ସୁଯୋଗ ବା ପ୍ଲାଟଫର୍ମ ଯେଉଁଥିରେ ବିଶ୍ୱର ପ୍ରତେକ ଖେଳାଳି ନିଜର ଭାଗ୍ୟ ପରୀକ୍ଷା କରିଥାନ୍ତି । ଆଇପିଏଲକୁ ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରିକେଟ୍ ଲିଗ୍ ଭାବରେ ବିବେଚିତ କରାଯାଏ। ବିଶ୍ୱର ସମସ୍ତ ଖେଳାଳି ଏହି ଲିଗରେ ଅଂଶ ଗ୍ରହଣ କରିବା ପାଇଁ ନିଜର ନାମ ପଞ୍ଜିକୃତ କରିଥାନ୍ତି । ସେ ଅଷ୍ଟ୍ରେଲିଆ ହେଉ ଅବା ଆଫଗାନିସ୍ତାନ ସବୁଠି ରହିଛି ଏହି ଲିଗ୍ ପ୍ରତି ଦୁର୍ବଳତା । ବିଶ୍ୱର ସବୁ କୋଣରୁ ଖେଳାଳି ଆସି ଏହି ଲିଗ୍ ମାଧ୍ୟମରେ ନିଜକୁ ଲୋକପ୍ରିୟ କରିବାର ଏକ ସୁବର୍ଣ୍ଣ ସୁଯୋଗ ପାଇଥାନ୍ତି । ଏହି ସୁଯୋଗର ଅଧିକ ଲାଭ ଉଠେଇଥାନ୍ତି ଭାରତୀୟ ଖେଳାଳି । ଭାରତୀୟ ଦଳରେ ଖେଳିବାର ସୋଭାଗ୍ୟ ସଭିଙ୍କ ଭାଗ୍ୟରେ ନଥାଏ । କିନ୍ତୁ ଆଇପିଏଲ ଆସିବା ପରଠୁ ଯୁବ ଖେଳାଳିଙ୍କ ପାଇଁ ଟିମ୍ ଇଂଣ୍ଡିଆରେ ଖେଳିବା ସହଜ ହୋଇଛି । ଯୁବ ପ୍ରତିଭାମାନେ ଦେଶ ବିଦେଶରୁ ଆସିଥିବା ପୁରୁଖା ଖେଳାଳିଙ୍କ ସହ ମିଶି ଖେଳିବାର ସୁଯୋଗ ପାଉଛନ୍ତି । ସେ ଜସପ୍ରିତ୍ ବୁମରାହ ହୁଅନ୍ତୁ ବା ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି, ସମସ୍ତଙ୍କୁ ପରିଚୟ ଦେବାରେ ସହାୟକ ହୋଇଛି ଇଂଣ୍ଡିଆନ ପ୍ରିମିୟର ଲିଗ୍ ବା (ଆଇପିଏଲ) । ବିଶ୍ୱର ସବୁ ପ୍ରାନ୍ତରୁ ଖେଳାଳି ଆସି ନିଜର ପରିଚୟ ସୃଷ୍ଠି କରିପାରୁଛନ୍ତି , ତେବେ ଓଡିଶାର ଖେଳାଳି ଆଇପିଏଲ ଖେଳିବାରୁ ବଞ୍ଚିତ କାହିଁକି? କାହିଁକି ଭାରତୀୟ କ୍ରିକେଟ କଂଟ୍ରୋଲ ବୋଡ(ବିସିସିଆଇ) ଓଡିଶା କ୍ରିକେଟ(ଓସିଏ) ପ୍ରତି ଏତେ ଅବହେଳିତ? କଣ ଓଡିଆ ଖେଳାଳିଙ୍କ ପାଖରେ ସେତିକି ଦକ୍ଷତା ନାହିଁ ଯାହା ତାଙ୍କୁ ଜାତୀୟ ଓ ଅନ୍ତଃର୍ଜାତିୟ ସ୍ତରରେ ଖେଳିବାରୁ ବଞ୍ଜିତ କରୁଛି ? ଏହି ସବୁ ପ୍ରଶ୍ନର ଉତ୍ତର କାହା ପାଖରେ ।

ଯଦି ଆପଣ ଆଇପିଏଲର ଇତିହାସ ଉପରେ ନଜର ପକାଇବେ ତେବେ ଓଡ଼ିଶାରୁ କେବଳ ଦୁଇ ଜଣ ଖେଳାଳି ଏହି ଲିଗ୍ ଖେଳିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ହଳଧର ଦାଶ ପ୍ରଥମେ ୨୦୦୮ ମସିହାରେ ଡେକାନ ଚାଜର୍ସ ପାଇଁ ଖେଳିବାର ସୁଯୋଗ ପାଇଥିବା ବେଳେ ତାର ୪ ବର୍ଷ ପରେ ଓଡିଆ ଅଲରାଉଣ୍ଡର ବିପ୍ଳବ ସାମନ୍ତରାୟ ସେହି ସମାନ ଫ୍ରାଞ୍ଚାଇଜ ପାଇଁ ଖେଳିବାରେ ସଫଳ ହୁଅନ୍ତି । ଯଦିଓ ଅଭିଶେକ୍ ରାଉତ୍ ଏବଂ ଓଡିଆ ପୁଅ ପ୍ରଞାନ ଓଝାଙ୍କର ଆଇପିଏଲରେ ସଫଳ ଖେଳାଳିମାନଙ୍କ ତାଲିକାରେ ନାମ ଆସେ କିନ୍ତୁ ଏ ଦୁଇ ଜଣ ମହାରଷ୍ଟ୍ର ଓ ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ପକ୍ଷରୁ ପ୍ରତିନିଧିତ୍ୱ କରନ୍ତି । ସୌଭାଗ୍ୟ ବସତଃ ଆଇପିଏଲର ୧୫ ତମ ସଂସ୍କରଣ ଏବଂ ଚଳିତ ସଂସ୍କରଣରେ ଓଡିଶା ରନଜି ଦଳର ଅଧିନାୟକ ସୁଭ୍ରାସୁଂ ସେନାପତିଙ୍କୁ ୪ ଥରର ଆଇପିଏଲ ବିଜେତା ଚେନ୍ନାଇ ସୁରକିଙ୍ଗସ୍ ନିଜ ଦଳରେ ସାମିଲ କରିଛି । ସାମିଲ କରିଛି ସତ କିନ୍ତୁ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ପାଇନାହାନ୍ତି । ଦେବାଶିଷ ମହାନ୍ତି, ସଞ୍ଜୟ ରାଉଳ, ଏବଂ ଶିବସୁନ୍ଦର ଦାସଙ୍କୁ ବାଦ୍ ଦିଆଯାଏ ତେବେ ଅନ୍ୟ କୌଣସି ଓଡିଆ ଖେଳାଳି ଅନ୍ତଃର୍ଜାତୀୟ ସ୍ତରରେ ଗୋଟେବି ମ୍ୟାଚ୍ ଖେଳିବାର ସୁଯୋଗ ପାଇବାରେ ବିଫଳ । କଣ ଏହାର କାରଣ ପ୍ରତିଭାର ଅଭାବ ନା ଆବଶ୍ୟକ ସ୍ତରରେ ପଦର୍ଶନ ନକରିବାର ଅସମର୍ଥ । ଏମିତି ହଜାର ବା ଲକ୍ଷ ମାତ୍ରାରେ ପ୍ରଶ୍ନ ଆପଣଙ୍କ ମନରେ ଉଙ୍କି ମାରୁଥିବ କାହିଙ୍କି ଓଡିଆ ଖେଳାଳି ଆଇିପିଏଲ ଖେଳିବାରୁ ବଞ୍ଚିତ । ଓଡିଶାର ପୂର୍ବତନ ପ୍ରଶିକ୍ଷକ ରଶ୍ମୀ ରଞ୍ଜନ ପରିଡାଙ୍କ କହିବା ମତରେ ଓଡିଆ ଖେଳାଳି ମାନଙ୍କର ଘୋରୋଇ ସ୍ତରରେ ଓ ରଣଜି ସ୍ତରରେ ପଦର୍ଶନରେ ସମାନତା ରହୁନଥିବରୁ କ୍ରିକେଟ ଫ୍ରାନ୍ଚାଇଜ ମାନଙ୍କର ଦୃଷ୍ଟି ଆର୍କଶିତ କରିପାରୁନାହାନ୍ତି । ସେହିପରି ଓଡିଶାର ଅନ୍ୟ ଏକ ଖେଳାଳିଙ୍କ କହିବା ମତରେ ଭିତ୍ତିଭୂମିର ଅଭାବ ଯୋଗୁ ବା ଖେଳପଡିଆର ଅଭାବ ପାଇଁ ଓଡିଆ ଖେଳାଳି ମାନେ ଭଲ ପଦର୍ଶନ କରିପାରୁ ନାହାନ୍ତି।ବହୁତ କ୍ଲବ କେବଳ କଟକ ଏବଂ ଭୂବନେଶ୍ୱରରେ ଧ୍ୟାନ ଦେବାରୁ ଅନ୍ୟ କୌଣଷି ସ୍ଥାନରୁ ଖେଳାଳି ତିଆରି ହେବାରେ ବାଧକ ସାଯୁଛିା ଆଞ୍ଚଳିକ କ୍ଲବ ମାନଙ୍କରେ ଅର୍ଥର ଅଭାବ ଯୋଗୁଁ, କେବଳ ଖେଳିବା ସେମାଙ୍କ ପକ୍ଷରେ ସମ୍ଭବ ହେଉନାହିଁ । କେବଳ ଭିତ୍ତିଭମି କୁ ସୃଦୁଢ କରିଦେଲେ ଖେଳାଳିଙ୍କୁ ସୁଯୋଗ ମିଳିବ ତା ନୁହେଁ ଖେଳାଳି ମାନଙ୍କୁ ଭଲ ପଦର୍ଶନ କରିବା ସହ ନିଜର ଆତ୍ମବିଶ୍ୱାସ ଦିଗରେ ଦୃଷ୍ଟି ଦେବା ଆବଶ୍ୟକ ରହିଛି ସେ କହିଛନ୍ତି। ଏଠି ପ୍ରଶ୍ନ ଉଠୁଛି ଯଦି ଓଡିଶା ସରକାର ହକିକୁ ପ୍ରୋତ୍ସାହିତ କରିବା ପାଇଁ ଦୁଇ-ଦୁଇ ଥର ଓଡିଶାରେ ହକି ବିଶ୍ୱକପ ଆୟୋଜିତ କରପାରିଲେ ତେବେ କ୍ରିକେଟକୁ ଏତେ ଅଣ ଦେଖା କାହିଁକି । ତେବେ ଆଗକୁ ଦେଖିବାର କଥା ରହିଲାକି କେବେ ଓଡିଶାରେ ଆଇପିଏଲ ପାଇଁ ଦଳ ଗଠନ କରାଯିବ। ଆଉ କେବେ ଓଡିଆ ଖେଳାଳିଙ୍କ ଭାଗ୍ୟରେ ଆଇପିଏଲ ଯୋଡ଼ି ହେବ ।

Leave a Reply

Your email address will not be published. Required fields are marked *