ଗାଙ୍ଗୁଲି ଚାହୁଁଥିଲେ ପାକିସ୍ଥାନ ସେମିଫାଇନାଲ ଖେଳୁ ,ହେଲେ କାହିଁକି …

କୋଲକାତା : ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ୨୦୨୩ ବିଶ୍ୱକପ୍ ସେମିଫାଇନାଲକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ,  ସେ ପାକିସ୍ଥାନ ସେମିଫାଇନାଲରେ ଖେଳିବାକୁ ଦେଖିବାକୁ ଚାହୁଁଛନ୍ତି । ତେବେ ତାଙ୍କର ଏମିତି କହିବା ପଛରେ ଏକ ବଡ଼ କାରଣ ରହିଛି । ତାଙ୍କ ମତରେ ଯଦି ପାକିସ୍ତାନ ସେମିଫାଇନାଲରେ ପହଞ୍ଚିବ ତେବେ ତାର ମୁକାବିଲା ଟେବୁଲ ଟପର ଭାରତ ସହ ହେବ । ବିଶ୍ୱକପ୍ ପରି ବଡ ପ୍ରତିଯୋଗିତାର ସେମିଫାଇନାଲରେ ଯଦି ଏହି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଖେଳିବେ ତାହାଲେ ଏହାଠୁ ରୋମାଞ୍ଚକର କଥା ଆଉ କିଛି ନାହିଁ ବୋଲି ସେ କହିଛନ୍ତି । ଗାଙ୍ଗୁଲି ସ୍ପୋର୍ଡସ୍ ତକ୍ ର ଏକ ସାକ୍ଷାତକାରରେ କହିଛନ୍ତି ‘’ ମୁଁ ଚାହୁଁଛି ଯେ ପାକିସ୍ତାନ ସେମଫାଇନାଲରେ ପ୍ରବେଶ କରି ଭାରତ ବପକ୍ଷରେ ଖେଳୁ । ଏହା ଠାରୁ ବଡ଼ ସେମିଫାଇନାଲ ମ୍ୟାଚ୍ ଆଉ ନାହିଁ । ସେହିପରି ବର୍ତ୍ତମାନ ସେମିଫାଇନାଲ ସମୀକରଣ ଦେଖିଲେ ଭରତ ସହ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ସେମିର ଟିକେଟ୍ ହାସଲ କରିଛନ୍ତି । ତେବେ ଆଉ ଏକ ଦଳ କିଏ  ସେମିରେ ଖେଳିବ ଏପର୍ଯ୍ୟନ୍ତ କିଛି ଜଣା ପଡିନାହିଁ ।  ତେବେ ଆଉ ମାତ୍ର ଗୋଟିଏ ସ୍ଥାନ ଖାଲି ରହିଛି, କିନ୍ତୁ ଏହି ଗୋଟିଏ ସ୍ଥାନ ପାଇଁ ତିନୋଟି ଦଳ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଛି । ପାକିସ୍ତାନ , ନ୍ୟୁଜିଲ୍ୟାଣ୍ଡ ଏବଂ ଆଫଗାନିସ୍ତାନ ଭିତରୁ କେଉଁ ଦଳ ଆଗକୁ ଯିବ ତାହା ଦେଖିବାର ରହିଲା ।

Leave a Reply

Your email address will not be published. Required fields are marked *